ସକାଳୁ ଉଠିବା ପରେ ପିଅନ୍ତୁ ଏକ ଗ୍ଲାସ ଉଷୁମ ପାଣି, ପେଟରେ ଚର୍ବି କମାଇବାରେ କରିବ ସାହାଯ୍ୟ

Published By : Prameya-News7 Bureau | September 13, 2024 IST

ନୂଆଦିଲ୍ଲୀ ୧୩।୦୯: ସକାଳୁ ଉଠିବା ପରେ ଏକ ଗ୍ଲାସ୍‌ ଉଷୁମ ପାଣି ପିଇବା ସହ ଦିନ ଆରମ୍ଭ  କରନ୍ତୁ । ଏହି ଅଭ୍ୟାସ କରିବା ଦ୍ୱାରା ଶରୀରରେ ମେଟାବଲିଜିମ୍‌ ତୀବ୍ର ହେବା ସହ ବିଷାକ୍ତ ପଦାର୍ଥ ବାହାରିବା ସହଜ ହୋଇଥାଏ । ସେହିପରି ପାଚନ ତନ୍ତ୍ର ସୁସ୍ଥ ରହିବା ସହ ପେଟରେ ଚର୍ବି କମ୍‌ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ  କରିଥାଏ ଉଷୁମ ପାଣି ।  ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ସୁସ୍ଥ ଓ ଫିଟ୍‌ ରହିବା ପାଇଁ ସକଳ ଜଳଖିଆରେ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଇବା  ଉଚିତ୍‌ । ଡାଏଟ୍‌ରେ ପ୍ରୋଟିନ୍‌ ସାମିଲ୍‌ କରିବା ଯୋଗୁ ଅଧିକ ସମୟ ଯାଏ ଭୋକ ହୋଇ ନଥାଏ । 

ଫଳରେ ଦିନରେ ଏଣୁତେଣୁ କରି ଅସ୍ୱାସ୍ଥ୍ୟକର ଖାଦ୍ୟ  ଖାଇବାକୁ ପଡି ନଥାଏ । ସେଥିପାଇଁ ଅଣ୍ଡା, ଗ୍ରୀକ୍‌ ଦହି ବା ପ୍ରୋଟିନ୍‌ ସେକ୍‌ ଆଦି  ଡାଏଟ୍‌ରେ ସାମିଲ୍‌ କରିପାରିବେ । ଏହାବ୍ୟତୀତ ସକାଳ ଜଳଖିଆରେ ଫାଇବର  ଓ ସ୍ୱାସ୍ଥ୍ୟକର ଫ୍ୟାଟ୍‌ ସାମିଲ୍‌ କରିବା ଆବଶ୍ୟକ ।  ସକାଳ ୱାର୍କଆଉଟ୍‌ କ୍ୟାଲୋରୀ ବର୍ଣ୍ଣ ଓ ଫ୍ୟାଟ୍‌ କମ୍‌ କରିବା ପାଇଁ ବ୍ୟାୟାମ କରିବା ଜରୁରି । ତେଣୁ  ଦିନର ଆରମ୍ଭ ୱାର୍କଆଉଟ୍‌ ସହ କରିବା ଆବଶ୍ୟକ । ସକାଳେ ୱାର୍କଆଉଟ୍‌  କରିପାରିବେ କିମ୍ବା ଘରେ କିଛି ସହଜ ବ୍ୟାୟାମ କରିପାରିବେ । ଏହି ଅଭ୍ୟାସ  ପେଟର ଚର୍ବିକୁ କମ୍‌ କରିଥାଏ ।  ସକାଳ ଜଳଖିଆରେ ମିଠା ଆଦୌ ନୁହେଁ ନିଜକୁ ସୁସ୍ଥ ରଖିବା ପାଇଁ ଦିନର ଆରମ୍ଭରୁ ଓଜନକୁ ନିୟନ୍ତ୍ରଣ କରିବା ଶିଖନ୍ତୁ ।  ସେଥିପାଇଁ ସକାଳ ଜଳଖିଆରେ ମିଠାକୁ ଆଦୌ ସାମିଲ୍‌ କରନ୍ତୁ ନାହିଁ । 

କାରଣ  ସକାଳ ଜଳଖିଆରେ ମିଠା ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ବଢିଥାଏ,   ଯାହା ଦ୍ୱାରା ପେଟର ଆଖପାଖରେ ଚର୍ବି ଜମା ହୋଇଥାଏ । ତେଣୁ ଇନ୍‌ସୁଲିନ୍‌  ସ୍ତରକୁ ନିୟନ୍ତ୍ରିତ ରଖିବା ପାଇଁ ସକାଳ ଜଳଖିଆରେ ଶସ୍ୟ ଜାତୀୟ ଖାଦ୍ୟ, ଲିନ୍‌  ପ୍ରୋଟିନ୍‌ ଏବଂ ଫଳ ସାମିଲ୍‌ କରିବା ଉଚିତ୍‌ ।  ପର୍ଯ୍ୟାପ୍ତ ନିଦ ଜରୁରି ଓଜନକୁ ନିୟନ୍ତ୍ରିତ କରିବା ଓ ପୁରା ସ୍ୱାସ୍ଥ୍ୟକୁ ବଜାୟ ରଖିବା ପାଇଁ ଭଲ ନିଦ   ଖୁବ୍‌ ଜରୁରି । ନିଦ ଅଭାବରୁ ହର୍‌ମୋନ୍‌ରେ ଅସନ୍ତୁଳନ ଦେଖା ଦେଇଥାଏ। ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରତି ଲୋଭ ବଢିଥାଏ । ଫଳରେ ଓଜନ ବଢିଚାଲେ ।  ବିଶେଷକରି ପେଟ ଆଖପାଖରେ ଚର୍ବି ବଢିଥାଏ । ତେଣୁ ନିୟମିତ ୭ରୁ ୮  ଘଣ୍ଟା ନିଦରେ ଶୋଇବା ଜରୁରି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.