ନୂଆଦିଲ୍ଲୀ: ଶେଷରେ ଟେସ୍ଲା ଜିଦ୍ଦି ରହିଲା, ଆଉ ନଇଁଲେ ଭାରତ ସରକାର ! ଏକଥା ଆମେ କହୁ ନାହୁଁ କହୁଛନ୍ତି ବିଜ୍ନେଶ ଏକ୍ସପର୍ଟ।ଟେସ୍ଲା ଏବେ ନିଜ ଜିଦ୍ଦି ଅନୁସାରେ, ବିଦେଶରେ କାର୍ ତିଆରି କରିବ, ଆଉ ଭାରତ ଭଳି ବଡ଼ ମାର୍କେଟ୍ରେ ବିକ୍ରି ମାଲାମାଲ ହେବ।ତା’ ପୁଣି ସୁହାଇଲା ଭଳି ଟ୍ୟାକ୍ସ ରେଟ୍ରେ। ଏଥିପାଇଁ କମ୍ପାନୀ ଭାରତରେ କର୍ମଚାରୀ ନିଯୁକ୍ତି ଦେବା ଆରମ୍ଭ କରି ଦେଇଛି।
ଆମେରିକୀୟ ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସ୍ଲା ଦିନେ ଭାରତରେ ଏଣ୍ଟ୍ରି କରିବାକୁ କରିଥିଲା ଜୋର୍ସୋର୍ ଉଦ୍ୟମ। କମ୍ପାନୀ ଚାହୁଁଥିଲା ଚୀନରେ ଉତ୍ପାଦନ କରି ଭାରତ ଭଳି ବଡ଼ ମାର୍କେଟ୍ରେ ବିକ୍ରି କରି ମୁନାଫା କମାଇବ। ହେଲେ ଭାରତ ସରକାର କିନ୍ତୁ ରୋକ୍ଠୋକ୍ କହି ଦେଇଥିଲେ, ଏଠି ସେମିତି ଚଳିବନି। ଯଦି କାର୍ ବିକ୍ରି କରିବ ତେବେ ଭାରତରେ ଆସି କାରଖାନା ଖୋଲ, ଏଇଠି କାର୍ ତିଆରି କରି ବିକ୍ରି କର। ଏଥିପାଇଁ ଭାରତ ସରକାର ଆମେରିକାର ଅନ୍ୟ ଅଟୋମୋବାଇଲ ଭଳି ଟେସ୍ଲା ଉପରେ ବି ୧୨୫ % ଶୁଳ୍କ ଲଗାଇଲେ।
ଟ୍ୟାକ୍ସ ଲାଗିବା ପରେ ଟେସ୍ଲା ବେସ୍ ଭାରିଏଣ୍ଟର ଦାମ ବି କୋଟିଏ ଛୁଉଁଥିଲା। ଏଥିପାଇଁ କମ୍ପାନୀ ଭାରତୀୟ ବଜାରରୁ ଦୂରେଇ ରହୁଥିଲା। ହେଲେ ବର୍ତ୍ତମାନ ଚିତ୍ର ବଦଳି ଯାଇଛି। ଆମେରିକାରେ ବର୍ତ୍ତମାନ ଟ୍ରମ୍ପ ସରକାର ଭାରତ ଉପରେ କଡ଼ା ଟିକସ ଲଗାଇବାକୁ ଘୋଷଣା କରିଛି। ସିଟି ରିସର୍ଚ୍ଚ ରିପୋର୍ଟ ଅନୁସାରେ ଆମେରିକାର ଏହି ଟାରିଫ ପାଇଁ ଭାରତର ରପ୍ତାନୀକାରୀମାନେ ବର୍ଷକୁ ୬୦ ହଜାର କୋଟି ଟଙ୍କା ହରାଇବେ। କେବଳ ସେତିକି ନୁହେଁ, ଭାରତକୁ ଦିଆଯାଉଥିବା ବିଭିନ୍ନ ସହଯୋଗ ମୂଳକ ପାଣ୍ଠି ବି ବନ୍ଦ କରିଦେଇଛି। ଆଉ ଏହାର ମୁଖ୍ୟ କାର୍ପଟଦାର ହେଉଛନ୍ତି ଏଲନ ମସ୍କ।
ମସ୍କ ଆମେରିକା ସରକାରରେ ଖର୍ଚ୍ଚ କାଟ ପାଇଁ ହୋଇଥିବା ଡଜ୍ ନାମକ ଏକ ବିଭାଗର ମୁଖ୍ୟ ଅଛନ୍ତି। ଓ ସେ ଏହିସବୁ ନିଷ୍ପତ୍ତି ନେଉଛନ୍ତି।
ସେପଟେ ଆମେରିକା ଚାପରେ ଭାରତ ଏବେ ୩୦ ଆମେରିକୀୟ ସାମଗ୍ରୀ ଉପରେ ଶୁଳ୍କ କମାଇବାକୁ ରାଜି ହୋଇଛି। ଟେସ୍ଲା ଉପରେ ଶୁଳ୍କକୁ ୧୧୦ ପ୍ରତିଶତରୁ ୭୦ ପ୍ରତିଶତକୁ ହ୍ରାସ କରିଛି। ଫଳରେ କମ୍ପାନୀ ଏଇ ଏପ୍ରିଲ ଠାରୁ ଭାରତରେ ନିଜର ଇଲେକ୍ଟ୍ରିକ କାର୍ ବିକ୍ରି କରି ବୋଲି ମିଡିଆ ରିପୋର୍ଟ ପ୍ରକାଶ ପାଇଛି। କେବଳ ସେତିକି ନୁହେଁ, ଏଥିପାଇଁ କମ୍ପାନୀ ଭାରତରେ ୧୩ ଜଣଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତି ଦେଇଥିବା ଲିଙ୍କ୍ଡିନ ପ୍ରୋଫାଇଲ୍ରେ ସୂଚନା ଦେଇଛି। ଭାରତରେ ଟେସ୍ଲା ପ୍ରଥମ କମ୍ ଦାମରେ ଏଣ୍ଟ୍ରି କରିବା। ୨୧ ଲକ୍ଷ ଟଙ୍କାରୁ କମ୍ପାନୀ କାର୍ ବିକ୍ରି କରିବା ଆରମ୍ଭ କରିବ ବୋଲି କୁହାଯାଉଛି। ଟେସ୍ଲାର ଏଣ୍ଟ୍ରି ରିପୋର୍ଟ ପ୍ରକାଶ ପାଇବା ପରେ ଭାରତ ସରକାରଙ୍କ ଟାରିଫ ଜିଦ୍ ପାଣି ଫୋଟକା ପରି ମେଳାଇ ଯାଇଥିବା କୁହାଯାଉଛି।