ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି; ହିଂସା ପୀଡ଼ିତ ଓ ବନ୍ୟା ପ୍ରଭାବିତଙ୍କୁ ଭେଟ କରିବେ

Published By : Prameya-News7 Bureau | July 08, 2024 IST

ନୂଆଦିଲ୍ଲୀ: ସୋମବାର ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି ।  ୧୪ ମାସ ଧରି ମଣିପୁରରେ ଲାଗି ରହିଥିବା ହିଂସାରେ ଏହା ରାହୁଲଙ୍କ ତୃତୀୟ ଗସ୍ତ । ସେଠାରେ ରାଜ୍ୟପାଳଙ୍କ ସହ ଆଲୋଚନା କରି ହିଂସା ପୀଡିତ ଓ ବନ୍ୟା ପ୍ରଭାବିତକୁ ଭେଟି କରିବେ । ବିରୋଧୀ ଦଳ ନେତା ଭାବେ ଏହା ତାଙ୍କର ପ୍ରଥମ ଗସ୍ତ । ଏନେଇ ଜିରିବାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ଡ୍ରୋନ୍ ଯୋଗେ ଫଟୋଗ୍ରାଫି ଓ ଭିଡିଓଗ୍ରାଫି ଉପରେ ପ୍ରତିବନ୍ଧକ ଲଗାଯାଇଛି । ରାହୁଲ ଗାନ୍ଧିଙ୍କ ମଣିପୁର ଗସ୍ତ ନେଇ ରବିବାର ଜିଲ୍ଲାପାଳ ଅଧିସୂଚନା ଜାରି କରିଛନ୍ତି ।  

ହିଂସା ପ୍ରଭାବିତ ରାଜ୍ୟରେ ଆଜି ଏକ ଦିବସୀୟ ଗସ୍ତରେ ଯିବେ ରାହୁଲ ଗାନ୍ଧି । ଏଥିପାଇଁ  ରାଜ୍ୟ କଂଗ୍ରେସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାହୁଲ ଗାନ୍ଧିଙ୍କ ସହିତ ପ୍ରଦେଶ କଂଗ୍ରେସ ପ୍ରଭାରୀ ଗିରିଶ୍ ଚୋଡନକର ଓ କିଛି ଅନ୍ୟ ପାର୍ଟିର ନେତା ହିଂସା ପୀଡିତ ରହୁଥିବା ଅଶ୍ରୟସ୍ଥଳୀରେ ଗସ୍ତ କରିବେ । ସେଠାରେ ପୀଡିତଙ୍କ ସହିତ ଆଲୋଚନା କରିବେ । ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ କୈଶମ ମେଘଚନ୍ଦ୍ର କହିଛନ୍ତି, ରାଜ୍ୟରେ ଶାନ୍ତି ଜରୁରୀ, ତେଣୁ ରାହୁଲ ଗାନ୍ଧି ମଣିପୁର ଗସ୍ତ ନିଷ୍ପତ୍ତି ନେଇଛନ୍ତି । ହିଂସା ପୀଡ଼ତଙ୍କୁ ଭେଟ କରିବେ ।

ସେହିପରି ପ୍ରବଳ ବର୍ଷାରେ ବେହାଲ ହୋଇଛି ଉତ୍ତର-ପୂର୍ବ ରାଜ୍ୟ । ବନ୍ୟା ବିତ୍ପାତ ଯୋଗୁ ମଣିପୁର ସମେତ ଅନେକ ରାଜ୍ୟ ପ୍ରଭାବିତ ହୋଇଛି । ରାଜ୍ୟର ଅନେକ ଲୋକ ବେଘର ହୋଇଛନ୍ତି । ରାଜ୍ୟପାଳଙ୍କ ସହିତ ମିଶି ବନ୍ୟା ପୀଡିତଙ୍କୁ ଭେଟିବେ ବିରୋଧୀ ଦଳ ନେତା ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.