ସାବଧାନ ! କ୍ଲିକ୍‌ କରନ୍ତୁନି ଅଜଣା ଲିଙ୍କ୍‌: 'ସୁଭଦ୍ରା' ନାଁରେ ଆକାଉଣ୍ଟ ଖୋଳ କରିଦେବେ ସାଇବର ଠକ

Published By : Prameya-News7 Bureau | September 16, 2024 IST

ଭୁବନେଶ୍ୱର: ମଙ୍ଗଳବାର ସୁଭଦ୍ରା ଯୋଜନାର ହେବ ଶୁଭାରମ୍ଭ। ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ୫ ହଜାର ଟଙ୍କା। ହେଲେ ଟଙ୍କା ଉପରେ ଆଖି ପକେଇଛନ୍ତି ସାଇବର ଠକ। ହିତାଧିକାରୀଙ୍କ ପାଖକୁ ଆସୁଛି ଫୋନ କଲ୍‌ ଓ ଫେକ୍‌ ଲିଙ୍କ। ହେଲେ ସାବଧାନ ! ଭୁଲରେ ବି କ୍ଲିକ୍‌ କରନ୍ତୁ ନାହିଁ ଏହି ଲିଙ୍କ୍‌। ନହେଲେ ଖୋଳ ହୋଇଯିବ ଆକାଉଣ୍ଟ। ଏନେଇ ଚେତାଇ ଦେଇଛନ୍ତି ରାଜ୍ୟ ସରକାର। 

ଫୋନ୍‌କୁ କୌଣସି ପ୍ରକାର ଲିଙ୍କ ଆସିଲେ ସେଥିରେ କ୍ଲିକ୍ ନକରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ସୁଭଦ୍ରା ଯୋଜନା ନେଇ ସରକାରଙ୍କ ତରଫରୁ କୌଣସି ଫୋନ୍ କଲ୍ ଯାଉନି। ସେହିଭଳି ଯଦି କିଛି ଲିଙ୍କ୍ ଆସୁଥାଏ, ତା’ହେଲେ ତାହା ସାଇବର ଠକଙ୍କ କାମ ହୋଇପାରେ। ଏଥିପାଇଁ ସତର୍କ ରହନ୍ତୁ। କୌଣସି ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ। ଫର୍ମରେ ଆବେଦନ କରନ୍ତୁ। ଇ-କେୱାଇସି ଦିଅନ୍ତୁ। ନିଶ୍ଚିତ ଟଙ୍କା ପାଇବେ। ସବୁ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ।

ମଙ୍ଗଳବାର ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ପ୍ରଥମ କିସ୍ତି ଟଙ୍କା। ୫୦ ହଜାରରୁ ପ୍ରଥମ କିସ୍ତିରେ ହିତାଧିକାରୀ ପାଇବେ ୫ ହଜାର ଟଙ୍କା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.