ପ୍ରତି ୧୦ ମିନିଟରେ ଜଣେ ମହିଳାଙ୍କୁ ହତ୍ୟା ; ଜାତିସଂଘ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା, ଏଥିପାଇଁ ଦାୟୀ କିଏ ?

Published By : Prameya-News7 Bureau | December 05, 2024 IST

ନୂଆଦିଲ୍ଲୀ:  ମିଳିତ ଜାତିସଂଘ ମହିଳାମାନଙ୍କ ସହ ଜଡିତ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆଣିଛି ସାମ୍ନାକୁ । ପ୍ରତି ୧୦ ମିନିଟରେ ଜଣେ ମହିଳାଙ୍କୁ ହେଉଛି ହତ୍ୟା। ତେବେ ଏଥିପାଇଁ ଦାୟୀ କିଏ ? ପ୍ରକୃତ ଉତ୍ତର ଜାଣିବା ପରେ ହୁଏତ ଆପଣଙ୍କ ମୁଣ୍ଡ ବୁଲେଇ ଦେଇପାରେ।  ମହିଳାଙ୍କ ମୃତ୍ୟୁ ପଛର କାରଣ ନିଜ ପ୍ରେମିକ , ସାଥୀ ବା ସଂପର୍କୀୟ। ଏକଥା ଆମେ କହୁନୁ। କହୁଛି  ମିଳିତ ଜାତିସଂଘର ରିପୋର୍ଟ। ତଥ୍ୟ ଅନୁଯାୟୀ, ପ୍ରତି ୧୦ ମିନିଟରେ ଜଣେ ମହିଳା ନିଜ ସାଥୀ କିମ୍ବା ନିଜ ସମ୍ପର୍କୀୟଙ୍କ କାରଣରୁ ମୃତ୍ୟୁ ବରଣ କରୁଛନ୍ତି।ଏହି ପରିସଂଖ୍ୟାନ ଅନୁଯାୟୀ, ପ୍ରତି ୬ ଘଣ୍ଟାରେ ୧୪୦ ଜଣ ମହିଳା ଜୀବନ ହାରୁଛନ୍ତି।ତେବେ ଏଥିପାଇଁ ଅନ୍ୟ କେହି ଦାୟୀ ନୁହଁନ୍ତି, ବରଂ ସେହି ବ୍ୟକ୍ତି ଦାୟୀ  ଯାହାକୁ ମହିଳାମାନେ ସବୁଠୁ ଅଧିକ ଭଲ ପାଆନ୍ତି। 

ମିଳିତ ଜାତିସଂଘର ୟୁନାଇଟେଡ ନେସନ୍ସ ଅନ୍ ଡ୍ରଗ୍ସ ଆଣ୍ଡ୍ କ୍ରାଇମ୍ ବା UNODC ରିପୋର୍ଟ ଅନୁସାରେ ୨୦୨୩ ମସିହାରେ ୫୧ ହଜାର ମହିଳାଙ୍କ ହତ୍ୟା ସେମାନଙ୍କ ପ୍ରେମିକ, ସାଥୀ କିମ୍ବା କେହି ସଂପର୍କୀୟଙ୍କ ଦ୍ୱାରା ହୋଇଛି । ଏହି ତଥ୍ୟ ଖୁବ୍ ଆଶ୍ଚର୍ଯ୍ୟଜନକ । ଏକ ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ୮୫ ହଜାର ମହିଳାଙ୍କୁ ହତ୍ୟା ମାମଲା ରୁଜୁ ହୋଇଥିଲା। ଯେଉଁଥିରୁ ଦୁଇ-ତୃତୀୟାଂଶ ମହିଳାଙ୍କ ମୃତ୍ୟୁ ପାଇଁ, ମହିଳାଙ୍କ ସାଥୀ କିମ୍ବା ସମ୍ପର୍କୀୟମାନେ ଦାୟୀ ଥିଲେ। ଆଫ୍ରିକାରେ ଏହିପରି ମୃତ୍ୟୁ ସଂଖ୍ୟା ସର୍ବାଧିକ ଦେଖାଯାଇଥିଲା, ଯେଉଁଠାରେ ଏହି ସଂଖ୍ୟା ୨୧, ୭୦୦ ଥିଲା। ୧୮, ୫୦୦ ମହିଳା ମୃତ୍ୟୁ ସହ ଏସିଆ ଦ୍ୱିତୀୟ ସ୍ଥାନରେ ଏବଂ ୮ ହଜାର ୩୦୦ ମୃତ୍ୟୁ ସହ ଆମେରିକା ତୃତୀୟ ସ୍ଥାନରେ ଅଛି । ୟୁରୋପ ଚତୁର୍ଥ ସ୍ଥାନରେ ଅଛି, ଯେଉଁଠାରେ ୨୦୨୩ରେ ୨୩୦୦ ମହିଳାଙ୍କର ମୃତ୍ୟୁ ହୋଇଥିଲା।

ନିକଟରେ ଭାରତରେ ଏଭଳି ଦୁଇଟି ମାମଲା ରୁଜୁ ହୋଇଛି। ଝାଡଖଣ୍ଡରେ ଜଣେ ବ୍ୟକ୍ତି ତାଙ୍କ ଲିଭ୍ ଇନ୍ ପାର୍ଟନରକୁ ହତ୍ୟା କରି ତାଙ୍କ ଶରୀରକୁ ୪୦-୫୦ ଖଣ୍ଡରେ କାଟି ଦେଇଥିଲେ। ଆଶ୍ଚର୍ଯ୍ୟକର କଥା ହେଉଛି ପ୍ରାୟ ୧୫ ଦିନ ଧରି ଏହି ହତ୍ୟାକାଣ୍ଡ ବିଷୟରେ କାହା ପାଖରେ କିଛି ସୂଚନା ନଥିଲା । ନଭେମ୍ବର ୨୪ରେ, କୁକୁର ଯୁବତୀଙ୍କ ଶରୀରର ଏକ ଅଙ୍ଗ ଧରିଥିବା ନଜର ଆସିଥିଲା। ପରେ ପୋଲିସ ଏହି ଘଟଣାର ତଦନ୍ତ କରି ସତ ଆଣିଥିଲେ ସାମ୍ନାକୁ , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା

ଆସାମରୁ ବି ସେମିତି ଏକ ସମାନ ମାମଲା ଦେଖିବାକୁ ମିଳିଥିଲା। ଆସାମରେ ମଧ୍ୟ ଜଣେ ମହିଳାଙ୍କ ମୃତ୍ୟୁ ପଛରେ ଏକ ଷଡଯନ୍ତ୍ର ସାମ୍ନାକୁ ଆସିଥିଲା। ମାୟା ଗୋଗୋଇ ଏବଂ ଆରାଭ ହାନୋଇ ୬ ମାସ ପୂର୍ବରୁ ସୋସିଆଲ ମିଡିଆରେ ସାକ୍ଷାତ ହୋଇଥିଲେ । ଉଭୟ ନଭେମ୍ବର ୨୩ ରାତିରେ ବେଙ୍ଗାଲୁରୁ ହୋଟେଲରେ ଚେକ ଇନ୍ କରିଥିଲେ। ଆରାଭ ମାୟାଙ୍କୁ ଛୁରୀରେ ମାରିବା ସହ ସେହି  ସମାନ ରୁମରେ ୨ ମାୟାର ମୃତଦେହ ସହିତ ରହିଥିଲେ ଆରଭ। ୨୬ ନଭେମ୍ବରରେ ହୋଟେଲ ରୁମ୍ ଛାଡିବା ପରେ ମାୟାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ତେବେ ସତରେ ଏସବୁ ଘଟଣା... ଆଉ ଏ ରିପୋର୍ଟ ଆଶ୍ଚର୍ଯ୍ୟ କଲାଭଳି ।  ନିହାତି ଭାବେ ଏହା ଏକ ଚିନ୍ତା ଜନକ ବିଷୟ। କାହିଁକି ନା ଜଣେ ମହିଳା ନିଜ ସାଥୀ ବା ସଂପର୍କୀୟଙ୍କ ପାଖରେ ଯଦି ଅସୁରକ୍ଷିତ ତାହେଲେ ପ୍ରଶ୍ନ ସେ ସୁରକ୍ଷିତ କେଉଁଠି।  ଆଉ ଏକ ବଡ଼ ପ୍ରଶ୍ନ ଏହାର ସମାଧାନ କେଉଁଠି। 

Also Read-

ସୁନାମୀ ସହ ସଂଘର୍ଷ ପାଇଁ ପ୍ରସ୍ତୁତ ସମୁଦ୍ର କୂଳିଆ ଲୋକେ, ଓଡ଼ିଶାର ୨୪ ଗାଁକୁ ୟୁନେସ୍କୋ ଟ୍ୟାଗ୍ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.