ବେଙ୍ଗାଲୁରୁ ୨୧/୨୦: ଯିଏ ବଞ୍ଚିବାକୁ ପଣ କରିଥିବ ତାକୁ ମୃତ୍ୟୁ ବି ଭୟ କରିବ । ଏ ଦୁନିଆ କ’ଣ ଶରୀର ବି ସାଥ ଛାଡିଦେଲେ କ’ଣ ଫରକ ପଡିବ । ଶରୀରର ଗୋଟିଏ ଗୋଟିଏ ଅଂଶ ଜଣେ ପରେ ଜଣେ ସାଥ ଛାଡିଯାଉଥିଲେ ଆଉ କିଛି କାଟି ଅଲଗା କରି ଦିଆଯାଉଥିଲା । ହେଲେ ସେ ହାରିବା ବଦଳରେ ମନକୁ ଅଧିକ ଦୃଢ କରୁଥିଲେ ।ବ୍ୟାକ୍ଟେରିଆ ଇନଫେକସନ ପାଇଁ ବେଙ୍ଗାଲୁରରେ ତାଙ୍କର ୨ଟି ହାତ ଓ ପାଦ କାଟିବାକୁ ପଡିଥିଲା । ହେଲେ ସେ ଆଶା ଛାଡିନଥିଲେ କି ହାର୍ ମାନିନଥିଲେ ।ୟେ କାହାଣୀ ସେହି ଦୃଢମନା ଝିଅର ଯିଏକି ମୃତ୍ୟୁକୁ ଜିତି ନାହାନ୍ତି ବରଂ ନିଜେ ସମ୍ମାନର ସହ ବଞ୍ଚି ଅନେକଙ୍କୁ ଦେଖାଇଛନ୍ତି ବଞ୍ଚିବାର ନୂଆ ଆଶା । ତାଙ୍କ ସଂଘର୍ଷମୟ କାହାଣୀ ଏତେ କଷ୍ଟକର ଶୁଣିଲେ ବି ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଆଖି ଲୁହରେ ଓଦା ହୋଇଯିବ । ପାଟିରେ ଆପେ ଆପେ ବାହାରି ଆସିବ ଓଃ ଏତେ କଷ୍ଟ….
ଭାରତର ପ୍ରଥମ ମହିଳା ବ୍ଲେଡ ରନର ଶାଳିନୀ ସରସ୍ବଥୀ । ବେଙ୍ଗାଲୁରର ଶାଲିନୀ ସରସ୍ବଥୀ । ୨୦୨୩ରେ ଚୀନରେ ଆୟୋଜିତ ଏସିଆନ ପାରା ଗେମ୍ସରେ ଭାରତରୁ ପ୍ରତିନିଧିତ୍ବ କରିଥିଲେ ସରସ୍ବତୀ । ସେ T-62 କାଟାଗୋରିରେ କୁତ୍ରିମ ଗୋଡରେ ସବୁଠାରୁ ତୀବ୍ର ବେଗରେ ଦୌଡି କରିଥିରେ ରେକର୍ଡ । ୨୦୨୨ରେ ସେ ଜାତୀୟ ସ୍ତରରେ ରୌପ୍ୟ ପଦକ ଜିତି ଥିବାବେଳେ ୨୦୨୧ରେ ଗୋଲ୍ଡ ମେଡାଲ ଜିତିଥିଲେ । ମାରାଥନ ପାଇଁ ସେ ଜର୍ମାନୀର ଏକ କଂପାନୀ ଠାରୁ ୧୦ ଲକ୍ଷ ଟଙ୍କା ଲୋନ କରି ରନିଂ ବ୍ଲେଡ କିଣିଥିଲେ । ଆଉ ଆଜି ସେ ଜଣେ ଭାରତର କୁତ୍ରିମ ଗୋଡ ଲଗାଇଥିବା ପ୍ରଥମ ରେକର୍ଡଧାରୀ ପାରା ଆଥଲେଟ୍ ।
ଶାଳିନୀ ସରସ୍ବଥୀ ଏମିତି ଜଣେ ଭାରତୀୟ ମହିଳା ଯିଏକି ନିଜର ୨ ହାତ ଆଉ ଗୋଡ ବ୍ୟାକ୍ଟେରିଆ ସଂକ୍ରମଣ ପାଇଁ ହରାଇଦେଇଥିଲେ । ହାତ ଗୋଡ ନଥାଇ ମଧ୍ୟ ସେ ମାରାଥନରେ ଦୌଡିବାର ସ୍ବପ୍ନ ଦେଖିଥିଲେ । ଆଉ ତାକୁ ପୁରା କରିଥିଲେ ।
ଶାଳିନୀ ଜଣେ ବିବାହିତା,ହସଖୁସି ମିଜାଜ ଓ ଘରୋଇ ମହିଳା ଥିଲେ । ଜୀବନକୁ ନେଇ ବେଶ ଖୁସିଥିବା ଶାଳିନୀଙ୍କ ଜୀବନରେ ଯେ ଏତ ବଡ ଦୁଃଖ ଲୁଚି ରହିଛି ନା ସେ ଆଶା କରିଥିଲେ ନା ତାଙ୍କ ପରିବାର ଲୋକ । ୨୦୧୩ରେ କମ୍ବୋଡିଆ ଯାଇ ବିବାହ ବାର୍ଷିକି ବେଶ ଧୁମଧମାର ସହ ମନାଇଥିଲେ । ଗର୍ଭବତୀ ଥିବାରୁ ନୂଆ ଅତିଥିକୁ ୱେଲକମ ପାଇଁ ଖୁସି ଡବଲ ଥିଲା । ବେଶ ଖୁସିରେ ସ୍ବାମୀଙ୍କ ସହ କମ୍ବୋଡିଆରୁ ଭାରତ ଫେରିଥିଲେ ଶାଳିନୀ। ହେଲେ ଏହି ଖୁସିର ମୁହୁର୍ତ୍ତ ବେଶୀ ଦିନ ରହିନଥିଲା ।
ଶାଳିନୀଙ୍କୁ ଗୋଟିଏ ଦିନ ଭୀଷଣ ଜର ହୋଇଥିଲା । ସ୍ବାମୀ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇ ଯାଇଥିଲେ । ପ୍ରଥମେ ଲାଗୁଥିଲା ଯେମିତି ଡେଙ୍ଗୁ ରୋଗ ହୋଇଛି । ହେଲେ ଯେତେବେଳେ ରିପୋର୍ଟ ଆସିଲା ସମସ୍ତଙ୍କ ହୋସ୍ ଉଡାଇ ଦେଇଥିଲା । ଜଣାପଡିଥିଲା ଶାଳିନୀ ଏକ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି । ଯେଉଁ ରୋଗ ୧୦ ଲକ୍ଷ ଲୋକଙ୍କ ମଧ୍ୟ ଜଣକୁ ହୋଇଥାଏ । ଧିରେ ଧିରେ ତାଙ୍କର ଶରୀରର ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା । ଶାଳିନୀ ସିଧା ଆଇସିୟୁରେ ପହଞ୍ଚିଯାଇଥିଲେ । ଆଉ କିଛି ମାସ ଧରି ଡାକ୍ତର ତାଙ୍କୁ ଅରଜରଭେସନରେ ରଖିଲେ । ଚିକିତ୍ସା କରୁଥିବା ଡାକ୍ତର ଏମିତି ବି କହିଲେ ତାଙ୍କର ବଞ୍ଚିବାର ଆଶା ମାତ୍ର ୫ ପ୍ରତିଶତ । ଚିକିତ୍ସା ପାଇଁ ଗର୍ଭରେ ବଢୁଥିବା ପିଲାକୁ ହରାଇବାକୁ ପଡିଥିଲା ।
ପ୍ରାୟ ୧ ବର୍ଷ ଧରି ଶାଳିନୀଙ୍କ ଚିକିତ୍ସା ଚାଲିଲା । ତାଙ୍କ ଜୀବନ ବଞ୍ଚାଇବାକୁ ଡାକ୍ତର ତାଙ୍କର ୨ଟି ହାତ ଓ ଗୋଡ କାଟିବାକୁ ନିଷ୍ପତ୍ତି ନେଇଥିଲେ । ଏହି କଥା ଯେତେବେଳେ ଶାଳିନୀ ଶୁଣିଲେ ଛୋଟ ପିଲାଙ୍କ ପରି ଜୋରରେ କାନ୍ଦିବାକୁ ଲାଗିଲେ । ୨୦୧୩ରେ ତାଙ୍କ ବାମ ହାତ କାଟିଦିଆଯାଇଥିଲା । ଏହି କଷ୍ଟକୁ ଶାଳିନୀ କେମିତି ବି ସହିଯାଇଥିଲେ । ହେଲେ କିଛି ମାସ ପରେ ଗୋଟିଏ ଦିନ ହସ୍ପିଟାଲରେ ଡାହାଣ ହାତ ଆପେ ଆପେ କଟି ଗଳିପଡିଲା ।
ଶାଳିନୀଙ୍କ ଜୀବନର ଅସଲ ପରୀକ୍ଷା ଏବେ ଯେମିତି ଆରମ୍ଭ ହେଲା । ଜୀବନରେ ଯେତେବେଳେ କଷ୍ଟ ଅଧିକ ହୋଇଯାଏ ତାହା ବେଶୀ ଯନ୍ତ୍ରଣା ଦେଇନଥାଏ । କହିବାର ଅର୍ଥ ହେଲା ଦେହରେ ଏମିତି ତାକତ ଆସିଯାଏ କି ଏହି କଷ୍ଟ ସହିବାକୁ ତାକତ ମିଳିଯାଏ । ୨ ହାତ ଯାଇଥିଲା ଏବେ ଡାକ୍ତର ଶାଳିନୀଙ୍କ ୨ ଟି ଗୋଡ ବି କାଟିବାକୁ କହିଥିଲେ । ଯେଉଁଦିନ ତାଙ୍କର ୨ଟି ଗୋଡ କାଟିବାର ଥିଲା ସେଦିନ ସେ ପାଦରେ ଲାଲ ନେଲପଲିସ ଲଗାଇ ହସପିଟାଲ ଆସିଥିଲେ । ଆଉ କହିଥିଲେ ଯଦି ମୋ ଗୋଡ ମୋଠାରୁ ଅଲଗା ହୋଇୟାଉଛି ତେବେ ତାକୁ ସୁନ୍ଦର ଭାବରେ ସଜାଇ ବିଦା କରିଛି ।
ଜୀବନରେ ଏତେ ବଡ କଠିନ ପରିସ୍ଥିତିର ସାମ୍ନା କରିବା ପରେ ଧିରେ ନିଜ ଭିତରେ ସେମିତି ଧୈର୍ଯ୍ୟ ଓ ସାହସ ଜୁଟାଇ ପାରିଥିଲେ । ଏମିତି ପରିସ୍ଥିତିରେ ତାଙ୍କ ପାଖରେ ୨ଟି ରାସ୍ତା ଥିଲା । ପ୍ରଥମଟି ପରିସ୍ଥିତି ଆଗରେ ହାର୍ ମାନିବା ଓ ଦ୍ବିତୀୟ ରାସ୍ତା ଆଗକୁ ବଢିବାକୁ ଇସାରା କରୁଥିଲା । ଶାଳିନୀ ଦ୍ବିତୀୟ ରାସ୍ତା ବାଛିଥିଲେ ଆଉ ଦୌଡିବାର ସ୍ବପ୍ନ ଦେଖିଥିଲେ । ହେଲେ ଅପରେସନ ପରେ ଦୌଡିବା ବେଶ କଷ୍ଟକର ଥିଲା । ହେଲେ ସେ ଏଥିରେ ଏନଜୟ କରିଥିଲେ । ଶାଳିନୀଙ୍କ ସବୁ ଧ୍ୟାନ ଅଲିମ୍ପିକ ଉପରେ ଥିଲା । କୁତ୍ରିମ ପାଦ ଲଗାଇ ସେ ଅଲିମ୍ପିକ ଜିତିବାର ସ୍ବପ୍ନ ଦେଖିଥିଲେ ।
ଶାଳିନୀଙ୍କ କୋଚ୍ ବିପି ଅୟପ୍ପା ତାଙ୍କୁ କେବେ ଦିବ୍ୟାଙ୍ଗ ଭାବିନଥିଲେ । ସବୁବେଳେ ଆଗକୁ ବଢିବାକୁ ପ୍ରେରଣା ଦେଉଥିଲେ । ସେ ପ୍ରତିଦିନ ୯୦ ମିନିଟ ଚାଲିବାର ଅଭ୍ୟାସ କରୁଥିଲେ । ସ୍ବାମୀ ସବୁ ସମୟରେ ସବୁ ପରିସ୍ଥିତିରେ ତାଙ୍କ ସହ ଠିଆ ହେଉଥିଲେ । ଆଉ ସବୁ ପରିସ୍ଥିତିରେ ସାଥ୍ ଦେଉଥିଲେ । ଯାହା ତାଙ୍କ ଯନ୍ତ୍ରଣାମୟ ଜୀବନକୁ ବେଶ ସହଜ ଓ ସୁନ୍ଦର କରିଦେଇଥିଲା । ।