ଡ୍ରାଇଭର ଚଳାଉନାହାନ୍ତି ଟ୍ରାକ୍ଟର, ନିଜେ ନିଜେ କରୁଛି ହଳ, ବୁଣୁଛି ବିହନ

Published By : Prameya-News7 Bureau | July 01, 2024 IST

ନୂଆଦିଲ୍ଲୀ: ସାଧାରଣତଃ ଶ୍ରମିକ ଶ୍ରେଣୀର ଲୋକମାନେ ଚାଷ ଋତୁରେ କୃଷି କାର୍ଯ୍ୟ କରିବା ସହିତ ଅନ୍ୟ ସମୟରେ ଶ୍ରମ ମଜୁରୀ ଲାଗିଥାନ୍ତି । ଫଳରେ ଲୋକମାନଙ୍କୁ ନିଜ ଜମିରେ ଚାଷ ବାଷ କରିବା ପାଇଁ ଶ୍ରମିକ  ଅଭାବର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ।ପ୍ରତ୍ୟେକ ଚାଷ ଋତୁ ସମୟରେ ଏହା ଏକ ଚିରାଚରିତ ସମସ୍ୟା ମଧ୍ୟ । ହେଲେ ଏହାର ସମାଧାନ ପାଇଁ  ମହାରାଷ୍ଟ୍ରର ଜଣେ ଚାଷୀ ଏକ ଆଧୁନିକ ଓ ଅଭିନବ ଉପାୟ ପାଞ୍ଚିଛନ୍ତି, ଯାହାକି ଏବେ ବେଶ୍‌ ଭାଇରାଲ ହେଉଛି। ତେବେ କ’ଣ ତାଙ୍କ ଉପାୟ ଆସନ୍ତୁ ଜାଣିବା।

ମହାରାଷ୍ଟ୍ର ଅକୋଲା  ଜିଲ୍ଲା ଉମ୍ରି ଗାଁର ଚାଷୀ ରାଜୁ ଭରୋକାର। ଶ୍ରମିକ ଅଭାବରୁ ସମ୍ମୁଖୀନ ହେଉଥିଲେ ରାଜୁ। ଏଣେ ଚାଷ କାମ ବିଳମ୍ବ ହେଉଥିଲା। ଯାହାକୁ ନେଇ ଚିନ୍ତା ପଡ଼ିଯାଇଥିଲେ ସେ, ଶେଷରେ ମୋବାଇଲରେ ସର୍ଚ୍ଚ କରିବା ସମୟରେ ତାଙ୍କୁ ମିଳିଥିଲା ଏକ ଉପାୟ । ଯାହା ଏବେ ତାଙ୍କ ସମସ୍ୟାକୁ ଦୂର କରିଛି। 

ରାଜୁ ଚାଷ କାମ ପାଇ ଆପଣାଇଛନ୍ତି ଆଧୁନିକ ଜ୍ଞାନକୌଶଳର। ଯାହାଦ୍ବାରା ବିନା ଶ୍ରମିକରେ ହେଉଛି ଚାଷ କାମ। କାରଣ ଏହି ଟେକ୍ନୋଲାଜି ଦ୍ବାରା ଟ୍ରାକ୍ଟର ବିନା ଡ୍ରାଇଭରରେ ହିଁ ଚାଲୁଛି। ଖାଲି ଯେ, ଚାଲୁଛି ତାହା ନୁହେଁ ଏହି ଟ୍ରାକ୍ଟର ଆପେ ଆପେ ହଳ ମଧ୍ୟ କରୁଛି ଆଉ ମଞ୍ଜି ମଧ୍ୟ ବୁଣୁଛି। ଯାହା ଏବେ ଖୁବ୍‌ ଲୋକପ୍ରିୟ ହେବାରେ ଲାଗିଛି। 

ସୂଚନା ଅନୁଯାୟୀ, ରାଜୁ ଜାପାନିଜ୍‌ ଜ୍ଞାନକୌଶଳରେ ନିର୍ମିତ ରିୟଲ ଟାଇମ୍‌ କାଇନମେଟିକ୍‌ (RTK) ଡିଭାଇସ ସିଷ୍ଟମକୁ ନିଜ ଟ୍ରାକ୍ଟରରେ ଲଗାଇଛନ୍ତି। ଯାହା ଦ୍ବାରା ତାଙ୍କ କାମ ଅତି ସହଜ ହୋଇଯାଇଛି। ଅବଶ୍ୟ ଏହି ଟେକ୍ନୋଲାଜି ପାଇଁ ୪ରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି।’’ ରାଜୁ ଅନ୍ୟ ଚାଷୀଙ୍କୁ ମଧ୍ୟ ଏହି ଟେକ୍ନାଲୋଜିର ଫାଇଦା ନେବାକୁ କହିଛନ୍ତି।କାରଣ ବିଶ୍ବ ବଜାରରେ ମଧ୍ୟ ଅନେକ ଚାଷୀ ଏହି ଜ୍ଞାନକୌଶଳ ଦ୍ବାରା ଚାଷ କରୁଛନ୍ତି। ରାଜୁ ଏହି ଜ୍ଞାନକୌଶଳ ଚାଷୀଙ୍କୁ ଯୋଗାଇଦେବାକୁ ସରକାରଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.