ମାଛ ଧରା ଜାଲରେ ବିରାଟକାୟ ଅଜଗର, ଉଦ୍ଧାର କଲା ଧର୍ମଗଡ ବନ ବିଭାଗ

Published By : Prameya-News7 Bureau | September 01, 2024 IST

ଧର୍ମଗଡ ୦୧।୦୯: ଚାଷ ଜମିରୁ ଉଦ୍ଧାର ହେଲା ଏକ ଅଜଗର ସାପ l କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ କର୍ଲାପଡ଼ା ଏକ ୬ ଫୁଟ ଲମ୍ବର ଅଜଗର ଉଦ୍ଧାର ହୋଇଛି । ଚାଷି ଜଣକ ମାଛ ଧରିବା ପାଇଁ ଚାଷଜମି ରେ ଜାଲ ପକାଇଥିଲେ । ଏହି ସମୟରେ ମାଛ ଖାଇବାକୁ ଆସି ସେହି ଜାଲ ମଧ୍ୟରେ ଅଜଗରଟି ଫସି ରହିଥିଲା l

ରବିବାର ସକାଳେ ଚାଷି ଜଣଙ୍କ ଜାଲରୁ ମାଛ ଆଣିବାକୁ ଯାଇଥିଲେ । ସେତେବେଳେ ଦେଖିଥିଲେ ଅଜଗର ସାପଟି ଜାଲ ଦେଖିଥିଲେ। ଏହା ପରେ ସ୍ଥାନୀୟ ଲୋକଙ୍କୁ ଡାକି ଜାଲରୁ ଅଜଗରକୁ ଉଦ୍ଧାର କରି ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ । ପରେ ଜଙ୍ଗଲ ବିଭାଗ କର୍ମଚାରୀ ଆସି ଅଜଗରକୁ ସୁରକ୍ଷିତ ଭାବେ ନେଇ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଛାଡି ଦେଇଥିବା ଜଣାପଡିଛି l

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.