ଲଗାଣ ବର୍ଷାରେ ଭାସିଗଲା ବାଉଁଶଯୋରା ନାଳର ଡାଇଭର୍ସନ ପୋଲ, ଯୋଗାଯୋଗ ବିଚ୍ଛିନ୍ନ

Published By : Prameya-News7 Bureau | June 22, 2025 IST

ତେଲକୋଇ ୨୨।୬: କେନ୍ଦୁଝର ଜିଲ୍ଲା ତେଲକୋଇ-ଜଗମୋହନପୁର ପୂର୍ତ୍ତ ରାସ୍ତାର ବାଉଁଶଯୋରା ନାଳ ଉପରେ ପୋଲ ନିର୍ମାଣ କାର୍ଯ୍ୟ ପାଇଁ ପୋଲ ତଳ ପଟକୁ ଯାତାୟତ ପାଇଁ ଏକ ଡାଇଭର୍ସନ ଅସ୍ଥାୟୀ   ପୋଲ ନିର୍ମାଣ ହୋଇଥିଲା । ରବିବାର ସକାଳୁ ନାଳର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନାଳରେ ଅତ୍ୟଧିକ ବର୍ଷା ଜଳ ପ୍ରବାହିତ ହୋଇଥିଲା । ଫଳରେ ପୂର୍ତ୍ତ ବିଭାଗର ଡାଇଭର୍ସନ ପୋଲଟି ଭାସି ଯାଇଥିଲା । ଫଳରେ ତେଲକୋଇ ଠାରୁ ଜଗମୋହନପୁର, ପାଲଲହଡ଼ା, ସମ୍ବଲପୁର ଆଦି ସ୍ଥାନକୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 

ଜଗମୋହନପୁର ପଟୁ ତେଲକୋଇ ମୁଖ୍ୟାଳୟକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ପୂର୍ତ୍ତ ବିଭାଗର ଅବହେଳା ଯୋଗୁଁ ଏଭଳି ଅବସ୍ଥା ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ବର୍ଷା ଦିନ ପୂର୍ବରୁ ମୁଖ୍ୟ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହେବାର ଆବଶ୍ୟକତା ଥିଲା । ହେଲେ ପୂର୍ତ୍ତ ବିଭାଗର ଅବହେଳା ଯୋଗୁଁ ପୋଲ ନିର୍ମାଣରେ ବିଳମ୍ବ ହୋଇଥିବା କୁହାଯାଉଛି ।

You Can Read:

ଯାତ୍ରୀବାହୀ ବସ୍‌ରେ କରୁଥିଲେ ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.