ନୂଆଦିଲ୍ଲୀ ୦୨/୦୫: ପାକିସ୍ତାନ ଓ ଆତଙ୍କବାଦ, ପରସ୍ପର ପରିପୂରକ । ଏକଥା ପ୍ରମାଣ କରେ ପାକିସ୍ତାନର ନିଜସ୍ୱ ଇତିହାସ । ପହଲଗାମ ହମଲାକୁ ସାରା ବିଶ୍ୱର ନଜର ପାକିସ୍ତାନ ଉପରେ । ସାମରିକ ଚାପ ଓ କୂଟନୈତିକ ରଣନୀତି ଜରିଆରେ ପାକିସ୍ତାନକୁ ଘେରିଛି ଭାରତ । କେତେବେଳେ ଭାରତ କଣ କରିବ ସେ ଭୟରେ ଥରହର ପାକ୍।
ରିପୋର୍ଟ କୁହେ ଭାରତୀୟ ତଦନ୍ତ ସଂସ୍ଥା ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପର ପ୍ରସ୍ତୁତ କରିଛି ତାଲିକା । ଯେଉଁଥିରେ ସ୍ପଷ୍ଟି ଅଛି କି, ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବା ନିଜେ ସ୍ୱୀକାର କରିଛି ପାକିସ୍ତାନ । ଆହୁରି ମଧ୍ୟ ରିପୋର୍ଟରେ ଉଲ୍ଲେଖ ଅଛି କି, ପାକିସ୍ତାନ ଆତଙ୍କବାଦ ଜରିଆରେ ଋଷଠାରୁ ଇରାନ ପର୍ଯ୍ୟନ୍ତ ବିଶ୍ୱର ଅନେକ ଦେଶକୁ ପହଞ୍ଚାଇଛି କ୍ଷତି ।
ଋଷ ଉପରେ ଆଟାକ୍: ୨୨ ମାର୍ଚ୍ଚ, ୨୦୨୪, ମସ୍କୋରେ ହୋଇଥିଲା ବଡ ଆଟାକ୍ । କନସର୍ଟ ହଲରେ ହୋଇଥିବା ଆକ୍ରମଣରେ ଅତି କମରେ ପ୍ରାଣ ହରାଇଥିଲେ ୧୪୫ ନୀରିହ । ଘଟଣା ପଛରେ ଥିଲେ ୪ କୁଖ୍ୟାତ ଆତଙ୍କବାଦୀ । ଯାହାକୁ ପାରିଥିଲେ ତାକୁ ବନ୍ଧୁକ ଧରି କରିଥିଲେ ହତ୍ୟା । ଏପ୍ରିଲ ୨୦୨୫ରେ, ମସ୍କୋ ଆତଙ୍କବାଦୀ ଆକ୍ରମଣ ତଦନ୍ତରେ ପାକିସ୍ତାନର ଲିଙ୍କ ସାମ୍ନାକୁ ଆସିଥିଲା। ଜଣେ ତାଜିକ୍ ନାଗରିକଙ୍କୁ ଚିହ୍ନଟ କରିଥିଲେ ଋଷ କର୍ତ୍ତୃପକ୍ଷ । ଏବେବି ଘଟଣା ପଛରେ ପାକିସ୍ତାନ ହାତ ଅଛି କି ନାହିଁ ଚାଲିଛି ତଦନ୍ତ । ରିପୋର୍ଟରୁ ଜଣାପଡିଛି ଯେ ଆତତାୟୀ ପାକିସ୍ତାନୀ ନେଟୱାର୍କରୁ ପାଇଥିଲେ ସମର୍ଥନ ।
ଇରାନ ଉପରେ ଆଟାକ୍: ପାକିସ୍ତାନ ସୁନ୍ନି ଉଗ୍ରବାଦୀ ଗୋଷ୍ଠୀ ଜୈଶ ଉଲ-ଅଦଲ ସିସ୍ତାନ । ବଲୁଚିସ୍ତାନ ପ୍ରଦେଶରେ ଇରାନ ସୁରକ୍ଷା ବାହିନୀ ଉପରେ ଲଗାତାର କରୁଛି ଆକ୍ରମଣ । ଜବାବରେ, ଜାନୁଆରୀ ୧୬, ୨୦୨୪ ରେ ଇରାନ ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ଜୈଶ ଉଲ-ଅଦଲ ଘାଟିକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଓ ଡ୍ରୋନ ହମ୍ଲା କରିଥିଲା। ଇରାନ ବାରମ୍ବାର ପାକିସ୍ତାନ ଉପରେ ସୀମାପାର ଆକ୍ରମଣ କରୁଥିବା ସୁନ୍ନି ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଓ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହେଉଥିବା ଅଭିଯୋଗ କରିଆସୁଛି।
ବ୍ରିଟେନ ଉପରେ ଆଟାକ୍: ୭ ଜୁଲାଇ ୨୦୦୫, ଲଣ୍ଡନର ପରିବହନ ନେଟୱାର୍କ ଉପରେ ଆକ୍ରମଣ କରିଥିଲେ ୪ ଆତ୍ମଘାତୀ ବିସ୍ଫୋରଣକାରୀ । ଯେଉଁଥିରେ ୫୨ ଜଣ ପ୍ରାଣ ହରାଇଥିଲେ ଓ ଆହତ ହୋଇଥିଲେ ୭୭୦ ରୁ ଅଧିକ । ଏହି ଆକ୍ରମଣ କରିଥିବା ଚାରି ବ୍ରିଟିଶଇସଲାମିକ ଆତଙ୍କବାଦୀ ପାକିସ୍ତାନରେ ନେଇଥିଲେ ଟ୍ରେନିଂ । ତିନି ଆକ୍ରମଣକାରୀ - ମହମ୍ମଦ ସିଦ୍ଦିକ ଖାନ, ଶେହଜାଦ ତନବୀର ଏବଂ ଜର୍ମେନ ଲିଣ୍ଡସେ- ୨୦୦୩ ରୁ ୨୦୦୫ ମଧ୍ୟରେ ପାକିସ୍ତାନରେ କାଟିଥିଲେ ସମୟ।
ଆମେରିକା ୧ ନମ୍ୱର ଶତ୍ରୁକୁ ଆଶ୍ରୟ: ୨୦୧୧, ଆମେରିକା ପାକିସ୍ତାନର ଆବୋଟାବାଦରେ ଅଲ-କାଏଦା ନେତା ଓସାମା ବିନ୍ ଲାଡେନଙ୍କୁ ହତ୍ୟା କରିଥିଲା। ପାକିସ୍ତାନରେ ଲୁଚି ରହିଥିଲା ଲାଡେନ । ଏହି ସତ୍ୟ ପାକିସ୍ତାନର ବ୍ୟବସ୍ଥା ଭିତରେ ଥିବା ଅନ୍ଧକାରକୁ ପ୍ରଘଟ କରିଥିଲା । ବିନ୍ ଲାଡେନ୍ ପାକିସ୍ତାନର ସାମରିକ ଏକାଡେମୀ ନିକଟସ୍ଥ ଏକ କ୍ୟାମ୍ପସରେ ବର୍ଷ ବର୍ଷ ଧରି ଗୁପ୍ତ ଭାବରେ ରହୁଥିଲା । ସତ ଚେଷ୍ଟା ପରେ ବି ଧରିପାରନିଥିଲା ସେନା । ଏହା ISIର ସମ୍ପୃକ୍ତି ଉପରେ ସନ୍ଦେହ ସୃଷ୍ଟି କରିଥିଲା।
ପାକିସ୍ତାନର ଆଇଏସଆଇ ଉପରେ ଜମାତ-ଉଲ-ମୁଜାହିଦ୍ଦିନ ବାଂଲାଦେଶ (ଜେଏମବି)କୁ ପାଣ୍ଠି ଓ ତାଲିମ ଦେବାର ଅଭିଯୋଗ ଆସିଛି। ଏହା ଏକ ନିଷିଦ୍ଧ ଇସଲାମିକ ଗୋଷ୍ଠୀ ଯାହା ୨୦୧୬ରେ ଢାକାରେ ହୋଇଥିବା ଗୁଲଶାନ କାଫେ ଆକ୍ରମଣ ପାଇଁ ଦାୟୀ। ୨୦୧୫ରେ, ଜେଏମବି କାର୍ଯ୍ୟକର୍ତ୍ତାଙ୍କୁ ପାଣ୍ଠି ସ୍ଥାନାନ୍ତର କରୁଥିବା ସମୟରେ ଧରାପଡ଼ିବା ପରେ ବାଂଲାଦେଶୀ କର୍ତ୍ତୃପକ୍ଷ ପାକିସ୍ତାନୀ କୂଟନୀତିଜ୍ଞମାନଙ୍କୁ ବହିଷ୍କାର କରିଥିଲେ। ଆହୁରି ବି ତାଲିବାନ ଏବଂ ହକାନି ନେଟୱାର୍କର ଆକ୍ରମଣରେ ପାକିସ୍ତାନର ସଂପୂର୍ଣ୍ଣ ହାତ ରହିଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI (ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ) ଆଫଗାନ ତାଲିବାନ ଏବଂ ହକ୍କାନି ନେଟୱାର୍କକୁ ସମର୍ଥନ କରିଆସୁଛି ।
ପାକିସ୍ତାର ଆତଙ୍କୀ ଚେହେରା ପଛରେ ଅନେକ କାରଣ । ଅନ୍ତରାଷ୍ଟ୍ରୀୟ ସୁରକ୍ଷା ବଳ ଉପରେ ହମଲା ପଛରେ ପାକ୍ର ହାତ ରହିଛି । ୨୦୦୮ କାବୁଲ ଭାରତୀୟ ଦୂତାବାସ ଏବଂ ୨୦୧୧ କାବୁଲରେ ଥିବା ଆମେରିକା ଦୂତାବାସ ଉପରେ ହମଲାରେ ବି ହାତ । ଏଥିରୁ ସ୍ପଷ୍ଟ ଯେ ପହଲଗାମ ଆଟାକ୍ ପଛରେ ବି ରହିଛି ପାକିସ୍ତାନର ହାତ । ଦୋଷ ନମାନିଲେ ବି ସାରା ବିଶ୍ୱ ଜାଣିଛି କେତେ ଆତ୍ମଘାତୀ ସୈତାନ ପାକିସ୍ତାନ ।