ଅସହ୍ୟ ଜାଡରେ ଥରୁଛି ଦିଲ୍ଲୀ,୫ ଡିଗ୍ରୀ ତଳକୁ ଖସିଲା ପାରଦ,ପାହାଡିଆ ଅଞ୍ଚଳରେ ବରଫପାତ

Published By : Prameya-News7 Bureau | December 12, 2024 IST

ନୂଆଦିଲ୍ଲୀ୧୨/୧୨ : ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ଶୀତ । ଚଳିତ ମାସରେ ପ୍ରଥମ ଥର ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ତଳକୁ ଖସିଛି । ସଫଦରଜଙ୍ଗରରେ ତାପାମାତ୍ରା ୪.୫ ଡିଗ୍ରୀ ରେକର୍ଡ କରାଯାଇଛି । ଯାହା ଗତ ୧୪ ବର୍ଷର ରେକର୍ଡ ଭାଙ୍ଗିଛି । ରବିବାର ଠାରୁ ଦିଲ୍ଲୀରେ ଶୀତ ଲହରୀ ଜାରି ରହିଛି । ଜାଡରେ ଥରୁଛି ଦିଲ୍ଲୀ ସମେତ ପୁରା ଉତ୍ତର ଭାରତ । 

ଆଗକୁ ଆହୁରି ଶୀତ ବଢିବା ନେଇ ଆକଳନ  କରିଛି ପାଣିପାଗ ବିଭାଗ । ରେକର୍ଡ ଅନୁସାରେ ୧୯୮୭  ଡିସେମ୍ବର ୬ରେ ୪.୧ ଡିଗ୍ରୀ ରେକର୍ଡ ହୋଇଥିଲା । ବୁଧବାର ତାପମାତ୍ରା ୫ ଡିଗ୍ରୀ ତଳକୁ ଖସିଯାଇଛି । ଆସନ୍ତା ୧୩ ଯାଏ ଶୀତ ଲହରୀ ଜାରି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନ୍‌ସିଆର ଓ ଉତ୍ତର ଭାରତର ପାହାଡିଆ ଅଞ୍ଚଳରେ ବରଫପାତ ହେଉଛି । ଏହାର ପ୍ରଭାବରେ ଶୀତ ବଢିଥିବା କହିଛି ପାଣିପାଗ ବିଭାଗ । 

  • new delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.