ମୁମ୍ଵାଇ ୧୯।୦୩: ଟେଲି ଅଭିନେତ୍ରୀ ଦଲଜିତ୍ କୌର । ୧୮ ମାର୍ଚ୍ଚରେ ଅର୍ଥାତ୍ ଗତକାଲି ନିଖିଲ ପଟେଲଙ୍କ ସହ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି। ଦଲଜିତ ଏବଂ ନିଖିଲଙ୍କ ବିବାହରେ କେବଳ ବନ୍ଧୁ ଏବଂ ପରିବାର ସଦସ୍ୟ ଯୋଗ ଦେଇଥିଲେ। ଏହି ବିବାହରେ କରିସ୍ମା ତନ୍ନା, ବରୁଣ ବଙ୍ଗେରା ଏବଂ ରିଦ୍ଧି ଡୋଗ୍ରାଙ୍କ ସମେତ ଟିଭି ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରେଟ୍ ମଧ୍ୟ ଯୋଗ ଦେଇଥିଲେ। ଦୁହେଁ ଖୁସି ଖୁସିରେ ସାତ ଫେରା ନେଇଥିଲେ। ତାଙ୍କ ପିଲାମାନେ ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ।
ବିବାହ ପରେ ନିଖିଲ ପଟେଲ ଏବଂ ଦଲଜିତ କୌର ବହୁତ ଖୁସି ଥିବାର ଜଣାପଡିଥିଲା। ବିବାହରେ ଦୁହେଁ ଧଳା ରଙ୍ଗ ସହ ନାଲି କଲରର ଲୁକ୍ ଦେଖିବାକୁ ମିଳିଥିଲା । ଉଭୟ ହିନ୍ଦୁ ରୀତିନୀତି ଅନୁଯାୟୀ ଦୁହେଁ ବିବାହ ରୀତିନୀତି ସମାପ୍ତ କରିଥିଲେ। କେବଳ ଏତିକି ନୁହେଁ ଦଲଜିତ ଏବଂ ନିଖିଲ ବିବାହ ପରେ ଦେଇଥିବା
{"width":729,"height":529}ସାକ୍ଷାତକାରରେ ସେମାନଙ୍କର ଆଗାମୀ ଯାତ୍ରା, ପରିବାର ଏବଂ ଆଗାମୀ ପରିବର୍ତ୍ତନ ବିଷୟରେ କହିଥିଲେ। ଏହା ସହିତ ଏହି ଦମ୍ପତି ମଧ୍ୟ ଏକ ସମ୍ପୂର୍ଣ୍ଣ ପରିବାର ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି । ନିଖିଲ ପଟେଲ କହିଛନ୍ତି, 'ଆମେ ବହୁତ ଖୁସି। ଏହି ନୂତନ ଯାତ୍ରା ଆରମ୍ଭ କରିବାକୁ ମୁଁ ଉତ୍ସାହିତ । ଯେତେବେଳେ ଦଲଜିତ ଏହାକୁ ଏକ ସୁନ୍ଦର ଅନୁଭବ ବୋଲି ବର୍ଣ୍ଣନା କରିଛନ୍ତି ।
ଦଲଜିତ୍ ଏବଂ ନିଖିଲ ମଧ୍ୟ ସେମାନଙ୍କ ପିଲାମାନଙ୍କ ସହିତ ସମ୍ପୂର୍ଣ୍ଣ ପରିବାର ଫଟୋ ପାଇଁ ପୋଜ୍ ଦେଇଥିଲେ। ବର୍ତ୍ତମାନ ଉଭୟ ତିନି ସନ୍ତାନର ପିତାମାତା ହୋଇଛନ୍ତି । କହିବାକୁ ଗଲେ ଦଲଜିତଙ୍କର ଏକ ପୁଅ ଏବଂ ନିଖିଲଙ୍କର ଦୁଇଟି ଝିଅ ଅଛି।
ଏହା ବ୍ୟତୀତ ଦଲଜିତ କହିଛନ୍ତି ଯେତେବେଳେ ଜୀବନ ଆପଣଙ୍କୁ ଦ୍ୱିତୀୟ ସୁଯୋଗ ଦେଇଥାଏ, ସେତେବେଳେ ଆପଣ ଏହାକୁ ଅଧିକ ଗୁରୁତ୍ୱ ଦିଅନ୍ତି । କାହିଁକି ନା ଆଘାତ କଷ୍ଟ ଏବଂ ଦାୟିତ୍ଵ କଣ ଆପଣ ମଧ୍ୟ ଜାଣିଥିବେ। ତେବେ କହିବାକୁ ଗଲେ ସେ ନିଖିଲଙ୍କ ସହ ଦଲଜିତ୍ ଦେଶ ଛାଡି ତାଙ୍କ ସହ ନାଇରୋବି ସ୍ଥାନାନ୍ତର ହେବେ।