ପ୍ରବାସୀ ଶ୍ରମିକଙ୍କୁ ରାସନ କାର୍ଡ ଯୋଗାଇବାରେ ବିଳମ୍ବ ନେଇ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | October 05, 2024 IST

livelaw.in

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକମାନଙ୍କୁ ରାସନ କାର୍ଡ ଯୋଗାଇବାରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ ବିଫଳତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ କହିଛନ୍ତି। ଆମର ଆଉ ଧୈର୍ଯ୍ୟ ନାହିଁ। ତୁରନ୍ତ ଏ ନେଇ ପଦକ୍ଷେପ ନିଆଯାଉ ବୋଲି କୋର୍ଟ କହିଛନ୍ତି। ଶନିବାର ଏ ସମ୍ପର୍କିତ ମାମଲାର ଶୁଣାଣି କରି ଜଷ୍ଟିସ୍ ସୁଦର୍ଶନ ଧୁଲିଆ ଏବଂ ଅସନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ ଏପରି କହିଛନ୍ତି। ଏଥିସହିତ ନଭେମ୍ବର ୧୯ ତାରିଖ ସୁଦ୍ଧା ପଦକ୍ଷେପ ନେବାକୁ ସରକାରମାନଙ୍କୁ ଅନ୍ତିମ ସୁଯୋଗ ଦେଇଛନ୍ତି କୋର୍ଟ। 

ଏନେଇ କୋର୍ଟ କହିଛନ୍ତି “ଆମେ ପାଖରେ ଆଉ ଧୈର୍ଯ୍ୟ ନାହିଁ। ନିର୍ଦ୍ଦେଶ ପାଳନ କରିବା ପାଇଁ ଆମେ ଶେଷ ସୁଯୋଗ ଦେଉଛୁ। ନହେଲେ ଆପଣଙ୍କ ସଚିବ ଉପସ୍ଥିତ ରହିବେ।” କେନ୍ଦ୍ର ସରକାର ପାଇଁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟି କହିଥିଲେ ଯେ ଅନ୍ତ୍ୟୋଦୟ ଅନ୍ନ ଯୋଜନା ଅଧୀନରେ ପ୍ରାଥମିକ ପର୍ଯ୍ୟାୟର ପରିବାରକୁ କେବଳ ଗୋଟିଏ ରାସନ କାର୍ଡ ଦିଆଯାଉଛି।

୨୦୨୦ରେ କୋଭିଡ ପରେ ପ୍ରବାଶୀ ଶ୍ରମିକ ମାନେ ରାସନ ପାଇଁ ସମସ୍ୟା ଭୋଗିବା ପରେ କୋର୍ଟ ନିଜ ଆଡ଼ ମାମଲା ରୁଜୁ କରି ଶୁଣାଣି କରିଥିଲେ। ସର୍ବୋଚ୍ଚ ଅଦାଲତ ଏହା ପୂର୍ବରୁ ୨୦୨୧ର ରାୟର ଅନୁପାଳନ ଏବଂ ପ୍ରବାସୀ ଶ୍ରମିକମାନଙ୍କୁ ରାସନ କାର୍ଡ ଏବଂ ଅନ୍ୟାନ୍ୟ କଲ୍ୟାଣମୂଳକ ପଦକ୍ଷେପ ପ୍ରଦାନ ସମ୍ବନ୍ଧରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ଏକ ଆଫିଡେଭିଟ୍ ଦାଖଲ କରିବାକୁ କହିଥିଲେ।

୨୯ ଜୁନ୍ ୨୦୨୧ର ସର୍ବୋଚ୍ଚ ନ୍ୟାୟାଳୟ ରାୟ ଓ ପରବର୍ତ୍ତୀ ନିର୍ଦ୍ଦେଶରେ, କୋଭିଡ-୧୯ ମହାମାରୀ ସମୟରେ ପୀଡିତ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ 'ଇ-ଶ୍ରାମ' ପୋର୍ଟାଲ୍ ପଞ୍ଜିକୃତ ରେସନ କାର୍ଡ ପ୍ରଦାନ ସମେତ କଲ୍ୟାଣମୂଳକ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। 

୨୦୨୧ ରାୟରେ ସର୍ବୋଚ୍ଚ ଅଦାଲତ ଅସଂଗଠିତ ଶ୍ରମିକଙ୍କ ପାଇଁ ଜାତୀୟ ଡାଟାବେସ୍ (NDUW) ସୃଷ୍ଟି କରିବାରେ କେନ୍ଦ୍ରର "ଉଦାସୀନତା ଏବଂ ଅଭାବନୀୟ ମନୋଭାବ"କୁ ଅକ୍ଷମଣୀୟ ବୋଲି କହିଥିଲେ। ଏବଂ ୩୧ ଜୁଲାଇ ୨୦୨୧ ସୁଦ୍ଧା ଏହାର କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥଲେ। ଯାହା ଦ୍ୱାରା ସମସ୍ତ ପ୍ରବାସୀ ଶ୍ରମିକ ପଞ୍ଜୀକୃତ ହେବେ ଏବଂ କୋଭିଡ ଭଳି ଖରାପ ସ୍ଥିତିରେ ସେମାନଙ୍କ ପାଇଁ କଲ୍ୟାଣମୂଳକ କାର୍ଯ୍ୟ ସେମାନଙ୍କ ପାଖରେ ପହଞ୍ଚିବ।

କେବଳ ସେତିକି ନୁହେଁ, ମହାମାରୀ ଶେଷ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ମାଗଣା ଶୁଖିଲା ରାସନ ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏବଂ କେନ୍ଦ୍ରକୁ ଏଥିପାଇଁ ଅତିରିକ୍ତ ଖାଦ୍ୟଶସ୍ୟ ଯୋଗାଇ ଦେବ ବୋଲି ମଧ୍ୟ କହିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.