ତେଲ ଟ୍ୟାଙ୍କର ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋଙ୍କ ରାସ୍ତାରୋକ

Published By : Prameya-News7 Bureau | March 19, 2025 IST

ଭଦ୍ରକ ତେଲ ଟ୍ୟାଙ୍କର ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ । ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଧୀନ ତାରିଣୀ ଛକ ନିକଟରେ ଦୁର୍ଘଟଣା ଘଟିଛି । କ୍ଷତିପୂରଣ ଦାବିରେ ରାଜପଥକୁ ଅବରୋଧ କରିଛନ୍ତି  ଉତ୍ତ୍ୟକ୍ତ ଲୋକ ।

ସୂଚନାଯୋଗ୍ୟ ଯେ, ଶ୍ରୀବନ୍ତପୁର ନିକଟରେ ଚାଇଁପୁର ଗାଁର ଶରତ ଜେନା ବ୍ୟବସାୟ ନିମନ୍ତେ ନିଜ ସାଇକେଲ ଯୋଗେ ବନ୍ତ ହାଟକୁ ଯାଉଥିଲେ । ସେହି ସମୟରେ ଆନନ୍ଦପୁର ପଟୁ ଭଦ୍ରକ ଆଡ଼କୁ ଆସୁଥିବା ପେଟ୍ରୋଲ ଟ୍ୟାଙ୍କରଟି ବନ୍ତ ଥାନା ଶ୍ରୀବନ୍ତପୁର ତାରିଣୀ ମନ୍ଦିର ନିକଟରେ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା l ମୃତ୍ୟୁ ପରେ ଉତ୍ତେଜନା ଦେଖାଦେବା ସହ ଉତ୍ତ୍ୟକ୍ତ ଲୋକମାନେ ଟ୍ରକ୍‌ଟିକୁ ଅଟକ ରଖିବା ସହ କ୍ଷତିପୂରଣ ଦାବିରେ ରାଜପଥକୁ ଅବରୋଧ କରିଛନ୍ତି  । ଖବର ପାଇ ଘଟଣାସ୍ଥଳରେ ବନ୍ତ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ରାଜପଥର ଉଭୟ ପାର୍ଶ୍ଵରେ ଶହ ଶହ ଗାଡ଼ି ଅଟକି ରହିଛି l

You Can Read:

ଗୁଣି ଗାରେଡି ସନ୍ଦେହରେ ଆକ୍ରମଣ ଓ ପ୍ରତି ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ, ୨ଟି ମାମଲା ରୁଜୁ କରି ପୋଲିସ ଓ ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.