ପାତ୍ରପଡ଼ା ବ୍ରିଜ୍‌ରେ ସିରିଜ୍ ଦୁର୍ଘଟଣା : ଏକାଧିକ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୪ ଆହତ

Published By : Prameya-News7 Bureau | January 01, 2025 IST

ଭୁବନେଶ୍ବର ୧।୧: ପାତ୍ରପଡ଼ା ବ୍ରିଜ୍‌ରେ ସିରିଜ ଦୁର୍ଘଟଣା । ପିକଅପ୍ ଭ୍ୟାନ୍ ଦ୍ଵାରା ଏକାଧିକ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି । 

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ପାତ୍ରପଡ଼ା ବ୍ରିଜ୍ ଉପରେ ସ୍କର୍ପିଓ, ପିକଅପ୍ ଭ୍ୟାନ, ବାଇକ୍ ଏବଂ ଇଲେକ୍ଟ୍ରିକ୍ ସ୍କୁଟର ମଧ୍ୟରେ ସିରିଜ୍ ଦୁର୍ଘଟଣା ହୋଇଛି । ବରମୁଣ୍ଡାରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଏହି ଗାଡ଼ି ଗୁଡ଼ିକ ସିରିଜ୍ ଦୁର୍ଘଟଣାର ଶୀକାର ହୋଇଛନ୍ତି । ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩ ଜଣ ଗୁରୁତର ହୋଇଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ଯୋଗୁଁ  ଲୋକଙ୍କ ଭିଡ଼ ହେବାରୁ ରାସ୍ତା ସାମାନ୍ୟ ଜାମ୍ ହୋଇଛି । ଖବର ପାଇ ସ୍ଥାନୀୟ ତମାଣ୍ଡୋ ଥାନା ପୋଲିସ ଓ ପିସିଆର ଭ୍ୟାନ ପହଞ୍ଚି ରାସ୍ତା କ୍ଲିୟର କରିବା ସହ ଆହତଙ୍କୁ ମେଡିକାଲ ସ୍ଥାନାନ୍ତର କରିଥିଲେ । ଗାଡ଼ି ଜବତ କରି ଥାନାକୁ ନେବା ସହ କାହିଁକି ଦୁର୍ଘଟଣା ହେଲା ତାର ତଦନ୍ତ ଚଲାଇଛି ପୋଲିସ ।

You Can Read:

ବୀଭତ୍ସ ହତ୍ୟାକାଣ୍ଡ : ଗାଁ ଦାଣ୍ଡରେ ହାଣି ଖଣ୍ଡ ଖଣ୍ଡ କରି ଫିଙ୍ଗିଦେଲେ ଦୁର୍ବୃତ୍ତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.