ଦିଲ୍ଲୀ ଜଳବୋର୍ଡ ମାମଲାରେ ଇଡିର ଆକ୍ସନ; ଦେଶର ୪ ସହରରେ ଛାନଭିନ୍

Published By : Prameya-News7 Bureau | July 05, 2024 IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଜଳବୋର୍ଡ ମାମଲାରେ ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସୁଏଜ୍ ଟ୍ରିଟମେଣ୍ଟ ଦୁର୍ନୀତି ମାମଲାରେ ଇଡି ଦିଲ୍ଲୀ ସମେତ ଅହମ୍ମଦାବାଦ, ମୁମ୍ବାଇ ଓ ହାଇଦ୍ରାବାଦରେ ଛାନଭିନ୍ କରିଛି । ଦୁର୍ନୀତି ନିବାରଣ ଶାଖା, ଜିଏନସିଟିଡି, ନୂଆଦିଲ୍ଲୀ ଦ୍ବାରା ଦାୟର ହୋଇଥିଲା ଏଫଆଇଆର୍ ଆଧାରରେ ଏହି ଚଢ଼ାଉ ହୋଇଛି । ଜଳବୋର୍ଡ ମାମଲାରେ ପ୍ରାୟ ୧୯୪୩ କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି ।  

FIRରେ ୟୁରୋଟେକ୍ ଏନଭାରମେ୍ଣ୍ଟାନ ପ୍ରାଇଭେଟ୍ ଲିମିଟେଡ୍ ନାମରେ ଏକ କମ୍ପାନି ବେଆଇନ ଭାବେ ଟେଣ୍ଡର ହାସଲ କରିଥିବା ଅଭିଯୋଗ ହୋଇଛି । ଯାହା ଫଳରେ ସରକାରୀ ଅର୍ଥକୁ ଲୁଟ୍ କରାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏହି ଛାପାମାରୀରେ ୪୧ ଲକ୍ଷ ଟଙ୍କା ନଗଦ ଜବତ ହୋଇଛି । ଏହା ସହିତ ଆପତ୍ତିଜନକ କାଗଜପତ୍ର ଏବଂ ଡିଜିଟାଲ୍ ସାକ୍ଷୀ ମଧ୍ୟ ମିଳିଛି । ଅଗ୍ରୀମ ଯାଞ୍ଚ ପାଇଁ ଇଡି ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରିଛି । ଦିଲ୍ଲୀ ଜଳବୋର୍ଡ ଦୁର୍ନୀତି ମାମଲାରେ ୪ଟି ଟେଣ୍ଡର ହେରଫେର ଅଭିଯୋଗ ରହିଛି । ଯାହାର ଆନୁମାନିକ ଅର୍ଥରାଶି ୧୯୪୩ କୋଟି ଟଙ୍କା ହେବ । ୨୦୨୨ ଅକ୍ଟୋବର ମାସରେ ତିନୋଟି ସଂସ୍ଥାକୁ ଏହି ଟେଣ୍ଡର ଦିଆଯାଇଥିଲା । ତଦନ୍ତ ବେଳେ ଇଡିକୁ ସୁରାକ୍ ମିଳିଛି କି ଏହି ଟେଣ୍ଡର ଧାର୍ଯ୍ୟ ଅର୍ଥରାଶି ଠାରୁ ଅଧିକରେ ଦିଆଯାଇଛି ।        

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.