ମାହାଙ୍ଗା ୨୫/୧୨ : ପ୍ରେମ ଆମର ରହିବ ଅମର । ଲେଖାହେବ ପରେ କାହାଣୀ ଆମର । ହୁଏତ ଏହା ରୁପେଲି ପରଦା କଥା । ଚଳଚ୍ଚିତ୍ରରେ ଏମିତି ନୈସର୍ଗିକ ଭଲପାଇବା ଦେଖିଛେ । ମନକୁ ବି ଛୁଏଁ ଅନେକ କାହାଣୀ । ହେଲେ ପ୍ରକୃତ ଜୀବନରେ କଦପା କୋଚିତ୍ ଦେଖିବାକୁ ମିଳେ । କିନ୍ତୁ ବାସ୍ତବରେ ନଜର ଆସିଛି ଏମିତି ଘଟଣା । ଦିନେ ଏକାଠି ଘର ସଂସାର କରିଥିବା ଦମ୍ପତ୍ତି, ଏକାଠି ଛାଡିଛନ୍ତି ଦୁନିଆ । ଚିର କାଳ ପାଇଁ ଅମର ହୋଇଛି ତାଙ୍କ ଭଲପାଇବା । କଟକ ମାହାଙ୍ଗା ଅଡମ ମହେଶପୁର ଗାଁରୁ ନଜର ଆସିଛି ଅଭାବନୀୟ ଦୃଶ୍ୟ ।
ବେଦୀରେ ଜଳିଥିଲା ହୋମନିଆଁ । ଜନ୍ମ ଜନ୍ମାନ୍ତର ସାଥି ହୋଇ ଚାଲିବାର ପ୍ରତିଶୃତି ବି ନେଲେ । କାରଣ ସମ୍ପର୍କ ଥିଲା ୭ ଜନମର । ସୁଖ ଦୁଃଖରେ ସାଥୀ ହୋଇ ଚାଲିବାର ଶପଥ । ସାଙ୍ଗହୋଇ ଘର ସଂସାର ବି କରିଥିଲେ l ହେଲେ ବିଧିର ବିଧାନ ଥିଲା ବଡ଼ ବିଚିତ୍ର । କପାଳରେ ଲେଖାଥିଲା ଅଲଗା ହେବାର । ସାତ ଜନମ ଦୂରର କଥା ଗୋଟିଏ ଜମନର ବି ଚାଲିଲାନି ସଂପର୍କ । ସ୍ୱାମୀର ମୃତ୍ୟୁ ପରେ ସେଇଠି ଟଳିପଡିଲେ ସ୍ତ୍ରୀ । ଆଜ୍ଞା ହଁ ଆମେ କହୁଛୁ ଅଡମ ମହେଶପୁରର ପ୍ରଶାନ୍ତ ବିଶ୍ୱାଳ ଓ ତାଙ୍କ ପତ୍ନୀ ଝରଣା ବିଶ୍ୱାଳଙ୍କ କଥା ।
ସୃଜନର ସୌଦାଗର ୫୦ ବର୍ଷୀୟ କବି ପ୍ରଶାନ୍ତ ବିଶ୍ୱାଳ । ନିଜ ପ୍ରେମିକା ଝରଣା ବିଶ୍ୱାଳଙ୍କୁ କରିଥିଲେ ବିବାହ । ଇଂରାଜୀ ବିଭାଗର ପ୍ରଧ୍ୟାପକ ଥିଲେ ବି ଉଭୟ ଓଡିଆ ଓ ଇଂରାଜୀ ସାହିତ୍ୟରେ ପ୍ରଶାନ୍ତ ଥିଲେ ବେଶ ପାରଙ୍ଗମ l ବ୍ରେନଷ୍ଟ୍ରୋକରେ ପୀଡିତ ହୋଇ ଦୀର୍ଘ ୩ ମାସ ହସ୍ପିଟାଲରେ ଚାଲିଥିଲା ପ୍ରଶାନ୍ତଙ୍କ ଚିକିତ୍ସା । ହେଲେ ଦୀର୍ଘଦିନ ଜୀବନ ସହ ଲଢି ଲଢି ହାରିଗଲେ ପ୍ରଶାନ୍ତ ।
ଏସ୍ସିବି ମେଡିକାଲ କଲେଜରେ ପ୍ରଶାନ୍ତଙ୍କ ହୋଇଥିଲା ଦେହାନ୍ତ । ଆଉ ସ୍ୱାମୀଙ୍କ ମୃତ୍ୟୁକୁ ସହଜରେ ସହିପାରିନଥିଲେ ସ୍ତ୍ରୀ । ହୃଦ୍ଘାତରେ ଚାଲିଯାଇଥିଲେ ଝରଣା । ଅଡମ ଗ୍ରାମ୍ୟ ସ୍ମଶାନରେ ଜଳିଥିଲା ଉଭୟଙ୍କ ପାର୍ଥିବ ଶରୀର । ଗୋଟିଏ ଯୁଇରେ ଉଭୟଙ୍କ ଦାହ ସତ୍କାର କରିଥିଲେ ପରିବାର ଓ ଆତ୍ମୀୟ ସ୍ୱଜନ l ବାହାବେଦୀରୁ ଜୁଇକୁ ଯାତ୍ରା । ସ୍ୱାମୀ-ସ୍ତ୍ରୀଙ୍କ ନିଆରା ପ୍ରେମ କାହାଣୀ । ବେଦୀରେ ପଡିଥିଲା ହାତଗଣ୍ଠି, ଜୁଇରେ ଏକାଠି ଜଳିଲା ଚିତା ।