ଭୁବନେଶ୍ୱର ୨୬।୭: ଦିଲ୍ଲୀରୁ ଫେରିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଥିବା ନେଇ ସୂଚନା ଦେଇଛନ୍ତି ପ୍ରଭାତୀ ପରିଡ଼ା । ବଳଙ୍ଗା ପୀଡିତାଙ୍କ ପରିବାରକୁ ଦିଲ୍ଲୀ ଏମ୍ସରେ ଭେଟିବା ସହ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।ପୀଡ଼ିତାଙ୍କର ଦୁଇ ଥର ସ୍କିନ୍ ଗ୍ରାଫ୍ଟିଙ୍ଗ ସରିଛି । ଥରକରେ ୪ରୁ ୫ ଘଣ୍ଟା ଗୋଟିଏ ଗୋଟିଏ ଅପରେସନ ପୀଡ଼ିତାଙ୍କର ହେଉଛି । ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଥିବା ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେପଟେ, ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ପୋଲିସ ହାତରେ ଲାଗିଛି ଗୁରୁତ୍ବପୂର୍ଣ୍ଣ ପ୍ରମାଣ । ବଳଙ୍ଗା ନାବାଳିକା ପୋଡ଼ି ଘଟଣା ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ପୁରୀ ଏସ୍ପି ପିନାକ ମିଶ୍ର । ସେ କହିଛନ୍ତି, ବଳଙ୍ଗାରେ ଗୋଟିଏ ସ୍ପେଶାଲ ଟିମ୍ ତଦନ୍ତ ଜାରି ରଖିଛି । ତଦନ୍ତ ପାଇଁ ସମୟ ଲାଗୁଛି । ସବୁ ଦିଗରୁ ତଦନ୍ତ ଚାଲିଛି । କୌଣସି ଖିଅ ଛଡ଼ା ଯିବନାହିଁ ବୋଲି ପୁରୀ ଏସ୍ପି କହିଛନ୍ତି । ଠିକ୍ ଢ଼ଙ୍ଗରେ ତଦନ୍ତ ଚାଲିଛି । ପୋଲିସ ହାତରେ ମୂଲ୍ୟବାନ ତଥ୍ୟ ପ୍ରମାଣ ମିଳିଛି । ତେବେ ପୀଡ଼ିତା ଆଉ ଥରେ ବୟାନ ଦେବା ଓ କେତେ ଜଣଙ୍କୁ ଅଟକ ରଖିବା ଓ କାହାକୁ ପଚରାଉଚରା କରାଯାଇଛି ପ୍ରଶ୍ନର ଜବାବ ନଦେଇ ଏଡ଼ାଇଗଲେ ଏସ୍ପି ପିନାକ ମିଶ୍ର ।ତଦନ୍ତ ଚାଲିଥିବାରୁ ଏହି ପ୍ରଶ୍ନକୁ ଏଡାଇ ଯାଇଛନ୍ତି । ବଳଙ୍ଗା ଥାନାରେ ପ୍ରାୟ ଅଢ଼େଇ ଘଣ୍ଟା ରହିବା ପରେ ଗଣମାଧ୍ୟମ ଆଗରେ ଏସ୍ପି ଏହି ସୂଚନା ଦେଇଛନ୍ତି ।
You Can Read:
ମିଳିଲା ଛିନ୍ଦକ ନାଗବଂଶୀ ରାଜା ସୋମେଶ୍ୱର ଦେବଙ୍କ ସମୟର ଶିଳାଲେଖ, ଏହା ୯୫୦ ବର୍ଷ ତଳର ସୂଚନା