ମାତିଛି ଗୋଠ ଛଡା, ନାକେଦମ ବନବିଭାଗ: ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

Published By : Prameya-News7 Bureau | July 27, 2024 IST

ବଣାଇ ୨୭/୦୭: ବଣାଇ ଅଂଚଳରେ ଗୋଠ ଛଡ଼ା ଦନ୍ତା ଉପଦ୍ରବ । ଫଳରେ ଏଠାକାର ଚାଷୀ ହନ୍ତସନ୍ତ ହୋଇପଡିଛନ୍ତି । କେବଳ ଚାଷୀ ନୁହେଁ ଗ୍ରାମବାସୀ ଓ ବନ ବିଭାବଗ ନିଦ ହଜାଇ ଦେଇଛି । 

ବନ ବିଭାଗ ଚାଷୀ ଘଉଡାଇବାରେ ବିଫଳ ହୋଇଛି । କେତେବେଳେ ବଣାଇ, ତ କେତେବେଳେ ତଳିତା, ଜକେଇ କଲା, ଧରଣୀଧର ପାଲି, ଏହିପରି ଦୀର୍ଘ ଛଦିନ ହେଲା ନାକେଦମ କରିଛି ଏହି ଗୋଠ ଛଡା ଦନ୍ତା । ଘର ଭାଙ୍ଗିବା ସହିତ ନଷ୍ଟ କରୁଛି ଫସଲ, ଏବେ ଚର୍ଚା ହାତୀ ଯିବ କୁଆଡେ । ଖାଦ୍ୟ ଅନ୍ଵେଷଣରେ ଏବେ ଗାଁ ମୁହାଁ ହାତୀ, ବନ ବିଭାଗ ରାତିରେ ଏକ ଟିମ କରି ନିଆଁ ହୁଳା ଧରି ହାତୀକୁ ଘଉଡ଼ାଇ ଥିବା ଦେଖିବାକୁ ମିଳିଥିଲା । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.