ଭାରତ ଭୟରେ ଥରୁଛି ପାକିସ୍ତାନ: ୧୦୦୦ ମଦ୍ରାସା ବନ୍ଦ, ପିଲାଙ୍କୁ ଟ୍ରେନିଂ

Published By : Prameya-News7 Bureau | May 03, 2025 IST

ନୂଆଦିଲ୍ଲୀ ୦୩/୦୫: ପ୍ରତିଶୋଧ ବହ୍ନିରେ ଜଳୁଛି ଭାରତ । ଶତ୍ରୁ ସଂହ୍ରାର କରିବା ମୁଡରେ ସେନା । ଖୋଜି ଖୋଜି ଆତଙ୍କିକୁ ନିପାତ କରୁଛନ୍ତି ଯବାନ । ଆକାଶରେ ଦମ୍ ଦେଖାଉଛନ୍ତି ଲଢୁଆ ବିମାନ । ଶକ୍ତି ପ୍ରଦର୍ଶନ କରୁଛନ୍ତି ରାଫେଲ, ଜାଗୁଆର, ମିରାଜ, ମିଗ୍‌ । ଉତ୍ତରପ୍ରଦେଶର ଗଙ୍ଗା ଏକ୍ସପ୍ରେସ ୱେ ଉପରେ ଆଜି ଜଲୱା ଦେଖାଇଛି ଏକରୁ ବଳି ଆରେକ ବାୟୁସେନା ବିମାନ । ଉଡ଼ାଣ ଓ ଅବତରଣ କରିଛନ୍ତି ରାଫେଲ୍, ସୁଖୋଇ, ମିରାଜ୍, ମିଗ୍, ଜାଗୁଆର୍ ଆଦି ଶକ୍ତିଶାଳୀ ଫାଇଟର୍ ଜେଟ୍ । ଆଉ ତା ସହ C-130J ସୁପର ହରକୁଲସ୍ ଏବଂ AN-32 ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ । 

ଏପଟେ ପାକିସ୍ତାନ ଅଧିକୃତ ପିଓକେରେ ହାଇଆଲର୍ଟ । ୧୦ ଦିନ ପାଇଁ ବନ୍ଦ ହୋଇଛି ୧ ହଜାରରୁ ଅଧିକ ମଦ୍ରାସା । ଭାରତର ଆକ୍ରମଣ ଭୟରେ ଏପରି କଠୋର ନିଷ୍ପତ୍ତି । ଯାହା ଶୁଣିବାକୁ ମିଳିଛି କି, ପ୍ରତିଷ୍ଠାନକୁ ଆଡ୍ଡାସ୍ଥଳୀ ଭାବେ ବ୍ୟବହାର କରୁଛନ୍ତି ପାକିସ୍ତାନ । ଖାଲି ସେତିକି ନୁହେଁ ପାକିସ୍ତାନ ସୀମାନ୍ତରେ ଥିବା ନାଗରିକଙ୍କୁ ରାସନ ମହଜୁଦ ରଖିବାକୁ ବି ନିର୍ଦ୍ଦେଶ । 


ବୋଲ ମାନୁନି ସୈତାନ ପାକିସ୍ତାନ । ନିୟନ୍ତ୍ରଣ ରେଖାରେ ଥମୁନି ଗୁଳିବର୍ଷା । ଦୈନିକ କରୁଛି ଅସ୍ତ୍ରବିରତି ଉଲ୍ଲଙ୍ଘନ । ବିଶେଷକରି ପାକ୍ ଅଧିକୃତ କାଶ୍ମୀରର ମୁଖ୍ୟ ସହର ମୁଜାଫରାବାଦର ସ୍ଥିତି ସଂଗୀନ । ପିଲାଙ୍କୁ ଦିଆଯାଉଛି ଜରୁରୀକାଳୀନ ସେବା ତାଲିମ୍ । ଭାରତ ଆକ୍ରମଣ କଲେ କିପରି କରିବେ ସହଯୋଗ ଚାଲିଛି ଟ୍ରେନିଂ । ଆହତଙ୍କୁ ଔଷଧ ଲଗାଇବାଠାରୁ ଆରମ୍ଭ କରି ଷ୍ଟ୍ରେଚରରେ ବୋହିବା ସହ ନିଆଁ ଲିଭାଇବା । ପ୍ରତି ପିଲାଙ୍କ ଏପରି କାମରେ ଲଗାଇଛି ପାକ୍ ସେନା । ଭାରତ ସୀମାକୁ ସଂଯୋଗ ସବୁ ରାସ୍ତା ମରାମତି କରିବାକୁ କୁହାଯାଇଛି । ତିନି ସେନାକୁ ପୂର୍ଣ୍ଣ କ୍ଷମତା ପ୍ରଦାନ ପରେ କୌଣସି ସମୟରେ ଭାରତ ଆକ୍ରମଣ କରିପାରେ ବୋଲି ଆଶଙ୍କା କରୁଛି ପାକିସ୍ତାନ । ସେଥିପାଇଁ ଯୁଦ୍ଧ ଭଳି ସ୍ଥିତି ପାଇଁ ଆଗୁଆ ପ୍ରସ୍ତୁତି ଚଳାଇଛି ।  

ତେବେ ଏସବୁ ସହଜରେ ମାନୁନାହାଁନ୍ତି ପାକିସ୍ତାନ ଅଧିରକାରୀ ହାଫିଜ୍ ନାଜିର ଅହମ୍ମଦ । ଅନ୍ତର୍ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ମଦ୍ରାସା ବନ୍ଦ ହେବା ପଛରେ କାରଣ ଅଲଗା । ଅମେ ପିଲାଙ୍କ ସୁରକ୍ଷା ଚିନ୍ତା କରି ଏପରି ନିଷ୍ପତ୍ତି ନେଇଛୁ । ହିଟ୍‌ ଓ୍ୱେଭ୍‌କୁ ଦୃଷ୍ଟିରେ ରଖି ଏମିତି ପଦକ୍ଷେପ ନିଆଯାଇଛି । ତାଙ୍କ କହିବା କଥା ଗରମରେ ଛଟପଟ ହେଉଛି ଦେଶ । ତେବେ ଭାରତ କିନ୍ତୁ ମାନିବାକୁ ନାରାଜ । ଭାରତ ସରକାରଙ୍କ ଯୁକ୍ତି କିନ୍ତୁ ଅଲଗା । ସରକାର କହୁଛନ୍ତି ମଦ୍ରାସା ବନ୍ଦ କରି ପିଲାଙ୍କ ସହଯୋଗ ନେଉଛି ପାକ୍ । ଯୁଦ୍ଧ ଆଶଙ୍କା ଭିତରେ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ବନ୍ଦ ହୋଇଛି ୧,୦୦୦ରୁ ଅଧିକ ମଦ୍ରାସା । ଅତି କମରେ ୧୦ ଦିନ ପାଇଁ ବନ୍ଦ କରାଯାଇଛି ଅନୁଷ୍ଠାନ ।


ପାଣି, ଡିଜିଟାଲ, ପରେ ପାକିସ୍ତାନକୁ ସବୁ ଆଡୁ ନଜରବନ୍ଦୀ କରି ରଖିଲାଣି ପାକିସ୍ତାନ । ଏବେ ପାକିସ୍ତାନ ସହ ସବୁ ବାଣିଜ୍ୟ କାରବାର ଛିନ୍ନ କରିଛି ଭାରତ । ପାକ୍ ସହ ଆମଦାନୀ ଓ ରପ୍ତାନୀ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ନା ଭାରତକୁ ଆସିବ ନା ଭାରତରୁ କୌଣସି ସାମଗ୍ରୀ ପାକିସ୍ତାନକୁ ଯିବ। ବାଣିଜ୍ୟ ମନ୍ତ୍ରଣାଳୟ କହିଛି ଯେ ଏବେ ପାକିସ୍ତାନରୁ ଆମଦାନୀ-ରପ୍ତାନି ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଏହି ନିଷ୍ପତ୍ତି ନେଇଛି । ଆଗକୁ କଣ ହେବ କିଏ ବା କହିବ ।

  • Pahalgam Terror Attack
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.