ପୁରୀ ୯/୦୩: ବିଶ୍ବସ୍ତରରେ ପହଞ୍ଚିବ ବିଶ୍ବ ନିୟନ୍ତାଙ୍କ ଘୋଷଯାତ୍ରା । ୟୁନେସ୍କୋ (UNESCO)ଦ୍ବାରା ବିଶ୍ବ ସାଂସ୍କୃତିକ ଐତିହ୍ୟ (Intangible Cultural Heritage) ମାନ୍ୟତା ପ୍ରଦାନ ନେଇ ପ୍ରକ୍ରିୟା ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ଖୁବ ଶୀଘ୍ର ନାମାଙ୍କନ ପତ୍ର ଦାଖଲ ହେବ । ନିକଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢୀ ଦିଲ୍ଲୀ ଗସ୍ତ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।
ରଥଯାତ୍ରା ଭଳି ମହାର୍ଘ ବୈଶିକ ଯାତ୍ରାର ମହାନତା ଉପଲବ୍ଧି କରି କର୍ତ୍ତୃପକ୍ଷ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା ରଖିଛି ପ୍ରଶାସନ । ୟୁନେସ୍କୋର ଏହି ପ୍ରୟାସକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ଏହି ମାନ୍ୟତା ମିଳିବା ପରେ ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ଦିଗରେ ପଦକ୍ଷେପ ନେଇହେବ । ଶ୍ରୀମନ୍ଦିର ପ୍ରଶାସନର ଏହି ଉଦ୍ୟମକୁ ବରିଷ୍ଠ ସେବାୟତମାନେ ସ୍ବାଗତ କରିଛନ୍ତି ।