ବୌଦ୍ଧ ୨୮।୦୯ : ସରପଞ୍ଚଙ୍କ ଗୁଳି ମାଡ଼ରେ ଯୁବକ ଗୁରୁତର। ବୌଦ୍ଧ ଜିଲ୍ଲା କସୁର ବନ୍ଧରେ ଅଭାବନୀୟ ଘଟଣା। ପୋଲିସ ଏନେଇ ମାମଲା ରୁଜୁ କରିବା ସହ ସରପଞ୍ଚ, ତାଙ୍କ ଭାଇ ଓ ବାପାଙ୍କୁ ଖୋଜୁଛି।
ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ କସୁର ବନ୍ଧ ଗାଁର ରାଜେନ୍ଦ୍ର କର୍ଣ୍ଣ ଫେରୁଥିବା ସମୟରେ ସରପଞ୍ଚ ସରୋଜ କର୍ଣ୍ଣ ଏବଂ ତାଙ୍କ ଭାଇ ଓ ବାପା ମିଶି ରାଜେନ୍ଦ୍ରଙ୍କୁ ପ୍ରଥମେ ମାଡ଼ ମାରି ଥିଲେ । ଏହାପରେ ସରପଞ୍ଚ ସରୋଜ ରାଜେନ୍ଦ୍ରଙ୍କ ଉପରକୁ ଗୁଳି ଚଳାଇଥିଲେ । ରାଜେନ୍ଦ୍ରଙ୍କ ଦୁଇଟି ଗୋଡରେ ଦୁଇଟି ଗୁଳି ବାଜିଛି । ଏହି ଘଟଣା ପରେ ସମସ୍ତେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗୁରୁତର ଆଗତ ରାଜେନ୍ଦ୍ରଙ୍କୁ ପ୍ରଥମେ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାରୁ ଗୁଳିମାଡ଼ କରିତିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ ର ତଦନ୍ତ କରିଛି। ପୋଲିସ ଏନେଇ ମାମଲା ରୁଜୁ କରିବା ସହ ସରପଞ୍ଚ, ତାଙ୍କ ଭାଇ ଓ ବାପାଙ୍କୁ ଖୋଜୁଛି।