ମିଥ୍ୟା ସ୍କିମ୍‌ ମାଧ୍ୟମରେ ୧୭୦୦ କୋଟିର ଠକେଇ, ଦୁଇ ନିର୍ଦ୍ଦେଶକଙ୍କୁ ଗିରଫ କଲା ଇଡି

Published By : Prameya-News7 Bureau | August 27, 2023 IST

ନୂଆଦିଲ୍ଲୀ, ୨୭/୦୮: ମିଥ୍ୟା ସ୍କିମ୍‌ ମାଧ୍ୟମରେ ଠକିଥିବା ପଶ୍ଚିମବଙ୍ଗର କମ୍ପାନିର ଦୁଇ ନିର୍ଦ୍ଦେଶକଙ୍କୁ ଗିରଫ କରିଛି ଇଡି । ଅଭିଯୋଗ କମ୍ପାନି ମିଥ୍ୟା ସ୍କିମ୍‌ ଦ୍ବାରା ଲୋକଙ୍କ ଠାରୁ ପ୍ରାୟ ୧୭୮୭ କୋଟି ଟଙ୍କା ଠକିଥିଲା। ତେବେ ଶନିବାର ଦୁଇ ନିର୍ଦ୍ଦେଶକଙ୍କୁ ଗିରଫ କରାଯାଇଥିବା ନେଇ କହିଛି ଇଡି ।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ଏମପିଏସ ଗ୍ରୀନେରୀ ଡେଭଲପର୍ସ ଲିମିଟେଡ ନାମକ କମ୍ପାିର ଦୁଇ ନିର୍ଦ୍ଦେଶକଙ୍କୁ ଗିରଫ କରାଯାଇଛି। ଦୁଇ ନିର୍ଦ୍ଦେଶକଙ୍କ ପ୍ରବୀର କୁମାର ଚନ୍ଦ୍ର ଏବଂ ପ୍ରଣବ କୁମାର ଦାସ । ଏମାନଙ୍କୁ ଅଗଷ୍ଟ ୨୪ରେ ମନିଲଣ୍ଡ୍ରିଂ ଆକ୍ଟ ଅନୁଯାୟୀ ଗିରଫ କରାଯାଇଛି ଏବଂ କୋର୍ଟ​‌ରେ ହାଜର କରିବା ପରେ ସେମାନଙ୍କୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଯାଇଛି ।

ଆହୁରି ପଢ଼ନ୍ତୁ: ଜମି ଘୋଟାଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ନୋଟିସ୍, ବଢିବ ଅଡୁଆ

ଏମପିଏସ ଗ୍ରୀନେରୀ ଡେଭଲପର୍ସ ଲିମିଟେଡ ୧୯୯୯-୨୦୦୦ରୁ ୨୦୧୩-୨୦୧୪ରେ ଆରବିଆଇ ଏବଂ ସେବି ମାନଦଣ୍ଡର ଉଲ୍ଲଘଂନ କରି ବିଭିନ୍ନ ମିଥ୍ୟା ସ୍କିମ୍‌ ମାଧ୍ୟମରେ ଏହି ଟଙ୍କା ହଡ଼ପ କରିଥିଲା। କମ୍ପାନିର ସିଏମଡି ପ୍ରମଥ ନାଥ ମନ୍ନା, ଦୁଇ ନିର୍ଦ୍ଦେଶକ ଏବଂ ଅନ୍ୟମାନଙ୍କ ଦ୍ବାରା ସଞ୍ଚାଳିତ ହେଉଥିଲା।

ଇଡିର ସୂଚନା ଅନୁଯାୟୀ, ଏକାଠି କରିଥିବା ଅର୍ଥକୁ ଏମପିଏସ ଡେଭଲପର୍ସ ଲିମିଟେଡ୍‌ ଏବଂ ଏହାର ସହାୟକ କମ୍ପାନି ତଥା ଏହାର ଅନୁବନ୍ଧିତ କମ୍ପାନିଙ୍କୁ ପାଠାଯାଇଥିଲା। ଆଉ ଏହା ପରେ ଉକ୍ତ ରାଶିକୁ ନଗଦ ଭାବରେ କଢ଼ାଯାଇଥିଲା ଆହୁରି ମଧ୍ୟ ତୃତୀୟ ପକ୍ଷ କମ୍ପାନିକୁ ପଠାଯାଇଥିଲା । ନିବେଶକ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ସମ୍ପତ୍ତି ମଧ୍ୟ କିଣାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.