ନୂଆଦିଲ୍ଲୀ ୧୮।୦୪ ; ମିଆଁମାର ଏବଂ ଭାରତ ପରେ ଅନ୍ୟ ଦେଶରେ ଭୂକମ୍ପ ଘଟିଛି। ଉତ୍ତର ଚିଲିରେ ଶକ୍ତିଶାଳୀ ଭୂକମ୍ପ । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓ ସାଇନ୍ସେସ୍ (GFZ) ରିକ୍ଟର ସ୍କେଲରେ ୫.୭ ରେ ଭୂକମ୍ପ ରେକର୍ଡ । ପୃଥିବୀର ୧୭୮ କିଲୋମିଟର ଗଭୀରରେ ଏହି ଭୂକମ୍ପର କେନ୍ଦ୍ର ଥିଲା। ହେଲେ ଭୂକମ୍ପ ଯୋଗୁଁ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ଆସିନାହିଁ। ତଥାପି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି।
ଭୂକମ୍ପରେ ପ୍ରବଳ କମ୍ପନ ଅନୁଭବ ହେବା ମାତ୍ରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଭୂକମ୍ପ ଆସିବା ମାତ୍ରେ ସେମାନେ ନିଜ ଘରୁ ବାହାରି ଆସିଥିଲେ। ଚିଲି ସରକାର ମଧ୍ୟ ଲୋକଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି। ତେବେ ଭୂକମ୍ପ ଯୋଗୁଁ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ନାହିଁ।
ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ସାନ ପେଡ୍ରୋ ଦେ ଆଟାକାମା ଠାରୁ ୧୦୪ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଚିଲି-ବୋଲିଭିଆ ସୀମା ନିକଟରେ ଉତ୍ତର ମରୁଭୂମି କଡ଼ରେ ଅବସ୍ଥିତ ଏହା ଏକ ଛୋଟ ସହର । ତେବେ ପ୍ରବଳ ଭୂକମ୍ପର କମ୍ପନ ପରେ ସୁନାମି ଚେତାବନୀ ମଧ୍ୟ ଦିଆଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ଚିଲି ସରକାର କୌଣସି ସୁନାମି ଚେତାବନୀ ଦେଇନାହାଁନ୍ତି। ଚିଲି ଜାତୀୟ ବିପର୍ଯ୍ୟୟ ଏଜେନ୍ସି ଏହି ଭୂକମ୍ପକୁ ତୀବ୍ରତାର ମଧ୍ୟମ ବୋଲି ବର୍ଣ୍ଣନା କରିଛି ଏବଂ ଏହା କୌଣସି ସମ୍ଭାବ୍ୟ କ୍ଷୟକ୍ଷତିର ଆକଳନ ଜାରି ରଖିବ ବୋଲି କହିଛି।