ନୂଆଦିଲ୍ଲୀ; ହଜାରେ କିଲୋଗ୍ରାମର ବୋମା । ଶହେ କିଲୋମିଟରର ରେଞ୍ଜ୍ । ନିମିସକେ ଲକ୍ଷ୍ୟଭେଦ କ୍ଷମତା । ଆକାଶରୁ ଶତ୍ରୁ ନାସ କରିବ ହ୍ରାଇବ୍ରିଡ୍ ‘ଗୌରବ’ । ଡିଆରଡିଓର ରିଲିଜ୍ ଟ୍ରାଏଲ୍ ସଫଳ । ଗ୍ଲାଇଡ୍ ବମ୍ ପରୀକ୍ଷଣ ପରେ ଛାନିଆଁ ପଡ଼ୋଶୀ । ଅସ୍ତ୍ରଶସ୍ତ୍ର ନିର୍ମାଣ କ୍ଷେତ୍ରରେ ଡିଆରଡିଓକୁ ଆଉ ଏକ ବଡ଼ ଉପଲବ୍ଧି ମିଳିଛି । ଏପ୍ରିଲ୍ ୮ରୁ ୧୦ ମଧ୍ୟରେ ହୋଇଥିବା ଲଙ୍ଗ୍ ରେଞ୍ଜ୍ ଗ୍ଲାଇଡ୍ ବୋମା ‘ଗୌରବ’ର ଟ୍ରାଏଲ୍ ଶେଷ ହୋଇଛି । ଯୁଦ୍ଧ ବିମାନ ସୁଖୋଇ-30 ଏମକେଆଇରୁ ରିଲିଜ୍ ପରୀକ୍ଷଣକୁ ସଫଳତା ମିଳିଥିବା ବେଳେ ଏହା କ୍ଷଣକରେ ଟାର୍ଗେଟକୁ ହିଟ୍ କରିପାରୁଛି । ଭୂମିରୁ ଆକାଶ ଓ ଆକାଶରୁ ଆକାଶ ଶତ୍ରୁ ମାରିବାରେ ମାହିର ଏହି ବୋମା ।
ହାଇବ୍ରିଡ୍ ‘ଗୌରବ’ ଏକ ହଜାର କିଲୋଗ୍ରାମ ବର୍ଗର ଗ୍ଲାଇଡ୍ ବୋମା । ଏହାର ଲକ୍ଷ୍ୟଭେଦ କ୍ଷମତା ଶହେ କିଲୋମିଟର ହୋଇଥିବା ବେଳେ ପିନ୍ ପଏଣ୍ଟ୍ ଆକ୍ୟୁରୋସି ଚମତ୍କାର । ଯାହା ଏହି ମହାବିନାଶକ ଅସ୍ତ୍ରକୁ ପ୍ରଭାବଶାଳୀ କରୁଛି । ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ଏବଂ ଏକୀକୃତ ପରୀକ୍ଷଣ ରେଞ୍ଜ, ଚାନ୍ଦିପୁର ପକ୍ଷରୁ ବୋମାକୁ ବିକଶିତ କରାଯାଇଛି । ଏଥିରେ ହାଇବ୍ରିଡ୍ ନାଭିଗେସନ୍ ସିଷ୍ଟମ ଇନଷ୍ଟଲ କରାଯାଇଛି । ଯାହା ନାଭିଗେସନ୍ ଓ ଜିପିଏସ୍ ଡାଟାର କମ୍ବିନେସନକୁ ବ୍ୟବହାର କରି ଟାର୍ଗେଟକୁ ହିଟ୍ କରିବାର କ୍ଷମତା ରଖୁଛି । ‘ଗୌରବ’ଶତ୍ରୁ ଦେଶର ସେନା ବଙ୍କର, ହାର୍ଡ ଷ୍ଟ୍ରକ୍ଚରକୁ ଅତି ସହଜରେ ଧ୍ବସ୍ତ କରିବାରେ ସକ୍ଷମ। । ଏହି ବୋମା ଦ୍ବାରା ବାୟୁସେନା ବିମାନ, ଶତ୍ରୁର ଏୟାର ଡିଫେନ୍ସ ସିଷ୍ଟମକୁ ଚକମା ଦେଇ ହମଲା କରିପାରିବାର କ୍ଷମତା ରଖୁଛି । ଯାହାକୁ ନେଇ ପଡୋଶୀ ଦେଶ ବିଶେଷକରି ଚୀନ୍, ପାକିସ୍ତାନ ଓ ବାଂଲାଦେଶ ଛାନିଆ ହୋଇଛନ୍ତି ।
‘ଗୌରବ’ ସ୍ବାଦେଶୀ ଜ୍ଞାନ କୌଶଳରେ ନିର୍ମାଣ କରାଯାଇଥିବା ବେଳେ ଏହା ବାୟୁସେନାର ସଠିକ୍ ଟାର୍ଗେଟ ଆବଶ୍ୟକତାକୁ ପୂରଣ କରୁଛି । ଗ୍ଲାଇଡ୍ ବୋମାର ନିର୍ମାଣ ଓ ପରୀକ୍ଷଣରେ ଆଦାନୀ ଡିଫେନ୍ସ ଓ ଭାରତ ଫୌଜ୍ ଭଳି ଇଣ୍ଡଷ୍ଟ୍ରିଜ୍ ସହଯୋଗ କରିଛନ୍ତି । ଗୌରବ ସଫଳ ଟାଏଲ୍ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ, ବାୟୁସେନା ଏବଂ ଡିଫେନ୍ସ ଇଣ୍ଡଷ୍ଟ୍ରିଜକୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀ ଟେକ୍ନୋଲଜି ଭାରତକୁ ଆତ୍ମନିର୍ଭର କରିବା ସହିତ ସୈନ୍ୟ କ୍ଷମତାକୁ ମଜଭୂତ କରିବ ।...