ଭୁବନେଶ୍ବର ୨୧।୫: ଭୁବନେଶ୍ବର ବରମୁଣ୍ଡା ଓଭରବ୍ରିଜ୍ ଉପରେ ଦୁର୍ଘଟଣା । ପୂର୍ବତନ ବିଧାୟକ ରମେଶ ଚ୍ୟାଉପଟ୍ଟନାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଡିଭାଇଡରକୁ ପିଟିଲା ପୂର୍ବତନ ବିଧାୟକଙ୍କ ସ୍ପର୍ପିଓ ଗାଡ଼ି । ଗାଡ଼ି ଚାଳକଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।
ଦୁର୍ଘଟଣା ପରେ ଓଭରବ୍ରିଜ୍ ଉପରେ ଫସିରହିଥିଲା ଶହ ଶହ ଗାଡ଼ି । ଟ୍ରାଫିକ୍ କ୍ଲିୟର ପାଇଁ ଖଣ୍ଡଗିରି ପୋଲିସ ଉଦ୍ୟମ ଜାରି ରଖିଥିଲା । ପୂର୍ବତନ ବିଧାୟକ ରମେଶ ଚ୍ୟାଉପଟ୍ଟନାୟକଙ୍କ ପ୍ରାଥମିକ ଚିକିତ୍ସା ପରେ ସେ ଘରକୁ ଫେରିଛନ୍ତି ।
You Can Read:
ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢ଼ିଲା , ଜୁନ୍ ମାସରୁ ମିଳିବ ୩୫୦୦ ଟଙ୍କା