ଜୟନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ, ଯେବେ ଚାହିଁବୁ, ସେବେ ବିଜେଡିକୁ ଭାଙ୍ଗିଦେବୁ...

Published By : Prameya-News7 Bureau | December 12, 2024 IST

ଭୁବନେଶ୍ୱର ୧୨।୧୨ : ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ । ବିଜେପି ଯେଉଁଦିନ ହୁଇସୁଲ୍‌ ମାରିବ । ସେଦିନ ବିଜେଡି ଗୁଣ୍ଡ ଗୁଣ୍ଡ ହୋଇଯିବ । ଦଳରେ କେହି ଜଣେ ବି ରହିବେନି । ଏମିତିକି ଖୋଦ ନବୀନ ପଟ୍ଟନାୟକ ମଧ୍ୟ ବିଜେପିରେ ସାମିଲ ହୋଇପାରନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭଗବାନ କରନ୍ତୁ ତାଙ୍କ ପାଖରେ ଲୋକ ରୁହନ୍ତୁ । ଯଦି ଦଳଟା ଭାଙ୍ଗିଯିବ, ଭାରି ଦୁଃଖ ଲାଗିବ । ଦଳ ଥାଉ, ଦୀର୍ଘଯିବି ହୁଅନ୍ତୁ ଏବଂ ଅପମାନିତ ହୁଅନ୍ତୁ । ମୁଁ କେବେବି ଶତ୍ରୁକୁ ମାରିବାକୁ ଚାହେଁନି । ଜୀବନରେ ମିତ୍ରର ଯେତିକି ଆବଶ୍ୟକତା ରହିଛି । ଶତ୍ରୁର ବି ସେତିକି ଆବଶ୍ୟକତା ରହିଛି ।  ବିଜେପି ଚାହୁଁନି ବିଜେଡି ଭାଙ୍ଗୁ ବୋଲି । ଆମ ଲକ୍ଷ୍ୟ ନୁହେଁ ବିଜେଡିକୁ ଶୂନ କରିବା । ସେମାନେ ଯଦି ଆସିବାକୁ ଚାହିଁବେ, ତେବେ ଆମେ ସ୍ୱାଗତ କରିବୁ । ଆମର ରାଜ୍ୟସଭାରେ ଆବଶ୍ୟକତା ଅଛି । ଯେଉଁଦିନ ଆମେ ଚାହିଁବି ବିଜେଡିକୁ ଖଣ୍ଡ ଖଣ୍ଡ କରିଦେବୁ । ଗୋଟିଏ ଲୋକ ବି ରହିବେନି । ଏମିତିକି ନବୀନ ପଟ୍ଟନାୟକ ମଧ୍ୟ ପଳେଇ ଆସିବେ । ସେ କଣ କରିବେ.. ଯଦି ସବୁ ଲୋକ ପଳେଇ ଆସିବେ, ସେ ବି ଆସିବେ ।


 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.