ପାକିସ୍ତାନ ସହ ICC ଟୁର୍ଣ୍ଣାମେଣ୍ଟ ଖେଳିବା ବନ୍ଦ କରୁ ଭାରତ, BCCIକୁ ଗମ୍ଭୀରଙ୍କ ଅପିଲ୍

Published By : Prameya-News7 Bureau | May 06, 2025 IST

ନୂଆଦିଲ୍ଲୀ: ପହଲଗାମର ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମରେ ପହଞ୍ଚିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଉତ୍ପନ ହୋଇଛି। ପାକି୍ସ୍ତାନ ସହ ସବୁ ପ୍ରକାରର ସଂପର୍କ ଛିନ୍ନ ହୋଇ ସାରିଲାଣି। ଏବେ ଏହାର ପ୍ରଭାବ କ୍ରିକେଟ୍ ଉପରେ ଦେଖିବାକୁ ମିଳିଛି। ଏସିଆ କପ୍ ଓ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତ ପାକିସ୍ତାନ ସହ କ୍ରିକେଟ୍ ନ ଖେଳିବାକୁ ଯୁକ୍ତି ବାଢିଛନ୍ତି ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର। ମଙ୍ଗଳବାର ଏକ ଘରୋଇ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ଭାରତକୁ ପାକିସ୍ତାନ ସହ କ୍ରିକେଟ୍ ସମ୍ବନ୍ଧ ସଂପୂର୍ଣ୍ଣ ଭାବେ ବନ୍ଦ ରଖାଯାଉ ବୋଲି ଗମ୍ଭୀର କହିଛନ୍ତି।

Also read: ଆଇସିସିର ବାର୍ଷିକ ରାଙ୍କିଙ୍ଗ ଜାରି, ଅଷ୍ଟ୍ରେଲିଆ ଟେଷ୍ଟରେ, ଭାରତ ଦିନିକିଆ ଓ ଟି-୨୦ରେ ଶୀର୍ଷରେ

ଗମ୍ଭୀର କହିଛନ୍ତି, ସୀମା ପାର ଆତଙ୍କବାଦ ଶେଷ ନ ହେବା ପର୍ଯ୍ୟନ୍ତ ଚିର ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନ ସହ ଖେଳିବା ଉଚିତ୍ ନୁହେଁ। ଦୁଇ ଦେଶ ମଧ୍ୟରେ ତିକ୍ତତା ସଂପର୍କ କାରଣରୁ ୨୦୦୭ରୁ ପାକିସ୍ତାନ ବିପକ୍ଷରେ କୌଣସି ପୂର୍ଣ୍ଣ ଶୃଙ୍ଖଳା ଖେଳା ଯାଇ ନାହିଁ। ଏବେ ସମୟ ଆସି ଯାଇଛି ପାକିସ୍ତାନ ସହ ଏସିଆ ଓ ଆଇସିସି ଇଭେଣ୍ଟରେ ଭାରତ କ୍ରିକେଟ୍ ନ ଖେଳୁ। ଏହା ହେଉଛି ମୋର ବ୍ୟକ୍ତିଗତ ମତ। ଯେ ପର୍ଯ୍ୟନ୍ତ ସୀମାପାର ଆତଙ୍କବାଦ ବନ୍ଦ ନ ହୋଇଛି ସେ ପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି ବି ମଞ୍ଚରେ କ୍ରିକେଟ୍ ଖେଳା ନ ଯାଉ। 

ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କୀ ହମଲା ହୋଇଥିଲା। ଏଥିରେ ୨୬ ଜଣ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ୨୬ ଜଣ ଆହତ ହୋଇଥିଲେ। ଏହା ପରେ ଭାରତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ କରିଛି। ସୀମା ଅଟାରୀ ବର୍ଡର ବନ୍ଦ କରାଯିବା ସହ ଭାରତରେ ଥିବା ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ବିତାଡ଼ିତ କରାଯାଇଛି। ଏହିପରି ଅନେକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅନ୍ୟପଟେ ପାକିସ୍ତାନ ସୀମାରେ ଅସ୍ତ୍ର ବିରତି ଉଲ୍ଲଂଘନ କରି ଗୁଳିମାଡ଼ କରି ଚାଲିଛି। ଏବେ ଭାରତ ସରକାର ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରସ୍ତୁତି କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.