ମହାରାଷ୍ଟ୍ର ଚେମ୍ବୁର୍‌ ଅଞ୍ଚଳର ଏକ କୋଠାରେ ଭୟାବହ ଅଗ୍ନିକାଣ୍ଡ, ୫ ଜୀବନ୍ତ ଦଗ୍ଧ

Published By : Prameya-News7 Bureau | October 06, 2024 IST

ମୁମ୍ଵାଇ ୦୬।୧୦: ମହାରାଷ୍ଟ୍ରର ଚେମ୍ବୁରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୫ଜଣଙ୍କର ଜୀବନ୍ତ ଦଗ୍ଧ ହୋଇଥିବା ହୋଇଛନ୍ତି। ଚେମ୍ବୁରର ସିଦ୍ଧାର୍ଥ କଲୋନୀରେ ଥିବା ଏକ ଦୋକାନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଏହି ନିଆଁରେ ପୁରା ଦୋକାନରେ ଜଳି ଯାଇଥିଲା । ଉପର ମହଲାରେ ରହୁଥିବା ପରିବାରର ପାଞ୍ଚଜଣ ସଦସ୍ୟ ଜଳି ଯାଇଥିଲେ। ଏତିକି ନୁହେଁ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ନିଆଁ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲା।  କିନ୍ତୁ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା। ମୁମ୍ବାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ।

ମୁମ୍ବାଇ ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଅକ୍ଟୋବର ୬ ରବିବାର ଦିନ ପ୍ରାୟ ୫:୧୫ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ତଳ ମହଲାରେ ନିର୍ମିତ ଦୋକାନରେ ସର୍ଟ ସର୍କିଟ ଯୋଗୁଁ ବୈଦ୍ୟୁତିକ ଉପକରଣରେ ନିଆଁ ଲାଗିଯାଇଥିଲା। ଏହି କାରଣରୁ ବିସ୍ଫୋରଣ ହେତୁ ଉପର ମହଲାରେ ଥିବା ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟ ଖରାପ ହୋଇଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ଦୁଇ ମହଲା କୋଠା ଜଳିବା ଆରମ୍ଭ ହୋଇଥିଲା। ବିରାଟ ନିଆଁ ଦେଖି ପଡୋଶୀମାନେ ଭିତରକୁ ଯିବାକୁ ସାହସ କଲେ ନାହିଁ। ଅଗ୍ନିଶମ କର୍ମଚାରୀମାନେ ମଧ୍ୟ ବାହାରୁ ନିଆଁ ଲିଭାଇବାରେ ବ୍ୟସ୍ତ ଥିଲେ। ଭିତରକୁ ଯିବା ପାଇଁ କେବଳ ଗୋଟିଏ ଉପାୟ ଥିବାରୁ ସେମାନେ ମଧ୍ୟ ଘରେ ପ୍ରବେଶ କରିପାରିନଥିଲେ। ଏହି କାରଣରୁ, ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାରେ ଅସୁବିଧା ହୋଇଥିଲା ଏବଂ ସେମାନେ ମୃତ୍ୟୁ ବରଣ କରିଥିଲେ।

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ, ଦୁଇ ସନ୍ତାନ ଏବଂ ସେମାନଙ୍କ ମଧ୍ୟରୁ ଜଣେ ସମ୍ପର୍କୀୟ ଅଛନ୍ତି। ମୃତକଙ୍କ ନାମ ପ୍ରେମ ଗୁପ୍ତା, ମଞ୍ଜୁ , ଅନୀତା ଗୁପ୍ତା, ୧୦ ବର୍ଷର ନରେନ୍ଦ୍ର ଗୁପ୍ତା ଏବଂ ୭ ବର୍ଷର ପ୍ୟାରିସ ଗୁପ୍ତା। ସମସ୍ତ ପାଞ୍ଚଜଣଙ୍କୁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଡାକ୍ତରମାନେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.