ଏହି ଲୋକଙ୍କୁ ଅଧିକ ଡେଙ୍ଗୁ ବିପଦ ! ଜାଣନ୍ତୁ ଏଥିରୁ ବର୍ତ୍ତିବେ କେମିତି ?

Published By : Prameya-News7 Bureau | September 04, 2024 IST

ନୂଆଦିଲ୍ଲୀ ୦୪।୦୯: ଡେଙ୍ଗୁ ଏକ ଭାଇରାଲ୍ ସଂକ୍ରମଣ। ଏହା ଏଡିସ୍ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ । ବର୍ଷା ଋତୁ ଚାଲିଛି । ଏହି କାରଣରୁ ବଢିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଦିନକୁ ଦିନ ଏହା ବଢିବାରେ ଲାଗୁଛି । ଖାସ୍ କରି ଛୋଟ ପିଲାମାନଙ୍କୁ ରହିଆଏ ଡେଙ୍ଗୁରୁ ଅଧିକ ବିପଦରେ । 

ଏହାବ୍ୟତୀତ ଦ୍ୱିତୀୟ ଥର ପାଇଁ ଯେଉଁ ଲୋକଙ୍କୁ ଡେଙ୍ଗୁ ହେଉଛି ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ । ଡେଙ୍ଗୁ କାରଣରୁ ଶରୀରରେ ଅନେକ ଲକ୍ଷଣ ଦେଖିବାକୁ ମିଳେ । ଯେପରିକି ଜ୍ୱର, ଗଣ୍ଠି ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥକାପଣ, ଦୁର୍ବଳତା, ବାନ୍ତି ଏବଂ ନାକ କିମ୍ବା ଦାନ୍ତ ମାଢିରୁ ରକ୍ତସ୍ରାବ ହୋଇଥାଏ । 

ଡେଙ୍ଗୁ ହେଲେ ବହୁତ ଜ୍ୱର ହୁଏ । ଯେଉଁ କାରଣରୁ ଶରୀରରେ ବହୁତ ଯନ୍ତ୍ରଣା ହୋଇଥାଏ ।  ଏହାବ୍ୟତୀତ ପ୍ଲେଟଲେଟ୍ ବହୁତ କମ୍ ହୋଇପାରେ ଏବଂ ଡେଙ୍ଗୁର ଗମ୍ଭୀର ମାମଲାରେ ଲିଭର, କିଡନୀ ଏବଂ ଅନ୍ୟାନ୍ୟ ଅଙ୍ଗଗୁଡ଼ିକ କାମ କରିବା ବନ୍ଦ କରିପାରନ୍ତି । 

ଡେଙ୍ଗୁକୁ ଏଡାଇବା ପାଇଁ କବାଟ ଏବଂ ଝରକା ବନ୍ଦ ରଖନ୍ତୁ । ଘୋଡି ହେବା ଭଳି ପୋଷାକ ପିନ୍ଧିବା ଉଚିତ୍ । ଏହାବ୍ୟତୀତ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖନ୍ତୁ ଏବଂ କୁଣ୍ଡ, ଟାୟାର, କୁଲର୍ ଇତ୍ୟାଦିରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ । 

ଡେଙ୍ଗୁକୁ ଏଡାଇବା ପାଇଁ ଖାଦ୍ୟରେ ଭିଟାମିନ୍ ସି ଭରପୂର ଫଳ ଏବଂ ପନିପରିବା ସାମିଲ କରିବା ଉଚିତ୍ । କମଳା, ଧନିଆ ପତ୍ର, ଅମତଭଣ୍ଡା, ପିଜୁଲି, କ୍ୟାପ୍ସିକମ୍, ବ୍ରୋକୋଲି, ପାଳଙ୍ଗ ଏବଂ ଟମାଟୋ ଖାଇବା ଆବଶ୍ୟକ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.