ମାନିବାକୁ ପଡିବ ଇଞ୍ଜିନିୟରଙ୍କ ଟ୍ୟାଲେଣ୍ଟ, ୨ ଫୁଟ ଚଉଡା ଜମିରେ ଆଲିଶାନ ବିଲ୍ଡିଂ

Published By : Prameya-News7 Bureau | September 04, 2024 IST

ନୂଆଦିଲ୍ଲୀ ୦୪/୦୯: ମାନିବାକୁ ପଡିବ ଇଞ୍ଜିନିୟରଙ୍କ ଟ୍ୟାଲେଣ୍ଟ, ୨ ଫୁଟ ଚଉଡା ଜମିରେ ଆଲିଶାନ ବିଲ୍ଡିଂ । ଭିଡିଓ ଭାଇରାଲ୍ ପରେ ଲୋକେ ତାଜୁବ । ଆପଣଙ୍କୁ ହୁଏତ ଏକଥା ଆଶ୍ଚର୍ଯ୍ୟ କରିପାରେ । ତଥାପି କଥାଟି ସତ । କାରଣ ଇଞ୍ଜିନିୟର ଜଣଙ୍କ ବନାଇଛନ୍ତି ଏମିତି କିଛି । ଆପଣ ଅନେକ ପ୍ରକାର ଘର ଦେଖିଥିବେ । କିନ୍ତୁ ଏମିତି ଘରଟିଏ ଭାଇରାଲ୍ ହେଉଛି ଯାହାକୁ ଦେଖିଲେ ଆପଣ ବି ଘଡିଏ ଅନେଇବେ । 



୨ ଫୁଟ୍‌ ପ୍ରସ୍ଥରେ ନିର୍ମାଣ କରିଛନ୍ତି ଘର । ଘର ନିର୍ମାଣ କରିଥିବା ବ୍ୟକ୍ତି ଜଣଙ୍କ ଜଣେ ଇଞ୍ଜିନିୟର। ସେ ଏମିତି ଏକ ଘର ତିଆରି କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।  ଇନଷ୍ଟାଗ୍ରାମରେ ଭାଇରାଲ ଭିଡିଓକୁ ପ୍ରାୟ ୫ କୋଟିରୁ ଅଧିକ ଲୋକ ଦେଖିସାରିଲେଣି । 

ଘରଟିର ପ୍ରସ୍ଥ ୨ ଫୁଟ୍‌ ରହିଛି କିନ୍ତୁ ଲମ୍ବ ୫୦ ଫୁଟ୍‌ର ଅଧିକ ରହିଛି । ତେବେ ଏବେ ସବୁଠୁ ବଡ଼ ପ୍ରଶ୍ନ ଏତେ ଛୋଟ ଘରେ ଜଣେ ବ୍ୟକ୍ତି କେମିତି ରହିବେ ? କେମିତି ଏତେ ଛୋଟ ଘରେ ଜଣେ ବ୍ୟକ୍ତି ବ୍ୟବହାର କରିବେ ? ଘରର ଡିଜାଇନ୍ ଓ ଜାଗାର ସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଲୋକଙ୍କ କହିବା ଅନୁଯାୟୀ ଇଞ୍ଜିନିୟରଙ୍କର ଅନନ୍ୟ ପ୍ରତିଭା ଦ୍ୱାରା ଏଭଳି ଅସମ୍ଭବ କାମ ସମ୍ଭବରେ ପରିଣତ ହୋଇପାରିଛି । ତେବେ ଭିଡ଼ିଓ ଭାଇରାଲ ପରେ ଲୋକେ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି । 

ଜଣେ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ଲେଖିଛନ୍ତି ଯେ, ଘର ଆରମ୍ଭ ହେବା ମାତ୍ରେ ଘରଟି ସରି ଯାଇଥିବା ଭଳି ଲାଗୁଛି । ଅନ୍ୟ ଜଣେ ବ୍ୟବହାରକାରୀ ଥଟ୍ଟା କରି ଲେଖିଛନ୍ତି ଯେ, ଟଙ୍କା ନଥିବା କାରଣରୁ ବ୍ୟକ୍ତି ଜଣକ ଏମିତି ଘର ଅଧା କରି ପଲାଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.