କିଏ ଏହି ଖାସ୍ ପାକିସ୍ତାନୀ ? ଯିଏ ବିନା କଟକଣାରେ ଆସିପାରିବେ ଭାରତ !

Published By : Prameya-News7 Bureau | May 02, 2025 IST

ନୂଆଦିଲ୍ଲୀ ୦୨।୦୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ନାଗରିକଙ୍କ ଯିବା ଆସିବା ଉପରେ ଲାଗିଛି କଟକଣା । ପହଲଗାମ ଆକ୍ରମଣ ପରେ ଉଭୟ ଦେଶ ଭିସାରେ ରହୁଥିବା ଲୋକମାନଙ୍କୁ ନିଜ ଦେଶକୁ ଫେରିଯିବାକୁ କହିଛନ୍ତି ସରକାର। 

କିନ୍ତୁ କିଛି ପାକିସ୍ତାନୀ ନାଗରିକ ଏପରି ଅଛନ୍ତି ଯେଉଁମାନଙ୍କୁ ଭାରତ ଯିବା-ଆସିବା କରିବା ଉପରେ ଅଧିକ ରୋକଟୋକ୍ ଲଗାଯାଏନି । ଆସନ୍ତୁ ଜାଣିବା କିଏ ସେହି ସେମାନେ ? ବାସ୍ତବରେ ଏମାନେ ସେହି ପାକିସ୍ତାନୀ ଲୋକ ଯେଉଁମାନଙ୍କୁ ଭାରତ NORI ଭିସା ଦେଇଛି । ଏହାର ନାଁ ହେଉଛି ନୋ ଅବଜେକ୍ସନ୍ ଟୁ ରିଟର୍ଣ୍ଣ ଇଣ୍ଡିଆ । 

ଏହି ଭିସା ୫ ବର୍ଷ ପାଇଁ ଦିଆଯାଇଥାଏ । ଯାହା ମୁଖ୍ୟତଃ ପଡ଼ୋଶୀ ଦେଶ ପାକିସ୍ତାନ ଏବଂ ବାଂଲାଦେଶର ଲୋକମାନଙ୍କୁ ଦିଆଯାଇଥାଏ। ଏହା ପାକିସ୍ତାନର ସେହି ଲୋକମାନେ ଗ୍ରହଣ କରିଛନ୍ତି ଯେଉଁମାନେ ଭାରତରେ ବିବାହ କରିଛନ୍ତି କିମ୍ବା ଏଠାରେ ନିକଟ ସମ୍ପର୍କୀୟ ରହୁଛନ୍ତି ।

ସେମାନେ ଭିସା ସାହାଯ୍ୟରେ ଭାରତରେ ରହୁଛନ୍ତି କିନ୍ତୁ ସେମାନଙ୍କୁ ନାଗରିକତା ଦିଆଯାଉନାହିଁ।  କହିରଖୁ କି ନାଗରିକଙ୍କୁ ନିଜ ଦେଶକୁ ପଠାଯାଉଛି ସେହି ସମୟରେ ମଧ୍ୟ ଏହି ବ୍ୟକ୍ତିଙ୍କୁ ପାକିସ୍ତାନୀ ପାସପୋର୍ଟ ସହିତ ଭାରତ ଆସିବାକୁ ଅନୁମତି ଦିଆଯାଇଛି।

ଏହି ଲୋକମାନେ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ବିନା ଭାରତ ଆସିପାରିବେ ଏବଂ ପାକିସ୍ତାନ ଯାଇପାରିବେ । ପ୍ରତିବର୍ଷ ଭାରତ ଆସିବା ପାଇଁ ସେମାନଙ୍କର ଏକ ନିର୍ଦ୍ଦିଷ୍ଟ ଲିମିଟ୍ ରହିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.