ଆଠଗଡ଼: ଅବକାରୀ ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ାଉ । ୧୯୯୫ ଲିଟର ଚୋରା ଦେଶୀ ମଦ ସହ ୨୨୧୨୦ ଲିଟର ଗୁଡ଼ ପୋଚ ଜବତ୍ କରି ନଷ୍ଟ କରାଯାଇଛି। ଶନିବାର କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡ଼ାଳୁଆ ଓ ଖଣ୍ଡୁଆଳି ଗାଁ ପାଖ ସଂରକ୍ଷିତ ଜଙ୍ଗଲ ଏବଂ ତିଗିରିଆ ଥାନା ଭିରୁଡ଼ା ଓ ପଣସପାଟଣା ଗାଁରେ ଏହି ଚଢ଼ାଉ କରି ଏହି ମଦ ଜବତ କରାଯାଇ ନଷ୍ଟ କରାଯାଇଛି।
ସୂଚନା ଅନୁଯାୟୀ, କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶ କ୍ରମେ କଟକ ଜିଲ୍ଲା ଅବକାରୀ ମୋବାଇଲ୍ ଟିମ୍ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ ହୋଇଥିଲା। ଯେଉଁଥିରେ ୧୯୯୫ ଲିଟର ଚୋରା ଦେଶୀ ମଦ ସହ ୨୨୧୨୦ ଲିଟର ଗୁଡ଼ ପୋଚ ଜବତ କରାଯାଇଥିଲା। ଆଉ ଜବତ ପରେ ଏହାକୁ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି।
ତେବେ ଏହି ଘଟଣାରେ କାହାକୁ ଗିରଫ କରାଯାଇ ପାରିନଥିବାବେଳେ ଅବକାରୀ ବିଭାଗ ୬ଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ବଡ଼ କଥା ହେଲା ଅଞ୍ଚଳରେ ବାରମ୍ବାର ଚଢ଼ାଉ କରାଯାଉଥିଲେ ମଧ୍ୟ ଏହି ଅଞ୍ଚଳରୁ ଚୋରା ମଦ କାରବାର କମିବାର ନା ଧରୁନି। ଅଭିନବ ଉପାୟରେ ଚାଲିଛି ଚୋରା ଦେଶୀ ମଦ ପ୍ରସ୍ତୁତ ସହ ଚୋରା ଚାଲାଣ ଜାରି ରହିଛି।