ଏସ୍‌ସିବି ମେଡିକାଲରୁ ମହିଳା କଏଦୀ ଫେରାର୍

Published By : Prameya-News7 Bureau | January 22, 2025 IST

କଟକ: ଜେଲ୍ ଗାର୍ଡକୁ ଚକମା ଦେଇ ମହିଳା କଏଦୀ ଫେରାର । କଟକ ଏସସିବି ମେଡିକାଲରୁ ମହିଳା କଏଦୀ ଫେରାର ହୋଇଥିବା ଖବର ସାମନାକୁ ଆସିଛି । ମେଡିକାଲର ପ୍ରସୂତି ବିଭାଗରେ ଚିକିତ୍ସିତ ହେଉଥିବା ବଳେ ଗାର୍ଡକୁ ଚକମା ଦେଇ କଏଦୀ ଫେରାର ହୋଇଥିବା ଜଣାପଡ଼ିଛି । ଚିକିତ୍ସା ପାଇଁ ଚୌଦ୍ଵାର ଜେଲରୁ ଏସସିବି ମେଡିକାଲକୁ କଏଦୀଙ୍କୁ ଅଣାଯାଇଥିଲା ।

ଚୌଦ୍ଵାର ଜେଲରେ ବିଚାରଧୀନ ଥିବା ମହିଳା କଏଦୀ ଗୀତାଞ୍ଜଳି ବାରିକଙ୍କୁ ଚେକ୍ ଅପ୍ କରିବା ପାଇଁ ଏସସିବି ମେଡିକାଲ ପ୍ରସୂତି ବିଭାଗକୁ ଆଣିଥିଲେ ଜେଲ କର୍ମଚାରୀ । ମହିଳା କଏଦୀ ଗୀତାଞ୍ଜଳିଙ୍କ ଅଲଟ୍ରାସାଉଣ୍ଡ ପାଇଁ ଡାକ୍ତର ପରାମର୍ଶ ଦେବା ପରେ ଗାର୍ଡ ରଞ୍ଜନ ରଶ୍ମୀ ବିଭାଗକୁ ନେଇଥିଲେ । ହେଲେ ସେଠାରେ ଥିବା ଜେଲ ଗାର୍ଡଙ୍କୁ ଚକମା ଦେଇ ଗୀତାଞ୍ଜଳି ଫେରାର ହୋଇଯାଇଥିଲେ । ତେବେ ଫେରାର ହେବା ନେଇ ଜେଲ କର୍ତ୍ତୃପକ୍ଷ ତଥା ଗୀତାଞ୍ଜଳିଙ୍କ ସହ ଥିବା ଗାର୍ଡ ଏନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି।ପୋଲିସ ମାମଲା ରୁଜୁ କରି ଫେରାର କଏଦୀଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି । ଗୀତାଞ୍ଜଳିଙ୍କୁ ଏକ ଚୋରି ମାମଲାରେ କଟକ ଜିଲ୍ଲା ମାହାଙ୍ଗା ଥାନା ପୋଲିସ ଗିରଫ କରିଥିବା ବେଳେ ସେ ଚୌଦ୍ଵାର ଜେଲରେ ବିଚାରାଧୀନ କଏଦୀ ଭାବରେ ରହୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.