ମାଙ୍ଗାଲୁରୁର କୁଲୁର ବ୍ରିଜ୍ ନିକଟରେ ବ୍ୟବସାୟୀଙ୍କ ସନ୍ଦିଗ୍ଧ କାର୍; : ଛାନଭିନ କରୁଛି କର୍ଣ୍ଣାଟକ ପୋଲିସ୍

Published By : Prameya-News7 Bureau | October 06, 2024 IST

ମୁମ୍ଵାଇ ୦୬।୧୦: କର୍ଣ୍ଣାଟକ ବ୍ୟବସାୟୀ ମୁମତାଜ ଅଲି ରବିବାର ସକାଳୁ ନିଖୋଜ ଅଛନ୍ତି। ପୋଲିସର ସୂଚନାନୁସାରେ, ତାଙ୍କ କାର କୁଲୁର ବ୍ରିଜ ନିକଟରେ ଦେଖିବାକୁ ମିଳିଥିଲା।ମୁମତାଜ ଅଲି ହେଉଛନ୍ତି ଜେଡିଏସ ଏମଏଲସି ବିଏମ ଫାରୁକ ଏବଂ ପୂର୍ବତନ କଂଗ୍ରେସ ବିଧାୟକ ମୋହିଉଦ୍ଦିନ ବାୱାଙ୍କ ଭାଇ। ତାଙ୍କ ବୟସ ୫୨ ବର୍ଷ ବୋଲି କୁହାଯାଉଛି।

ମାଙ୍ଗାଲୁରୁ ପୋଲିସ କମିଶନର କହିଛନ୍ତି ଯେ ଆଜି ଅର୍ଥାତ୍‌ ରବିବାର ସକାଳେ ଆମେ ସୂଚନା ପାଇଲୁ ଯେ ବ୍ୟବସାୟୀ ମୁମତାଜ ଅଲିଙ୍କ କାର କୁଲୁର ବ୍ରିଜ ନିକଟରେ ମିଳିଥିଲା। ସେ ହୁଏତ ସେତୁରୁ ଡେଇଁ ପଡିଥିବେ । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ପ୍ରାରମ୍ଭିକ ଅନୁସନ୍ଧାନ ଅନୁଯାୟୀ, ପ୍ରାୟ ୩ ଟା ସମୟରେ ସେ ନିଜ କାରରେ ଘରୁ ବାହାରି ସହରରେ ବୁଲାବୁଲି କରିଥିଲେ। ପ୍ରାୟ ୫ ଟା ସମୟରେ ସେ କୁଲୁର ବ୍ରିଜ ନିକଟରେ ତାଙ୍କ କାରକୁ ଅଟକାଇଥିଲେ। କାରରେ କିଛି ଦୁର୍ଘଟଣା ଚିହ୍ନ ରହିଥିଲା ଏବଂ ଏହା ପରେ ତାଙ୍କ ଝିଅ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ। ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି। ଏସଡିଆରଏଫ ଏବଂ କୋଷ୍ଟଗାର୍ଡ ଦଳ ନଦୀରେ ଅନୁସନ୍ଧାନ କରୁଛନ୍ତି । ସେ ନଦୀକୁ ଡେଇଁଛନ୍ତି କି ନାହିଁ ଜାଣିବାକୁ ଚେଷ୍ଟା କରୁଛନ୍ତି। ନା ତାଙ୍କର ନିଖୋଜ ହେବାର ଅନ୍ୟ କିଛି କାରଣ ଅଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.