ପାରାଦୀପ ୧୪।୬: ପାରାଦୀପ ପୁରୁଣା ରେଲୱେ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି । ଟ୍ରେନ୍ର ୪ଟି ଖାଲି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ପାରାଦୀପ ବନ୍ଦରରୁ ଆସୁଥିବା ଏହି ଟ୍ରେନ୍ଟି ପୁରୁଣା ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଥିଲା । କିନ୍ତୁ ଏକ ବଡ଼ ଅଘଟଣରୁ ଟ୍ରେନ୍ଟି ବର୍ତ୍ତି ଯାଇଛି । ଲାଇନ୍ଚ୍ୟୁତ ହୋଇ ବିଦ୍ୟୁତ ଖୁଣ୍ଟରେ ପିଟିହେବା ପୂର୍ବରୁ ଏହା ଅଟକି ଯାଇଥିଲା ।
ତେବେ ରେଳ ଧାରଣା ଉପରେ କୋଇଲା ଗଦା ହୋଇ ରହିଥିବାରୁ ବର୍ଷା ଯୋଗୁଁ କୋଇଲା ଗୁଡିକ ଜାମ୍ ହୋଇଯାଇଥିଲା । ଯାହା ଫଳରେ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ତଳେ ମଧ୍ୟ ଏହି ରେଲୱେ ଟ୍ରାକ୍ରେ ଗୋଟିଏ ଟ୍ରେନ୍ର ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା । ଫଳରେ ଏହି ଟ୍ରାକ୍କୁ ସଫାକରିବା ପର୍ଯ୍ୟନ୍ତ ଏହି ଟ୍ରାକ୍ରେ ଟ୍ରେନ୍ ନ ଛାଡିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ତେବେ ଘଟଣାକୁ ଦୀର୍ଘ ସମୟ ବିତିଥିଲେ ମଧ୍ୟ କୌଣସି ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଦେଖିବାକୁ ମିଳିଛି ।
You Can Read:
ହୋଟେଲରେ ମିଳୁଥିଲା ବାସି ଚିକେନ୍-ମଟନ୍-ମାଛ, ଚଢାଉ କରି ସିଲ୍ କଲା ପୌର ପ୍ରଶାସନ