ଗଣେଷ ଚତୁର୍ଥୀରେ ଭୁଲରେ ମଧ୍ୟ ଦେଖନ୍ତୁନି ଚନ୍ଦମାଙ୍କୁ ! ନଚେତ୍ ଜୀବନରେ ଆସିପାରେ ଅନେକ ଅସୁବିଧା

Published By : Prameya-News7 Bureau | September 07, 2024 IST

ନୂଆଦିଲ୍ଲୀ ୦୭।୦୯: ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀର ରହିଛି ଅନନ୍ୟ ମହତ୍ବ । ଏହି ଦିନ ମହିଳାମାନଙ୍କୁ ପୂଜା କରିବା ପରେ ଭୁଲରେ ମଧ୍ୟ ଚନ୍ଦ୍ରଙ୍କୁ ଦେଖିବା ଉଚିତ ନୁହେଁ ।  ଏପରି କରିବା ଦ୍ବାରା ଲୋକଙ୍କର ଖରାପ ସମୟ ଆରମ୍ଭ ହୋଇଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ର ଦେଖିବା ଦ୍ବାରା ଲୋକଙ୍କ ଜୀବନରେ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଥାଏ। ଏହାସହିତ ଲୋକଙ୍କୁ ଚନ୍ଦ୍ର ଦୋଷ ଲାଗିଥାଏ । 

ଏହି ଦିନ ଚନ୍ଦ୍ର ଦେଖିବା ଦ୍ବାରା ଲୋକଙ୍କୁ ମିଥ୍ୟା ଅଭିଯୋଗ, ଆର୍ଥିକ ସଙ୍କଟ, ଅନେକ ପ୍ରକାରର ଅପମାନ  ସହିବାକୁ ପଡିଥାଏ ଏବଂ ଲୋକଙ୍କ ଜୀବନରେ ଅନେକ ଅସୁବିଧା ଆସିଥାଏ । କିମ୍ବଦନ୍ତୀ ଅନୁଯାୟୀ ଭଗବାନ ଗଣେଶ ପୃଥିବୀ ବୁଲିବାକୁ ସ୍ଥିର କରିଥିଲେ । ଏହି ସମୟରେ ସମସ୍ତ ଦେବତା ଓ ଦେବୀମାନେ ତାଙ୍କୁ ପ୍ରଣାମ କରୁଥିଲେ। 

କିନ୍ତୁ ଚନ୍ଦ୍ରଦେବ ନିଜର ଜ୍ୟୋତି, ଆଲୋକ ଏବଂ ସୌନ୍ଦର୍ଯ୍ୟର ଗର୍ବରେ ଗଜାନନଙ୍କ ମୁହଁକୁ ପରିହାସ କରିଥିଲେ । ଆଉ ଭଗବାନ ଗଣେଶଙ୍କୁ ବହୁତ ଅପମାନିତ କରିଥିଲେ । ଚନ୍ଦ୍ରଦେବଙ୍କ ଗର୍ବକୁ ଭାଙ୍ଗିବା ପାଇଁ ଗଜାନନ ଚନ୍ଦ୍ରମାନଙ୍କୁ ସବୁଦିନ ପାଇଁ କଳା ହେବା ପାଇଁ ଅଭିଶାପ ଦେଇଥିଲେ ।  ଏହାପରେ ଚନ୍ଦ୍ରଦେବ ତାଙ୍କ ଭୁଲକୁ ବୁଝିପାରିଥିଲେ ଏବଂ ଭଗବାନ ଗଣେଶଙ୍କୁ ମାଗିଥିଲେ କ୍ଷମା । 

ଏହାପରେ ଭଗବାନ ଗଣେଶ କହିଥିଲେ କି ଏହି ଅଭିଶାପକୁ ସମ୍ପୂର୍ଣ୍ଣ ରୂପେ କ୍ଷମା କରି ହେବନି ନାହିଁ । କିନ୍ତୁ ଏହାକୁ କିଛି ମାତ୍ରାରେ ଦୂର କରାଯାଇପାରିବ । ସେତେବେଳେ ଗଣପତି କହିଥିଲେ କି ଚତୁର୍ଥୀ ଦିନ ଯିଏ ଚନ୍ଦ୍ରମାକୁ ଦେଖିବେ ତାଙ୍କୁ ଅନାବଶ୍ୟକ କଳଙ୍କ ସାମ୍ନା କରିବାକୁ ପଡିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.