ନୂଆବର୍ଷରେ ପାଟଣାଗଡ଼ବାସୀଙ୍କ ପାଇଁ ଭେଟି, ବାଇପାସ୍ ରାସ୍ତା ନେଇ ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | April 07, 2025 IST

ପାଟଣାଗଡ ୭: ପାଟଣାଗଡ଼ରେ ବାଇପାସ୍ ରାସ୍ତା ନେଇ ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ନୂଆବର୍ଷରେ ପାଟଣାଗଡ଼ବାସୀଙ୍କ ପାଇଁ ଏହି ଉପହାର ଭେଟି ସ୍ବରୂପ ସରକାରଙ୍କ ତରଫରୁ ଦିଆଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଏକ ଜନଗହଳିପୂର୍ଣ୍ଣ ସହର ହୋଇଥିବାରୁ ବାଇପାସ୍ ରାସ୍ତା ପାଇଁ ଦାବି ହୋଇ ଆସୁଛି । ତେବେ ଏହାକୁ ନେଇ ପାଟଣାଗଡ଼ ସ୍ଥିତ ହରିଶଙ୍କର ସମ୍ମିଳନୀ ସଦନ ଠାରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବାଇପାସ୍ ରାସ୍ତା ୨୦୨୫ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଅଛି । ନୂଆବର୍ଷରେ ପାଟଣାଗଡ଼ବାସୀଙ୍କ ପାଇଁ ଏହାକୁ ଭେଟି ସ୍ବରୂପ ସରକାରଙ୍କ ତରଫରୁ ଦିଆଯିବ । ବାଇପାସ୍ ରାସ୍ତା ପାଇଁ ୭୬ ଲୋକଙ୍କ ଜମି ଅଧିଗ୍ରହଣ ହେବାର ଅଛି । ସେମାନେ ସହଯୋଗ କରିବାକୁ ଉପ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ତେଣୁ ଜମି ଅଧିଗ୍ରହଣ କରିବା ସହ ସେମାନଙ୍କୁ କ୍ଷତିପୂରଣ ଦେଇ ବାଇପାସ୍ ରାସ୍ତା ପାଇଁ ଦିଆଯାଇଥିବା ନିର୍ଦ୍ଧ।ରିତ ସମୟ ସୀମା ଭିତରେ ଶେଷ ହୋଇପାରିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।  

ଏହି ବୈଠକରେ ବଲାଙ୍ଗିର ଏଡିଏମ୍, ପାଟଣାଗଡ ଉପ ଜିଲ୍ଲାପାଳ, ପିଡବ୍ଲୁଡି ଅଧିକାରୀ, ବିଡିଓ, ତହସିଲଦାରଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

You Can Read:

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୮ ଯାଏଁ ଉତ୍ତରପଶ୍ଚିମ ଦିଗରେ ଗତି କରିବ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.