ଆର୍ଜେଣ୍ଟିନାରେ ଛାତିଥରା ଭୂମିକମ୍ପ; ୭.୪ ତୀବ୍ରତାରେ ଥରିଲା ଉପକୂଳବର୍ତ୍ତୀ ଅଞ୍ଚଳ

Published By : Prameya-News7 Bureau | May 02, 2025 IST

ନୂଆଦିଲ୍ଲୀ: ଆର୍ଜେଣ୍ଟିନାରେ ଶକ୍ତିଶାଳୀ ଭୂମିକମ୍ପ । ଥରିଲା ଦକ୍ଷିଣ ଆମେରିକୀୟ ଦେଶ ଆର୍ଜେଣ୍ଟିନାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ । ରିକ୍ଟର ସ୍କେଲର ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଭୂକମ୍ପ ପରେ ଲୋକଙ୍କୁ ସୁନାମୀ ଭୟ ଘାରିଛି । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ ।

ଆମେରିକା ଜିଓଲୋଜିକାଲ୍ ସର୍ଭେ ଅନୁଯାୟୀ, ଶୁକ୍ରବାର ଆର୍ଜେଣ୍ଟିନା ଓ ଚିଲିରେ ଏହି ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳ ମହାସମୁଦ୍ରରେ ରହିଛି । ଦକ୍ଷିଣ ଉସୁଇୟା ଠାରୁ ସମୁଦ୍ର ଭିତରେ ୨୧୯ କିଲୋମିଟର ଦୂରରେ ରହିଛି । ଏହି ଶକ୍ତିଶାଳୀ ଭୂମିକମ୍ପର ତୀବ୍ରତା ୭.୪ ରହିଛି । ଭୂକମ୍ପ ପରେ ସୁନାମୀ ଭୟବହତା ବଢ଼ିଯାଇଛି । ବଡ଼ ସୁନାମୀକୁ ଦୃଷ୍ଟିରେ ରଖି ଚିଲି ପ୍ରାଶାସନିକ ଅଧିକାରୀ ସତର୍କତା ଜାରି କରିଛନ୍ତି । ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.