ପେଟ୍ରୋଲ ଛାଡ଼ି ଏବେ ଇଲେକ୍ଟ୍ରିକ୍ ଟୁ-ହ୍ୱିଲର କିଣୁଛନ୍ତି ଲୋକେ: ଆସନ୍ତା ବର୍ଷରେ ୧୩ % ଛୁଇଁବ ମାର୍କେଟ ଶେୟାର

Published By : Prameya-News7 Bureau | September 15, 2024 IST

internet

ନୂଆଦିଲ୍ଲୀ: ମହଙ୍ଗା ପେଟ୍ରୋଲ ଦାମରେ ନାକେଦମ ଭାରତୀୟ ଗ୍ରାହକ ଏବେ ପେଟ୍ରୋଲ ବାଇକ୍ ଛାଡ଼ି ଇଲେକ୍ଟ୍ରିକ ବାଇକ କିଣୁଛନ୍ତି। ଧୀରେ ଧୀର ଇ-ଟୁହ୍ୱଲର ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୨୬-୨୭ ବେଳକୁ ଭାରତରେ ଇ-ଟୁହ୍ୱିଲର ମାର୍କେଟ୍ ୧୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଇନଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ କମ୍ପାନୀ ଜେଫ୍ରୀ ରିପୋର୍ଟ ପ୍ରକାଶ କରିଛି। ମାର୍ଚ୍ଚ ମାସରେ ୨୦୨୪ ଆର୍ଥିକ ବର୍ଷ ସରିବା ପର୍ଯ୍ୟନ୍ତ ଭାରତରେ ଇଭି ଶେୟାର ୫ ପ୍ରତିଶତ ରହିଥିଲା।     

୨୦୨୦-୨୧ରେ ଦୁଇ ଚକିଆ ଇଭି ବିକ୍ରି ମାତ୍ର ୦.୪ ପ୍ରତିଶତ ଥିଲା। ହେଲେ ୨୦୨୩ ପ୍ରାରମ୍ଭରେ ଏହା ୫.୪ ପ୍ରତିଶତକୁ ବୃଦ୍ଧି ପାଇଥିଲା। ସବ୍‌ସିଡି ବୃଦ୍ଧି ଓ ନୂଆ ନୂଆ ଲଞ୍ଚ୍ ଯୋଗୁ ଇଭି ବିକ୍ରି ବଢ଼ିଛି। ତେବେ ପର୍ଯ୍ୟାୟକ୍ରମେ ପ୍ରୋତ୍ସାହନ କମିଯିବାରୁ ଗତ ୨୪ ମାସରେ ଇଭି ବିକ୍ରି କମି ୨୦୨୪ ମାର୍ଚ୍ଚ ସୁଦ୍ଧା ବିକ୍ରି ୪-୭ ପ୍ରତିଶତକୁ ଖସି ଆସିଛି। ପୂର୍ବ ଅପେକ୍ଷା ଇ-ବାଇକ୍‌ର ମୂଲ୍ୟ କମ୍ ହୋଇଥିଲେ ବି ଇଭି ବିକ୍ରି କମିଯାଇଛି। 

ଜେଫ୍ରୀର ଆକଳନ ଅନୁସାରେ, ଟୁ-ହ୍ୱିଲର ବିକ୍ରି ଆର୍ଥିକ ବର୍ଷ ୨୦୨୪ରେ ୫ପ୍ରତିଶତ(୦.୯ ମିଲିଅନ), ଆର୍ଥିକ ବର୍ଷ ୨୦୨୫ରେ ୭ ପ୍ରତିଶତ(୧.୪ ମିଲିଅନ) ୨୦୨୬ରେ ୧୦ ପ୍ରତିଶତ(୨.୩ ମିଲିଅନ), ୨୦୨୬ରେ ୧୩ ପ୍ରତିଶତ(୩.୪ ମିଲିଅନ) ପର୍ଯ୍ୟନ୍ତ ଇଭି ଶେୟାର ବଢିବ। ତେବେ ବର୍ତ୍ତମାନ ଭାରତୀୟ ଇ-ଟୁହ୍ୱିଲର ମାର୍କେଟ୍‌ରେ ଓଲାର ପଲ୍ଲା ଏକଚାଟିଆ ପ୍ରଭାବ ରହିଛି। ନିକଟରେ ଓଲା ଶେୟାର କରିଥିବା ମାର୍କେଟ୍ ସ୍ଥିତି ଅନୁସାରେ, ୨୦୨୨-୨୩ରେ ୨୧ ପ୍ରତିଶତ, ୨୦୨୩-୨୪ରେ ୩୫ ପ୍ରତିଶତ ଓ ୨୦୨୪-୨୫ ପ୍ରଥମ କ୍ୱାର୍ଟରରେ  ୪୯ ପ୍ରତିଶତ ଇ-ଟୁହ୍ୱିଲର ବିକ୍ରି ହୋଇଛି। ତେବେ ଅଗଷ୍ଟରେ ୩୧ ପ୍ରତିଶତ ଓ ସେପ୍ଟେମ୍ବରରେ ୨୯ ପ୍ରତିଶତ ଶେୟାର ଡାଉନ ରହିଛି। ଅନ୍ୟପଟେ ବାଜାଜ, ଟିଭିଏସ୍ ଓ ଆଥେର ମାର୍କେଟ୍ ଶେୟାର ୫-୯ ପ୍ରତଶତ ବଢ଼ିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.