‘ଚିଠି’ ସହ ପ୍ରମାଣ ଦେଲା ଆମ୍ ଆଦମୀ ପାର୍ଟି; ତିହାର ଜେଲରେ ନାହାନ୍ତି ମଧୁମେହ ସ୍ପେଶାଲିଷ୍ଟ୍

Published By : Prameya-News7 Bureau | April 21, 2024 IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ ବଡ଼ ଦାବି କରିଛି ଆମ୍ ଆଦମୀ ପାର୍ଟି । ଆପ୍ ଅଭିଯୋଗ କରିଛି ଯେ, ତିହାର ଜେଲରେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଉଥିଲା । ମୁଖ୍ୟମନ୍ତ୍ରୀଙ୍କୁ ସ୍ଲୋ ପଏଜନ୍ ଦିଆଯାଉଥିଲା । ଆପ୍ ନେତା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, ଜେଲରେ ଇନସୁଲିନ୍ ଦିଆଯାଉନଥିଲା । ତେବେ ରବିବାର ଏହାର ପ୍ରମାଣ ଦେଇଛି ଆମ୍ ଆଦମୀ ପାର୍ଟି । ଆପ୍ ନେତା ସୌରଭ ଭରଦ୍ବାଜ୍ ଏକ ଚିଠି ସହିତ ପ୍ରମାଣ ଦେଇଛନ୍ତି । ସେ କହିଛନ୍ତି, ତିହାର ଜେଲ୍ ଡିଜି ଏପ୍ରିଲ୍ ୨୦ ତାରିଖରେ ଦିଲ୍ଲୀ ଏମସକୁ ଏକ ଚିଠି ଲେଖିଥିଲେ । ଏଥିରେ ଉଲ୍ଲେଖ ରହିଛି, ଜେଲକୁ ଜଣେ ଡାଇବେଟିକ୍ ସ୍ପେଶାଲିଷ୍ଟ ଡାକ୍ତର ଦିଆଯାଉ । 

ସୌରଭ ଭରଦ୍ବାଜ୍ ଏହି ଚିଠି ଦେଖାଇବା ସହ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ଗତକାଲି ପର୍ଯ୍ୟନ୍ତ କେନ୍ଦ୍ର ସରକାର କହୁଥିଲେ ତାଙ୍କ ପାଖରେ ସ୍ପୋଶାଲିଷ୍ଟ ଡାକ୍ତର ଅଛନ୍ତି । ଜେଲ୍ ସବୁ କିଛି ମଦଜୁତ୍ ରହିଛି । ହସ୍ପିଟାଲ୍ ଅଛି, କ୍ଲିନିକ୍ ଅଛି, ବେଡ୍ ଅଛି ଏବଂ ଇନସୁଲିନ୍ ଅବଶ୍ୟକ ପରିମାଣରେ ରହିଛି । ହେଲେ କୋଡିଏ ଦିନ ହେଲା ତିହାର ଜେଲରେ ଅରବିନ୍ଦ କେଜ୍ରିଓ୍ବାଲ ରହିଛନ୍ତି, ପ୍ରତିଦିନ ଇନସୁଲିନ୍ ପାଇଁ ଦାବି କରୁଛନ୍ତି । ହେଲେ ସାଧାରଣ ଡାକ୍ତର ତାଙ୍କ ଚିକିତ୍ସା କରୁଛନ୍ତି ଏବଂ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଔଷଧ ଦିଆଯାଉନଥିଲା ବୋଲି ଅଭିଯୋଗ କରିଛନ୍ତି ସୌରଭ ଭରଦ୍ବାଜ୍ । 

ଏହାଛଡ଼ା ସେ କହିଛନ୍ତି, ତିହାର ଜେଲରେ ଇନସୁଲିନ୍ ଅବଶ୍ୟକ ଅନୁଯାୟୀ ରହିଛି । ସମସ୍ତ ରୋଗୀ ଦିଆଯାଉଛି । ଜେଲରେ ଥିବା ଶତାଧିକ ରୋଗୀଙ୍କୁ ଦିଆଯାଉଥିଲା, ହେଲେ କେଜ୍ରିଓ୍ବାଲ ମାଗିଲେ ବି ତାଙ୍କୁ ଦିଆନଯାଉଥିଲା । ଚିଠିକୁ ଦେଖାଇ ଏହା ଜଣେ ମୁଖ୍ୟମନ୍ତ୍ରୀଙ୍କୁ ମାରିବାକୁ ଷଡ଼ଯନ୍ତ୍ର ବୋଲି କହିଛନ୍ତି ସୌରଭ ଭରଦ୍ବାଜ୍ । 

  • delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.