ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏକତା କପୁର, ଫିଲ୍ମ କରମୁକ୍ତ କରିଥିବାରୁ ଧନ୍ୟବାଦ ଜଣାଇଲେ ପ୍ରଯୋଜକ

Published By : Prameya-News7 Bureau | December 03, 2024 IST

ଭୁବନେଶ୍ୱର ୦୩।୧୨ : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏକତା କପୁର । ସାବରମତି ରିପୋର୍ଟ ଫିଲ୍ମ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ଫିଲ୍ମ ପ୍ରଯୋଜକ ଏକତା କପୁର । ଏହାସହ ସାବରମତୀ ରିପୋର୍ଟ ଫିଲ୍ମକୁ ରାଜ୍ୟ ସରକାର କରମୁକ୍ତ କରିଥିବାରୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ଏକତା କପୁର ।  

ସୂଚନାଯୋଗ୍ୟ ଯେ, ଗୋଦ୍‌ରା ଘଟଣା ଉପରେ ଆଧାରିତ ବିକ୍ରାନ୍ତ ମେସିଙ୍କ ଫିଲ୍ମ 'ସାବରମତି ରିପୋର୍ଟ'କୁ ଦର୍ଶକଙ୍କ ଠାରୁ ଜବରଦସ୍ତ ରେସ୍‌ପନ୍ସ ମିଳୁଛି। ଏହି ଚଳଚ୍ଚିତ୍ରରେ ବିକ୍ରାନ୍ତଙ୍କ ଆକ୍ଟିଂକୁ ବେଶ୍ ପ୍ରଶଂସା କରାଯାଉଛି। ବିଜେପି ଶାସିତ ରାଜ୍ୟ ଗୁଡ଼ିକ ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମ ଉପରେ ଟିକସ ଛାଡ଼ ନେଇ ଘୋଷଣା କରିଛନ୍ତି। ଏହି କ୍ରମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାବରମତୀ ରିପୋର୍ଟକୁ ଟ୍ୟାକ୍ସ ଫ୍ରି କରିଛନ୍ତି। ଏହା ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ ସରକାର ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଥିଲେ। ଏହି ଫିଲ୍ମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଶଂସା କରିଛନ୍ତି। 

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.