ପ୍ୟାରିସ: ଆଇଫୋନ୍ ୧୨ ବ୍ୟାନ୍ କରିବାକୁ ନିଷ୍ପତ୍ତି ନେଇଛି ଫ୍ରାନ୍ସ। ଆଇଫୋନର ଏହି ମଡେଲ୍ରୁ ଅଧିକ ରେଡିଏସନ(କ୍ଷତିକାରକ ରଶ୍ମୀ) ବାହାରୁଥିବା ଅଭିଯୋଗ କରି ଫ୍ରାନ୍ସ ନିଜ ଦେଶରେ ଏହାର ବିକ୍ରି ବନ୍ଦ କରିଦେବ ବୋଲି ନିଷ୍ପତ୍ତି ନେଇଛି। କେବଳ ଫ୍ରାନ୍ସ ନୁହେଁ ବେଲ୍ଜିୟମ୍, ଜର୍ମାନୀ ନେଦରଲ୍ୟାଣ୍ଡ ଭଳି ୟୁରୋପୀୟ ଦେଶଗୁଡ଼ିକ ମଧ୍ୟ ଆଇଫୋନ୍-୧୨ର ଅତ୍ୟଧିକ ରେଡିଏସନ୍ ନେଇ ଚିନ୍ତା ପ୍ରକଟ କରିଛି।
ଆଇଫୋନ-୧୨ଫ୍ରାନ୍ସରେ ଥିବା ରେଡିଏସନ ଲିମିଟ୍ ନିୟମରୁ ଅଧିକ ରେଡିଏସନ ଛାଡ଼ି ନିୟମ ଉଲ୍ଲଂଘନ କରିଛି ବୋଲି ଫ୍ରାନ୍ସ ସରକାର ଅଭିଯୋଗ କରିଛନ୍ତି।
ଅନ୍ୟପଟେ ଘଟଣାକୁ ନେଇ ଆପଲ ପ୍ରତିକ୍ରିୟା ଦେଇଛି। ଆଇଫୋନ୍-୧୨ ରେଡିଏସନ ମାନକକୁ ପୂରା କରିଛି। ଏଥିପାଇଁ ସମ୍ପୃକ୍ତ ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ପ୍ରମାଣପତ୍ର ବି ମିଳିଛି। ୨୦୨୦ରେ ଏହି ମଡେଲ ଲଞ୍ଚ କରିଥିଲା। ୨୦୨୧ରେ ଫ୍ରାନ୍ସରେ ରେଡିଏସନ୍ ଟେଷ୍ଟରେ ବି ପାସ୍ କରିଥିଲା ବୋଲି ଆପଲ କହିଛି।
{"width":841,"height":471}ଏଥିସହିତ କମ୍ପାନୀ ଆହୁରି କହିଛି ଯେ ସଫ୍ଟୱେୟାର ମାଧ୍ୟମରେ ଏହି ସମସ୍ୟାର ସମାଧାନ କରାଯିବ। ଆପଲ ଏକ ବିବୃତ୍ତି ଜାରି କହିଛି “ଫ୍ରାନ୍ସ ପରିଚାଳନା ସଂସ୍ଥାର ନିର୍ଦ୍ଧାରିତ ମାନକକୁ ସୁହାଇଲା ଭଳି ଆମେ ଏକ ସଫ୍ଟୱେୟାର ଅପ୍ଡେଟ୍ ଦେବୁ। ଫ୍ରାନ୍ସରେ ଆଇଫୋନ୍-୧୨ର ବିକ୍ରି ଜାରି ରହୁ ବୋଲି ଆମେ ଆଶା କରିବୁ।”
ଅନ୍ୟପଟେ ୟୁରୋପିୟନ ଦେଶଗୁଡ଼ିକରେ ମାମଲା ତେଜିବାରୁ ଅପଲ ଏ ସମ୍ପର୍କରେ ସମସ୍ତ କର୍ମଚାରୀଙ୍କୁ ନିରବ ରହିବାକୁ କହିଛି। ଗ୍ରହକ ରେଡିଏସନ ସମ୍ପର୍କତି ତଥ୍ୟ ମାଗିଲେ ନଦେବାକୁ କମ୍ପାନୀ କର୍ମଚାରୀଙ୍କୁ ପରାମର୍ଶ ଦେଇଥିବା ଟାଇମ୍ସ ନାଓ ବ୍ଲୁମବର୍ଗ ରିପୋର୍ଟକୁ ଆଧାର କରି ଖବର ପ୍ରକାଶ କରିଛି। ତା ଛଡ଼ା ଗ୍ରାହକ ଭୟରେ ନିର୍ଦ୍ଧାରିତ ସମୟ ପରେ ବି ଆଇଫୋନ୍ ଫେରାଇଲେ ଗ୍ରାହକଙ୍କୁ ଠାରୁ ନ ଗ୍ରହଣ କରିବାକୁ କମ୍ପାନୀ କହିଛି।
ପଢ଼ନ୍ତୁ-କାର୍ରେ ୬ ଏୟାରବ୍ୟାଗ୍ ନିୟମକୁ ବାଧ୍ୟତାମୂଳକ କରିବେନି ସରକାର: ନିତିନ ଗଡକରୀ
ସ୍ମାର୍ଟଫୋନ ରେଡିଏସନ କ’ଣ?
ସ୍ମାର୍ଟଫୋନ୍ରୁ ଦୁଇ ପ୍ରକାରର ରେଡିଏସନ ବାହାରିଥାଏ। ଗୋଟିଏ ରେଡିଓ ଫ୍ରିକୁଏନ୍ସି(ଆର୍ଏଫ୍)। ଏହି ପ୍ରକାର ବିକିରଣ ୱେୟାର ଲେସ୍ କମ୍ୟୁନିକେସନ ପାଇଁ ବ୍ୟବହୃତ ହୋଇଥାଏ। ଯଥା କଲ କରିବା ଓ ଇଣ୍ଟରନେଟ ସଂଯୋଗ କରିବା। ସ୍ମାର୍ଟଫୋନ୍ ଦ୍ୱାରା ନିର୍ଗତ ହେଉଥିବା ରେଡିଓ ଫ୍ରିକୁଏନ୍ସି ବିକିରଣ ସାଧାରଣତଃ ନିରାପଦ ବୋଲି କୁହାଯାଏ |
ମୋବାଇଲରୁ ଯେମିତି କ୍ଷତିକାରଣକ ବିକିରଣ ନ ବାହାରିବ ଏଥିପାଇଁ ଅନ୍ତର୍ଜାତୀୟ ପରିଚାଳନା ସଂସ୍ଥା ବିଶ୍ୱ ବ୍ୟାପୀ ଏକ କଡ଼ା ସୁରକ୍ଷା ମାନକ ନିର୍ଦ୍ଧାରଣ କରିଛନ୍ତି। କ୍ଷତି ପହଞ୍ଚାଇଲା ଭଲି ବହୁଳମାତ୍ରାରେ ଆର୍ଏଫ୍ ରେଡିଏସନ ଯେମିତି ନ ବାହାରେ ସେଥିପ୍ରତି ଏହି ସଂସ୍ଥା ଧ୍ୟାନ ଦେବ।
ସେହିପରି ସ୍ମାର୍ଟ ଫୋନ୍ରୁ ବାହାରୁଥିବା ଅନ୍ୟ ଏକ ରେଡିଏସନ ହେଲା ଏକ୍ସଟ୍ରିମ୍ଲି ଲୋ ଫ୍ରିକୁଏନ୍ସି(ଇଏଲ୍ଏଫ୍) ରେଡିଏସନ। ଏହା ସ୍ମାର୍ଟଫୋନ୍ର ଇଲେକ୍ଟ୍ରିକ ଉପକଣରୁ ବାହାରିଥାଏ। ଏଥିରେ ଏଧିକ କ୍ଷତିକାରକ ରଶ୍ମୀ ବାହାରି ନଥାଏ। ତେଣୁ ଏହାକୁ ନନ୍ ଆୟନାଇଜିଂ ବର୍ଗରେ ରଖାଯାଇଛି।
ତେବେ ଆପଣ ଆପଣଙ୍କ ଫୋନ୍ରେ ରେଡିଏସନ୍ କିଭଳି ଚେକ୍ କରିବେ?
ସ୍ମାର୍ଟଫୋନ୍ର ସାର୍(ଏସ୍ଏଆର୍) ଭାଲ୍ୟୁ ଅନୁସାରେ ଆପଣ ଫୋନ୍ର ରେଡିଏସନ୍ ଚେକ୍ କରିପାରିବେ। ତେବେ ସାର୍ ଭାଲ୍ୟୁ କ’ଣ ଆସନ୍ତୁ ଜାଣିବା। ସାର୍ ଭାଲ୍ୟୁ ସ୍ମାର୍ଟଫୋନ୍ରେ ବିକିରଣ ବା ରେଡିଏସନ ମାପିବାକୁ ବ୍ୟବାହାର ହେଉଥିବା ଏକ ମାପକ। ଆପଣ ଫୋନ୍ ବ୍ୟବହାର କରୁଥିବା ବେଳେ ଏଥିରୁ ବାହାରୁଥିବା ରେଡିଏସନ୍ ଆପଣଙ୍କ ଶରୀରକୁ କେତେ ଶୁସ୍କ କରିଦିଏ ତାହା ସାର୍ ଭାଲ୍ୟୁରୁ ଜଣାପଡ଼େ।
ତେବେ ଆପଣଙ୍କ ପାଇଁ କେତେ ମାତ୍ରାରେ ରେଡିଏସନ ସୁରକ୍ଷିତ ସେଥିପାଇଁ ଏକ ନିୟମ ରହିଛି। ସ୍ମାର୍ଟଫୋନ୍ ନିର୍ମାତାମାନେ ଏହି ନିୟମ ମାନିବା ଆବଶ୍ୟକ। ଆପଣଙ୍କ ଫୋନ୍ରେ ସାର୍ ଭଲ୍ୟୁ କମ୍ ରହିଲେ ବିକିରଣ କମ୍ ରହିବ। ଯାହା ଆପଣଙ୍କ ପାଇଁ ଭଲ।
ପଢ଼ନ୍ତୁ-ଭାରତ ଠାରୁ ୧.୯ ବିଲିୟନ ଡଲାର ଉପକରଣ କିଣିବାକୁ ଚାହୁଁଛି ଟେସ୍ଲା: କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋୟଲ
ଗୁରୁତ୍ୱପୂର୍ଣ୍ଣ କଥା ହେଲା ରେଗୁଲେଟରି ଏଜେନ୍ସି ତଥା ଆମେରିକା ଫେଡେରାଲ୍ କମ୍ୟୁନିକେସନ କମିଶନ(ଏଫ୍ସିସି) ସ୍ମାର୍ଟଫୋନ୍ ରେଡିଏସନ୍କୁ ନେଇ ଏକ ସେଫ୍ଟୀ ଗାଇଡ୍ଲାଇନ୍ ବନାଇଛି। ବିକ୍ରି ହେବା ପୂର୍ବରୁ ସମସ୍ତ ଫୋନ୍କୁ ଏହି ମାନକରେ ଟେଷ୍ଟ କରାଯାଏ। ତା ପରେ ବିକ୍ରି କରାଯାଏ।
ତେବେ ସ୍ମାର୍ଟଫୋନ୍ରୁ ବାହାରୁଥିବା ରେଡିଏସନ୍ କେତେ କ୍ଷତିକାରକ ସେ ନେଇ ବହୁଳ ଗବେଷଣା କରାଯାଇଛି। ମାନକ ନିୟମ ଭିତରେ ନିର୍ଗତ ହେଉଥିବା ରେଡିଏସନ୍ ମଣିଷକୁ କ୍ଷତି ପହଞ୍ଚାଉଥିବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତିମୁଳକ ରିପୋର୍ଟ ମିଳି ନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବି ଏନେଇ କୌଣସି ପ୍ରମାଣିକତା ସହ ରିପୋର୍ଟ ପାଇପାରି ନାହିଁ।