ଡିପ୍ରେସନ୍‌ରେ ଲାଞ୍ଚୁଆ ଆଇଏଏସ୍ ! ଜେଲ୍‌ରେ ବିଗିଡ଼ିଲା ଧର୍ମଗଡ଼ ଉପ ଜିଲ୍ଲାପାଳଙ୍କ ସ୍ବାସ୍ଥ୍ୟାବସ୍ଥା

Published By : Prameya-News7 Bureau | June 10, 2025 IST

କଳାହାଣ୍ଡି ୧୦ଚକମାଙ୍କୁ ସଦ୍‌ମା । ୨୦୨୧ ବ୍ୟାଚ୍‌ର ଲାଞ୍ଚୁଆ ଆଇଏଏସ୍‌ ଅଫିସର ଧୀମାନ ଚକମାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଲା । କୁହାଯାଉଛି ଗିରଫ ପରେ ଚକମା ଏବେ ଡିପ୍ ଡିପ୍ରେସନ୍‌ରେ ଅଛନ୍ତି । ମାତ୍ର ୪ ବର୍ଷ କାର୍ଯ୍ୟକାଳରେ ଲାଞ୍ଚ ନେଇ ଧରାପଡିଲେ । ଜାମିନ ନାମଞ୍ଜୁର ହେବା ପରେ ଆଇଏଏସ୍ ବାବୁଙ୍କୁ ଜେଲ୍‌ ପଠାଇ ଦିଆଯାଇଥିଲା । ଜେଲ୍‌ରେ ବିଗିଡ଼ିଗଲା ଧୀମାନ ଚକମାଙ୍କ ସ୍ବାସ୍ଥ୍ୟାବସ୍ଥା । 

୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଗିରଫ ହୋଇଥିବା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପ ଜିଲ୍ଲାପାଳ ଧୀମାନ ଚକମାଙ୍କୁ ସୋମବାର ଭବାନୀପାଟଣା ଜିଲ୍ଲା ଜେଲ୍ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ଜେଲ୍‌ ହାଜତକୁ ଯିବା ପରେ ଆଇଏଏସ୍‌ ଧୀମାନ ଚକମା ଡିପ୍ ଡିପ୍ରେସନ୍ ଦ୍ବାରା ପୀଡ଼ିତ ଥିବା ଜେଲ୍ ସୂତ୍ରରୁ ଜଣାପଡିଛି । ତାଙ୍କ ସ୍ଵାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ଜେଲ୍ ସ୍ଥିତ ମେଡ଼ିକାଲରେ ଅବଜରଭେସନରେ ରଖାଯାଇଥିବା ଜଣାପଡିଛି । 

ଭବାନୀପାଟଣା ଜେଲ୍‌ ଭିତରେ ବିଚାରାଧୀନ କଏଦୀ ଭାବରେ ପ୍ରଥମ ରାତି ମେଡ଼ିକାଲ ଶଯ୍ୟାରେ ଅନ୍ୟ କଏଦୀ ମାନଙ୍କ ଠାରୁ ଅଲଗା ରଖାଯାଇଥିଲା । ତେବେ ଜାମିନ ନମିଳିବା ପର୍ଯ୍ୟନ୍ତ ଚକମା ଏମିତି ଆଇନକୁ ଚକମା ଦେଖାଇ କେତେ ଦିନ ଜେଲ୍ ମେଡ଼ିକାଲରେ ରହିବେ ତାହା ଦେଖିବା ବାକି ରହିଲା ।

ସୂଚନାଯୋଗ୍ୟ ଯେ, ଜଣେ ବ୍ୟବସାୟୀଙ୍କ ଠାରୁ ରବିବାର ୧୦ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ  ଉପ ଜିଲ୍ଲାପାଳ ଧୀମାନ ଚକମା । ଉପ ଜିଲ୍ଲାପାଳଙ୍କ  ସରକାରୀ ବାସଭବନରେ ଲାଞ୍ଚ ଟଙ୍କା ଗ୍ରହଣ  କରୁଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ।  ଯାଞ୍ଚ ବେଳେ ତାଙ୍କ ବାସଭବନରୁ ଆହୁରି ୪୭ଲକ୍ଷ ୪୭ହଜାର ୬୦୦ ଟଙ୍କା ଜବତ  କରାଯାଇଥିଲା ।

You Can Read:

ବିଧବା ମହିଳାଙ୍କ ହାତ-ଗୋଡ଼ ବାନ୍ଧି ଲୁଟ୍, ସୁନା ଓ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.