ପହଲଗାମ ମାମଲାର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ, ଆବେଦନକାରୀଙ୍କୁ କଡ୍ଡା ଭର୍ତ୍ସନା

Published By : Prameya-News7 Bureau | May 01, 2025 IST

ନୂଆଦିଲ୍ଲୀ ୦୧/୦୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ । ଏହାସହ ଆବେଦନକାରୀଙ୍କୁ କଡ୍ଡା ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ କହିଛନ୍ତି ଏପରି ପଦକ୍ଷେପ ସେନାର ମନୋବଳକୁ ଦୁର୍ବଳ କରିବ । 

ଆବେଦନକାରୀଙ୍କୁ କାଠଗଡାକୁ ଆଣି ସୁପ୍ରିମକୋର୍ଟ କହିଛନ୍ତି ଯେ ଏପରି ଆବେଦନ ଦାଖଲ କରିବା ପୂର୍ବରୁ ଏହି ପ୍ରସଙ୍ଗର ସମ୍ବେଦନଶୀଳତା ଉପରେ ବିଚାର କରାଯିବା ଦରକାର ଥିଲା। ସେ ଆହୁରି କହିଛନ୍ତି ସାର ଦେଶବାସୀ ଆତଙ୍କବାଦୀ ବିରୋଧରେ ଏକ୍‌ଜୁଟ ହୁଅ । ଲଢେଇ କରିବାକୁ ଆଗେଇ ଆସ । ମାମଲାର ଶୁଣାଣି ସମୟରେ, ସୁପ୍ରିମକୋର୍ଟ ଏକ କଠୋର ମନ୍ତବ୍ୟ ଦେଇଥିଲେ । ଜଷ୍ଟିସ ସୂର୍ଯ୍ୟକାନ୍ତ କହିଥିଲେ ଯେ ଏହା ଏକ ଗମ୍ଭୀର ପ୍ରସଙ୍ଗ । 

ଜଣେ ଅବସରପ୍ରାପ୍ତ ବିଚାରପତି କ’ଣ ଏହି ବିଷୟରେ ବିଶେଷଜ୍ଞ ? ସେ କ’ଣ ତଦନ୍ତ କରିପାରିବେ? ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଯେଉଁଥିରେ ଦେଶର ପ୍ରତ୍ୟେକ ନାଗରିକ ଆତଙ୍କବାଦ ସହିତ ଲଢ଼ିବା ପାଇଁ ପ୍ରସ୍ତୁତ। ସୁପ୍ରିମକୋର୍ଟଙ୍କ ଏହି ମନ୍ତବ୍ୟ ପରେ, ଆବେଦନକାରୀ ଆବେଦନ ପ୍ରତ୍ୟାହାର କରିନେଇଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ଆବେଦନକାରୀ ତାଙ୍କ ଆବେଦନରେ ପହଲଗାମ ଆକ୍ରମଣର ତଦନ୍ତ ପାଇଁ ଜଣେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କ ନେତୃତ୍ୱରେ ଏକ ନ୍ୟାୟିକ କମିଶନ ଗଠନ କରିବାକୁ ଦାବି କରିଥିଲେ। 

ଏହା ବ୍ୟତୀତ, ଆବେଦନରେ ଏହା ମଧ୍ୟ ଦାବି କରାଯାଇଛି ଯେ କେନ୍ଦ୍ର, ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ, ସିଆରପିଏଫ୍, ଏନଆଇଏକୁ ଜମ୍ମୁ-କଶ୍ମୀରର ପର୍ଯ୍ୟଟନ କ୍ଷେତ୍ରରେ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଉ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.