କିଶୋର ସ୍ୱାସ୍ଥ୍ୟ ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

Published By : Prameya-News7 Bureau | March 09, 2025 IST

ଭୁବନେଶ୍ବର: କିଶୋରୀ ଓ କୈଶୋର ଅବସ୍ଥାରେ ଉପୁଜୁଥିବା ସ୍ୱାସ୍ଥ୍ୟଗତ ସମସ୍ୟା ଓ ଶାରୀରିକ ପରିବର୍ତ୍ତନ, ମାନସିକ ଚିନ୍ତାଧାରାରେ ହେଉଥିବା ପରିବର୍ତ୍ତନ ସମ୍ବନ୍ଧରେ ଏକ କର୍ମଶାଳା ସ୍ଥାନୀୟ ହୋଟେଲ ସୂର୍ଯ୍ୟାଂଶ ଠାରେ ଆୟୋଜିତ ହୋଇଯାଇଛି। ରୁଚିକା ସୋସିଆଲ ସର୍ଭିସ ଅର୍ଗାନାଇଜେସନ ଓ ଚାଇଲଡ୍ ଫଣ୍ଡ୍‌ର ମିଳିତ ଆନୁକୂଲ୍ୟରେ ଏହି ‘କିଶୋର ସ୍ୱାସ୍ଥ୍ୟ ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା’ ଅନୁଷ୍ଠିତ ହୋଇଥିଲା । 

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରୁଚିକା ସିଇଓ ଡକ୍ଟର ବେଣୁଧର ସେନାପତି, ଆରଏସଏସଓ ସେକ୍ରେଟାରୀ ଉମା ଶଙ୍କର ସଡ଼ଙ୍ଗୀ, ଚାଇଲଡ୍‌ ଫଣ୍ଡ୍‌ ପ୍ରୋଗ୍ରାମ ସ୍ପେସିଆଲିଷ୍ଟ ମିଷ୍ଟର ସଂଜୀବ ବେହେରା, ଶିଶୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଆଡିସନାଲ ଡାଇରେକଟର ଡକ୍ଟର ଆଦିତ୍ୟ ମହାପାତ୍ର, ଏନଏଚଏମ୍‌ କନସଲଟାଣ୍ଟ୍‌ ଚନ୍ଦନେଶ ମିଶ୍ର, ଆର୍‌କେଏସ୍‌କେ ଏନଏଚ୍‌ଏମ୍‌ କନସଲଟାଣ୍ଟ ଜ୍ଞାନରଞ୍ଜନ ପ୍ରଧାନ, ରତ୍ନାକର ସାହୁ, ଯୋଗଦେଇ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। 

ଭୁବନେଶ୍ୱର ଶିଶୁ ବିକାଶ ମଙ୍ଗଳ ଚାଇଲଡ୍‌ ଫଣ୍ଡ୍‌ର କାର୍ଯ୍ୟକର୍ତ୍ତା ସୁପ୍ରଭା ମହାନ୍ତି, ଶିଶୁ ଓ କିଶୋର, କିଶୋରୀଙ୍କ ପାଇଁ କରାଯାଉଥିବା କାର୍ଯ୍ୟକ୍ରମ ଓ ତା’ର ସଫଳ ରୂପାୟନ ବିଷୟରେ ବିବରଣୀ ପ୍ରଦାନ କରିଥିଲେ । ଭୁବନେଶ୍ୱର ଅର୍ବାନ ସିଡିପିଓ ସଂଗୀତା ପାଢ଼ୀ ଓ ବିନୋଦିନୀ ମ୍ୟାମ କିଶୋର ଓ କିଶୋରୀମାନଙ୍କ ଯତ୍ନ କିପରି ନେବେ ଓ ସୁସ୍ଥ ସମାଜ ଗଠନ ପାଇଁ ‘ସୁସ୍ଥ ମାଆ’ ଓ ‘ସୁସ୍ଥ ଶିଶୁ’ ପାଇଁ ଦରକାର ସୁସ୍ଥ କିଶୋରୀ ବାଳିକାର ଭୂମିକା ବିଷୟରେ ମତବ୍ୟକ୍ତ କରିଥିଲେ । ପରିଶେଷରେ ଅଶ୍ୱିନୀ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.