କୁମ୍ଭମେଳାରେ ରାମଦେବ ବାବାଙ୍କ ଏହି କାମକୁ ଦେଖି ହସିଲେ ହେମା ମାଲିନୀ, ଭିଡିଓ ଭାଇରାଲ…

Published By : Prameya-News7 Bureau | January 31, 2025 IST

ମୁମ୍ଵାଇ ୩୧।୦୧; ପ୍ରୟାଗରାଜରେ ମହାକୁମ୍ଭ ମେଳା ଚାଲିଛି। ଦେଶ ଏବଂ ବିଦେଶର ବିଭିନ୍ନ ସ୍ଥାନରୁ ପ୍ରତିଦିନ କୋଟି କୋଟି ଭକ୍ତ ଏହି ମେଳାରେ ପହଞ୍ଚୁଛନ୍ତି। ବଲିଉଡ ଏବଂ ରାଜନୈତିକ ଜଗତର ବଡ଼ ବଡ଼ ବ୍ୟକ୍ତିତ୍ବ ମଧ୍ୟ ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରିବା ପାଇଁ ପ୍ରୟାଗରାଜ ଆସୁଛନ୍ତି। ଅଭିନେତ୍ରୀ ତଥା ବିଜେପି ସାଂସଦ ହେମା ମାଳିନୀ ଜାନୁଆରି ୨୯ତାରିଖରେ ପ୍ରୟାଗରାଜରେ ଅନୁଷ୍ଠିତ ଐତିହାସିକ ମହାକୁମ୍ଭରେ ଯୋଗ ଦେଇଥିଲେ । ମୌନୀ ଅମାବାସ୍ୟାର ପବିତ୍ର ଅବସରରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଥିଲେ। ଏହି ସମୟରେ ବାବା ରାମଦେବଙ୍କୁ ହେମା ମାଳିନୀଙ୍କ ସହ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ହେମା ମାଳିନୀ ବାବା ରାମଦେବଙ୍କ ଏକ କାମକୁ ଦେଖି ହସୁଛନ୍ତି।

ଭିଡିଓରେ ଦେଖାଯାଇଛି ‌ଯେ, ଉଭୟ ବାବା ରାମଦେବ ଓ ହେମା ମାଳିନୀ ଅନ୍ୟମାନଙ୍କ ସହ ବୁଡ଼ ପକାଇବାକୁ ପାଣି ଭିତରେ ଅଛନ୍ତି। ପ୍ରଥମେ ବାବା ରାମଦେବ ବୁଡ଼ ପକାଉଛନ୍ତି। ଏହା ପରେ ହେମା ମାଳିନୀ ବୁଡ଼ ପକାଉଛନ୍ତି। ବାବା ରାମଦେବ ବୁଡ଼ ପକାଇ ଉଠିବା ପରେ ପଛରେ ଥିବା ଜଣେ ବ୍ୟକ୍ତି ତାଙ୍କ କେଶ ଖୋଲୁଛନ୍ତି। ଏହା ପରେ ବାବା ରାମଦେବ ନିଜ କେଶକୁ ପାଣିରେ ବୁଡ଼ାଇ ଉପରକୁ ଉଠାଉଛନ୍ତି। ଏହା ଦ୍ବାରା ପଛରେ ଥିବା ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ଯାଇ ତାଙ୍କ କେଶ ପଡ଼ୁଛି। ଏହା ଦେଖି ହେମା ଓ ଉପସ୍ଥିତ ଅନ୍ୟମାନେ ହସିବାକୁ ଲାଗୁଛନ୍ତି।

ହେମା ମାଳିନୀ ନିଜକୁ ଭାଗ୍ୟବାନ ବୋଲି କହିଲେ

ସୋମବାର ସନ୍ଧ୍ୟାରେ ହେମା ମାଳିନୀ ମହାକୁମ୍ଭରେ ଯୋଗ ଦେଇଥିଲେ। ସେ ପ୍ରଭୁ ପ୍ରେମୀ ସଂଘ କୁମ୍ଭ ଶିବିରରେ ଜୁନାପୀଠାଧିଶ୍ୱର ମହାମଣ୍ଡଳେଶ୍ୱର ଆଚାର୍ଯ୍ୟ ସ୍ୱାମୀ ଅବଧେଶାନନ୍ଦ ଗିରି ଜୀ ମହାରାଜଙ୍କୁ ଭେଟିଥିଲେ। ଯାହାଙ୍କୁ ପୂଜ୍ୟ ପ୍ରଭୁଶ୍ରୀ ଜୀ ଭାବରେ ମଧ୍ୟ ଜଣାଶୁଣା ଏବଂ ଆଧ୍ୟାତ୍ମିକତା ଉପରେ ଆଲୋଚନା କରିଥିଲେ। ବୁଧବାର ମୌନୀ ଅମାବାସ୍ୟାରେ ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇବା ପରେ ସେ ତାଙ୍କର କୃତଜ୍ଞତା ମଧ୍ୟ ପ୍ରକାଶ କରିଥିଲେ। ସେ କହିଲେ, "ମୁଁ ଭଲ ଅନୁଭବ କରୁଛି। ମୁଁ ପୂର୍ବରୁ କେବେ ଏପରି ଅଭିଜ୍ଞତା ପାଇ ନାହିଁ।" ସେ କହିଲେ, "ଆଜି ଏକ ବିଶେଷ ଦିନ ଏବଂ ମୁଁ ପବିତ୍ର ସ୍ନାନ କରିବାର ସୌଭାଗ୍ୟବାନ।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.