EVM ହ୍ୟାକିଂ ଅଭିଯୋଗକୁ ଖାରଜ କଲେ EC, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | June 16, 2024 IST

ମୁମ୍ବାଇ ୧୬।୬: ମୁମ୍ବାଇ ପୋଲିସ ଶିବସେନା ସିନ୍ଦେ ଗୋଷ୍ଠୀର ସାଂସଦ ରବୀନ୍ଦ୍ର ୱାୟକରଙ୍କ ସମ୍ପର୍କୀୟଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିବା ପରେ ପୁଣି ଥରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ)କୁ ନେଇ ବିବାଦ ଉପୁଜିଛି। ମାମଲାରେ ବିରୋଧୀ ଦଳ ନେତାଙ୍କ ଅଭିଯୋଗ ପରେ ନିର୍ବାଚନ କମିଶନ (ଇସି) ରବିବାର ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ସମସ୍ତ ଅଭିଯୋଗକୁ ଅଗ୍ରାହ୍ୟ କରିଦେଇଛନ୍ତି। କହିଛନ୍ତି ଯେ ଇଭିଏମକୁ ଅନଲକ୍ କରିବା ପାଇଁ କୌଣସି ‘ଓଟିପି’ର ଆବଶ୍ୟକତା ନାହିଁ। 

ରିଟର୍ଣ୍ଣିଂ ଅଫିସର ବନ୍ଦନା ସୂର୍ଯ୍ୟବଂଶୀ କହିଛନ୍ତି ଯେ ଯେଉଁ ଖବର ଆସିଛି ତାକୁ ନେଇ କିଛି ଲୋକେ ଟ୍ୱିଟ୍ କରିଛନ୍ତି। ଇଭିଏମକୁ ଅନଲକ୍ କରିବା ପାଇଁ କୌଣସି ଓଟିପିର ଆବଶ୍ୟକତା ପଡିନଥାଏ। କାରଣ ଏହି ମେସିନ କାହାରି ସହ କନେକ୍ଟ ନୁହେଁ, ଖବର କାଗଜ ସମ୍ପୂର୍ଣ୍ଣ ଅସତ୍ୟ ଖବର ପ୍ରକାଶନ କରିଛନ୍ତି। ଇଭିଏମ ଷ୍ଟାଣ୍ଡଏଲୋନ ସିଷ୍ଟମ। ଏଣୁ ଖବର ସମ୍ପୂର୍ଣ୍ଣ ମିଥ୍ୟା ଓ ଆମେ ସମ୍ବାଦପତ୍ରକୁ ନୋଟିସ୍ ଜାରି କରିଛୁ। ୪୯୯ ଆଇପିସି ଅନୁସାରେ ଏହାକୁ ନେଇ ମାନହାନୀ ମୋକଦ୍ଦମା ମଧ୍ୟ ରୁଜୁ ହୋଇଛି। 

ରିଟର୍ଣ୍ଣିଂ ଅଫିସର କହିଛନ୍ତି ଯେ ମୁଁ ପେପର ରିପୋର୍ଟରଙ୍କୁ ବୁଝେଇବାକୁ ଚେଷ୍ଟା କରିଥିଲି। ଆଇପିସିର ଧାରା ୫୦୫ ଓ ୪୯୯ରେ ତାଙ୍କୁ ନୋଟିସ୍ କରାଯିବ। ଗୌରବଙ୍କୁ ମୋବାଇଲ ରଖିବାକୁ ଯେଉଁ ଅନୁମତି ଦିଆଯାଇଥିଲା ତାହା ତାଙ୍କ ନିଜ ମୋବାଇଲ ଥିଲା। ପୋଲିସ ତଦନ୍ତ ପରେ ଆମେ ଇଣ୍ଟରନାଲ ଯାଞ୍ଚ କରିବୁ କି ନାହିଁ ଏହା ପରେ ନିଷ୍ପତ୍ତି ନିଆଯିବ। 

ସେହିପରି ରିଟର୍ଣ୍ଣିଂ ଅଫିସର କହିଛନ୍ତି ଯେ ଆମେ କୋର୍ଟଙ୍କ ବିନା ଅନୁମତିରେ କାହାରିକୁ ସିସିଟିଭି ଫୁଟେଜ ଦେବୁ ନାହିଁ ଏପରିକି ପୁଲିସକୁ ବି ନୁହଁ। ଇଭିଏମ ପ୍ରୋଗ୍ରାମ ପାଇଁ ନୁହେଁ କି ଏହାକୁ କୌଣସି ପ୍ରକାର ହ୍ୟାକ୍ କରାଯାଇ ପାରିବନି। ଏହି ମାମଲାରେ ଇସିଙ୍କ ଅଭିଯୋଗ ପରେ ଏଫଆଇଆର ରୁଜୁ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.