ମାଲକାନଗିରି ୧୯।୮: ଆଣ୍ଟି ନକ୍ସଲ ଅପରେସନରେ ଛତିଶଗଡ ପୋଲିସକୁ ମିଳିଲା ବଡ଼ ସଫଳତା । କୋଣ୍ଡାଗାଓ ଜିଲ୍ଲାରେ ୨୨ ଲକ୍ଷ ଇନାମୀ ମାଓ ଦମ୍ପତିଙ୍କ ସହ ୪ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ଲକ୍ଷ୍ମଣ କୋରାମ ଓରଫ ଜୁନୁ ଓ ସଖରମଙ୍କ ମୁଣ୍ଡ ଉପରେ ଛତିଶଗଡ ସରକାର ପୂର୍ବରୁ ୮ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲେ । ସେହିଭଳି ଲକ୍ଷଣଙ୍କ ପତ୍ନୀ ମାଦୋ ଓରଫ ଜରିନା ଉପରେ ୫ ଲକ୍ଷ ଓ ପାଣ୍ଡୁରାମ ଉପରେ ଲକ୍ଷ ଟଙ୍କା ଇନାମ ଘୋଷଣା କରାଯାଇଥିଲା । ସମସ୍ତ ମାଓବାଦୀ ବସ୍ତର, କୋଣ୍ଡାଗାଁ, କାଙ୍କେର, ଦନ୍ତେୱାଡା ଓ ମାନପୁର ଅଞ୍ଚଳରେ ଅନେକ ମାଓ ହିଂସାରେ ସାମିଲ ଥିଲେ ।
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅର୍ଥ ପ୍ରଦାନ କରାଯାଇଛି । ଏହାସହ ଛତିଶଗଡ଼ ସରକାରଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ନୂଆ ଆତ୍ମସମର୍ପଣ ନୀତି ଅନୁସାରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କୋଣ୍ଡାଗାଁ ଏସ୍ପି ଓ୍ବାଇ ଅକ୍ଷୟ କୁମାର କହିଛନ୍ତି ।
You Can Read:
ରକ୍ତମୁଖା ଲାଲ୍ବାହିନୀ, ପୋଲିସ ଇନ୍ଫର୍ମର ସନ୍ଦେହରେ ଆଦିବାସୀ ଯୁବକଙ୍କୁ ନିର୍ମମ ହତ୍ୟା