ଜଳେଶ୍ବର ୬।୧୨: ଅଟୋ ପାର୍ଟ୍ସ ନାଁରେ ଚାଲିଛି ନକଲି ଚା’ ବେପାର । ଜଳେଶ୍ବର ଅଗ୍ରୱାଲା ଛକ ନିକଟରେ ପୋଲିସର ଚଢାଉ । ଟାଟା କମ୍ପାନୀ ବ୍ରାଣ୍ଡକୁ ନକଲ କରି ଚିକୁ ଅଟୋ ପାର୍ଟ୍ସ ମାଲିକ ୧୫ ବର୍ଷ ଧରି ଚଳାଇଛନ୍ତି ନକଲି ବେପାର । ସମ୍ରାଟ ଗୋଲ୍ଡ, ସିଗ୍ମା ପ୍ରିମିୟମ , ଗୋଲ୍ଡ ଗାର୍ଡେନ ଫ୍ରେସ ଟି ନାଁରେ ନକଲି ଷ୍ଟିକରିଙ୍ଗ କରି ଜଳେଶ୍ବର ଅଗ୍ରୱାଲା ଛକ ନିକଟରେ ମାଲିକ ଚୀକୁ ଭୂୟାଁ ଖୋଲିଛନ୍ତି କମ୍ପାନୀ । ନକଲି ଚା କମ୍ପାନୀ ଉପରେ ଟାଟା ସନ୍ସ ପ୍ରାଇଭେଟ୍ ଲିମିଟେଡ ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ । ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସ୍ଵତନ୍ତ୍ର ମାଜିଷ୍ଟ୍ରେଟଙ୍କ ସହିତ ଜଳେଶ୍ବର ପୋଲିସର ଚଢ଼ାଉ । ବିପୁଳ ପରିମାଣର ପ୍ୟାକେଟ ଜବତ ।
You Can Read:
ଟ୍ରେନ୍ରେ କରୁଥିଲେ ଗଞ୍ଜେଇ ଚାଲାଣ, ଦୁଇ ଛାତ୍ରଙ୍କୁ ଗିରଫ କଲା ପୋଲିସ